ପୁଟିନଙ୍କୁ ବାଇଡେନ୍‌ଙ୍କ ଚେତାବନୀ, ପରିଣାମ ଭୟଙ୍କର ହେବ

ୱାଶିଂଟନ୍‌: ୟୁକ୍ରେନ୍‌କୁ ନେଇ ମୁହାଁମୁହିଁ ହୋଇଛନ୍ତି ଋଷ ଓ ଆମେରିକା। ଏ ଦୁଇ ଦେଶ ମଧ୍ୟରେ ଏବେ ବିବାଦ ଘନେଇବାରେ ଲାଗିଛି।  ଏହି ବିବାଦ ଏବେ ଏତେ ବଢ଼ିଯାଇଛି ଯେ, ସାରା ବିଶ୍ୱ ସାମ୍ନାରେ ଏକ ମହାଯୁଦ୍ଧର ଆଶଙ୍କା ବଢ଼ିଯାଇଛି। ବାରମ୍ବାର ବୁଝାଇବା ସତ୍ତ୍ୱେ ବି ନବୁଝିବାରୁ ଋଷକୁ କଡା ଚେତାବନୀ ଦେଇଛି ଆମେରିକା। ଶନିବାର ଦୀର୍ଘ ସମୟ ଧରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ କାଥାବାର୍ତ୍ତା ହୋଇଛି। […]

Baiden and Putin

Madhupriya Mistry
  • Published: Sunday, 13 February 2022
  • , Updated: 13 February 2022, 12:21 PM IST

ୱାଶିଂଟନ୍‌: ୟୁକ୍ରେନ୍‌କୁ ନେଇ ମୁହାଁମୁହିଁ ହୋଇଛନ୍ତି ଋଷ ଓ ଆମେରିକା। ଏ ଦୁଇ ଦେଶ ମଧ୍ୟରେ ଏବେ ବିବାଦ ଘନେଇବାରେ ଲାଗିଛି।  ଏହି ବିବାଦ ଏବେ ଏତେ ବଢ଼ିଯାଇଛି ଯେ, ସାରା ବିଶ୍ୱ ସାମ୍ନାରେ ଏକ ମହାଯୁଦ୍ଧର ଆଶଙ୍କା ବଢ଼ିଯାଇଛି। ବାରମ୍ବାର ବୁଝାଇବା ସତ୍ତ୍ୱେ ବି ନବୁଝିବାରୁ ଋଷକୁ କଡା ଚେତାବନୀ ଦେଇଛି ଆମେରିକା। ଶନିବାର ଦୀର୍ଘ ସମୟ ଧରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ କାଥାବାର୍ତ୍ତା ହୋଇଛି।

ୟୁକ୍ରେନର ଆକ୍ରମଣକୁ ନେଇ ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନ୍‌ରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି। ୟୁକ୍ରେନ୍ ବିବାଦ ମଧ୍ୟରେ ବିଶ୍ୱର ଏହି ଦୁଇ ମହାଶକ୍ତି ସାମ୍ନାସାମ୍ନି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଋଷ ରାଷ୍ଟ୍ରପତି ପୁଟିନ୍‌ ବୁଝାଇବା ସହ ଚେତାଇ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ୍‌ ଉପରେ ଯଦି ଆକ୍ରମଣ କରାଯାଏ ତେବେ 'ବ୍ୟାପକ ମାନବୀୟ କ୍ଷତି' ଘଟିବ।

ହ୍ୱାଇଟ୍‌ ହାଉସ୍‌ରୁ ମିଳିଥିବା ସୂଚନା ମୁତାବକ, ଜୋ ବାଇଡେନ କହିଛନ୍ତି ଯେ ଏହି ସଙ୍କଟକୁ ଦୂର କରିବା ପାଇଁ ପାଶ୍ଚାତ୍ୟ କୂଟନୈତିକ ସ୍ତରରେ ପ୍ରତିବଦ୍ଧ, କିନ୍ତୁ ଅନ୍ୟ ପରିସ୍ଥିତି ପାଇଁ ସମାନ ଭାବରେ ଆମେ ପ୍ରସ୍ତୁତ। ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି, କ୍ରେମ୍‌ଲିନ୍‌ ଯଦି ୟୁକ୍ରେନ୍‌ ଆକ୍ରମଣ କରେ ତେବେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରମାନେ ନିର୍ଣ୍ଣାୟକ ମୁକାବିଲା କରିବା ସହ ତୁରନ୍ତ କଠୋର କଟକଣା ଲାଗୁ କରିବେ। ତେଣୁ ଏଥିରୁ ବିରତ ହେବାକୁ ପୁଟିନଙ୍କୁ ଅନୁରୋଧ କରିଚଛନ୍ତି ବାଇଡେନ୍‌ । କିନ୍ତୁ ପୁତିନଙ୍କ କଥାରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ ନକରିବକାରୁ ତାଙ୍କୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।

ଗତକାଲି ଦୀର୍ଘ ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ ୟୁରୋପରେ ଆସନ୍ନ ଯୁଦ୍ଧର ଆଶଙ୍କାକୁ ହ୍ରାସ କରିବା ଲାଗି କୌଣସି ପ୍ରସ୍ତାବ ଦିଆ ଯାଇନାହିଁ। ବାଇଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ଗୋଟିଏ ଦିନ ପୂର୍ବରୁ ଚେତାବନୀ ସ୍ୱର ଜାରି କରିବା ପରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ ଋଷର ଆକ୍ରମଣ କିଛି ଦିନ ମଧ୍ୟରେ ଆରମ୍ଭ ହୋଇପାରେ। ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଫେବୃଆରୀ ୨୦ ରେ ବେଜିଂରେ ଏହି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି।

ଆକ୍ରମଣ କଥାକୁ ରୁଷ୍‌ ଅସ୍ୱୀକାର କରୁଥିଲେ ବି ବେଲାଋଷ୍‌ ୟୁକ୍ରେନ୍‌ର ସୀମାରେ ୧ ଲକ୍ଷ ସୈନିକ ଠୁଳ କରିଛି। ତିନି ପାର୍ଶ୍ୱରୁ ୟୁକ୍ରେନ୍‌କୁ ଘେରି ରହିଥିବା ବେଲାଋଷ୍‌ରେ ସମରାଭ୍ୟାସ ପାଇଁ ସୈନିକମାନଙ୍କୁ ପଠାଇଛି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହୁଛନ୍ତି କି, ଅବିଳମ୍ବେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଭଳି ସ୍ଥାନରେ ଋଷ୍‌ ଅସ୍ତ୍ରନି‌କ୍ଷେପ ସ୍ଥଳ ପ୍ରସ୍ତୁତ କରିସାରିଛି।

Related story