ରୁଷକୁ ଜବାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି: ଶାନ୍ତି ଚାହୁଁଛୁ, କିନ୍ତୁ ଜାଗା ଛାଡ଼ିବୁନି

କିଭ୍‌: ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ୱାଧୀନ ମାନ୍ୟତା ଦେବା ପରେ ବିବାଦ ଚରମସୀମାରେ ପହଞ୍ଚିଛି। ଏହି ପଦକ୍ଷେପକୁ ୟୁରୋପୀୟ ସଂଘ ଠାରୁ ଆରମ୍ଭ କରି ବହୁ ଦେଶ ବିରୋଧ କରିଛନ୍ତି। ୟୁକ୍ରେନ ମଧ୍ୟ ରୁଷର ଏପରି ପଦକ୍ଷେପକୁ ନାପସନ୍ଦ କରିଛି। ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧନ କରି ରୁଷକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ […]

Ukraine

Hemant Lenka
  • Published: Tuesday, 22 February 2022
  • , Updated: 22 February 2022, 08:47 AM IST

କିଭ୍‌: ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ୱାଧୀନ ମାନ୍ୟତା ଦେବା ପରେ ବିବାଦ ଚରମସୀମାରେ ପହଞ୍ଚିଛି। ଏହି ପଦକ୍ଷେପକୁ ୟୁରୋପୀୟ ସଂଘ ଠାରୁ ଆରମ୍ଭ କରି ବହୁ ଦେଶ ବିରୋଧ କରିଛନ୍ତି। ୟୁକ୍ରେନ ମଧ୍ୟ ରୁଷର ଏପରି ପଦକ୍ଷେପକୁ ନାପସନ୍ଦ କରିଛି।

ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧନ କରି ରୁଷକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରି ଆସୁଛି। ହେଲେ କିଭ୍‌ କେବେ ହେଲେ ନିଜ ଜାଗାକୁ ରୁଷ କିମ୍ବା ଅନ୍ୟ କାହାକୁ ଛାଡ଼ିବ ନାହିଁ। ଏହାର ସୁରକ୍ଷା ପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ୟୁକ୍ରେନ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି।

ରୁଷ ପଟୁ ବିପଦ ବଢ଼ୁଥିବାରୁ ଜେଲେନସ୍କି ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହାପରେ ୟୁକ୍ରେନର ସାର୍ବଭୌମତ୍ୱକୁ ରୁଷ ଉଲ୍ଲଙ୍ଘନ କରିଛି ବୋଲି ସେ କହିଛନ୍ତି। ଏଥିସହ ରୁଷ ୨୦୧୫ ମିନସ୍କ ଶାନ୍ତି ଆଲୋଚନାରେ ହୋଇଥିବା ନିଷ୍ପତ୍ତିକୁ ବେଖାତିର କରିଛି। ଏହି ଶାନ୍ତି ଆଲୋଚନା ବେଳେ ପୂର୍ବ ୟୁକ୍ରେନରେ ଚାଲିଥିବା ବିଦ୍ରୋହକୁ ମସ୍କୋ ଶେଷ କରିବ ବୋଲି ରାଜି ହୋଇଥିଲା। କିନ୍ତୁ ଏବେ ରୁଷ ସବୁ କିଛିକୁ ଭୁଲି ପୂର୍ବ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ମାନ୍ୟତା ଦେଇଛି ବୋଲି ସେ କହିଛନ୍ତି।

ଜେଲେନସ୍କି ଆହୁରି କହିଛନ୍ତି, “ଆମେ ଶାନ୍ତିପୂର୍ଣ୍ଣ ଓ କୂଟନୀତିକ ସ୍ତରରେ ସବୁ କିଛିର ସମାଧାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ଆମ କଥାରେ କାଏମ ରହିଛୁ ଓ ଏହାକୁ ଅନୁସରଣ ମଧ୍ୟ କରିବୁ। କିନ୍ତୁ ଆମେ ଆମ ଜାଗାରେ ରହିଛୁ। ଆମେ କୌଣସି ବି ପରିସ୍ଥିତି ବା କାହାକୁ ବି ଭୟ କରୁନାହୁଁ। ଆମେ କାହା ଉପରେ ନିର୍ଭରଶୀଳ ନୁହେଁ। ଆମେ ଆମ ଜାଗାକୁ କେବେ ହେଲେ କାହାକୁ ଦେବୁନାହିଁ।”

ସେ ରୁଷ, ଜର୍ମାନୀ, ୟୁକ୍ରେନ ଓ ଫ୍ରାନ୍ସ ରାଷ୍ଟ୍ରନେତାମାନେ ବୈଠକ ପାଇଁ ଆହ୍ୱାନ ଦେଇଛନ୍ତି। ଏଥିସହ ରୁଷ ଏକତରଫା ଭାବେ ନେଇଥିବାରୁ ମସ୍କୋ ଉପରେ କଟକଣା ଲାଗୁ କରିବାକୁ ଦାବି କରିଛନ୍ତି।

Related story