ୟୁରୋପୀୟ ୟୁନିୟନର ସଦସ୍ୟ ହେବ ୟୁକ୍ରେନ, ଜେଲେନସ୍କିଙ୍କ ଆବେଦନକୁ ମିଳିଲା ସ୍ୱୀକୃତି

କିଭ୍‌: ରୁଷର ନାଲି ଆଖି ସତ୍ତ୍ୱେ ୟୁରୋପୀୟ ୟୁନିୟନର ସଦସ୍ୟ ହେବାକୁ ଯାଉଛି ୟୁକ୍ରେନ। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ସୋମବାର ରାଷ୍ଟ୍ରପତି ଜେଲେନସ୍କି କରିଥିବା ଆବେଦନକୁ ଆଜି ୟୁରୋପୀୟ ସଂସଦ ଗ୍ରହଣ କରି ନେଇଛି। ଏବେ ଏହାକୁ ବିଧିବଦ୍ଧ ମଞ୍ଜୁରୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସଂସଦରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ପରେ ୟୁକ୍ରେନ ୟୁରୋପୀୟ ୟୁନିୟନରେ ସାମିଲ ହୋଇଯିବ। ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବିବେଚନା କରାଯିବ। କାରଣ ୟୁକ୍ରେନ ନାଟୋ […]

EU1

Hemant Lenka
  • Published: Tuesday, 01 March 2022
  • , Updated: 01 March 2022, 09:11 PM IST

କିଭ୍‌: ରୁଷର ନାଲି ଆଖି ସତ୍ତ୍ୱେ ୟୁରୋପୀୟ ୟୁନିୟନର ସଦସ୍ୟ ହେବାକୁ ଯାଉଛି ୟୁକ୍ରେନ। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ସୋମବାର ରାଷ୍ଟ୍ରପତି ଜେଲେନସ୍କି କରିଥିବା ଆବେଦନକୁ ଆଜି ୟୁରୋପୀୟ ସଂସଦ ଗ୍ରହଣ କରି ନେଇଛି। ଏବେ ଏହାକୁ ବିଧିବଦ୍ଧ ମଞ୍ଜୁରୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସଂସଦରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ପରେ ୟୁକ୍ରେନ ୟୁରୋପୀୟ ୟୁନିୟନରେ ସାମିଲ ହୋଇଯିବ। ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବିବେଚନା କରାଯିବ। କାରଣ ୟୁକ୍ରେନ ନାଟୋ କିମ୍ବା ୟୁରୋପୀୟ ୟୁନିୟନରେ ସାମିଲ ନ ହେବା ଦରକାର ବୋଲି ରୁଷ ଚେତାବନୀ ଦେଇଥିଲା।

ହେଲେ ଏହାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ସତ୍ତ୍ୱେ ଖାତିର କରି ନଥିଲେ। ସୋମବାର ସେ ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ଆବଶ୍ୟକ ଦସ୍ତାବିଜ ଉପରେ ଦସ୍ତଖତ କରିଥିଲେ। ଆଜି ୟୁରୋପୀୟ ସଂସଦ ଏହି ପ୍ରସ୍ତାବକୁ ଗ୍ରହଣ କରି ନେଇଛି।

ୟୁରୋପୀୟ ସଂସଦକୁ ମଧ୍ୟ ଆଜି ଜେଲେନସ୍କି ସମ୍ବୋଧନ କରିଥିଲେ। ଏହି ସମୟରେ ସମସ୍ତେ ଛିଡ଼ା ହୋଇ ତାଙ୍କ ସାହାସକୁ ପ୍ରଶଂସା କରିଥିଲେ। ସେ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ୟୁକ୍ରେନ ସହ ୟୁରୋପୀୟ ୟୁନିୟନ ରହିଛି ବୋଲି ପ୍ରମାଣ କରିବାକୁ ଦାବି କରିଥିଲେ।

ଏଥିସହ ରୁଷ ଦ୍ୱାରା ୟୁକ୍ରେନ ସହିଥିବା କ୍ଷୟକ୍ଷତିକୁ ବୟାନ କରିଥିଲେ। ଭାଷଣ ପରେ ସେ ସଂସଦରେ ସଦସ୍ୟତା ପାଇଁ କରିଥିବା  ଆବେଦନକୁ ମଞ୍ଜୁରୀ ଦେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ସମ୍ଭବତଃ ଆଜି ହିଁ ସଂସଦରେ ଭୋଟ ଅନୁଷ୍ଠିତ ହେବ। ସବୁ ୟୁରୋପୀୟ ଦେଶ ୟୁକ୍ରେନ ସପକ୍ଷରେ ରହିଛନ୍ତି। ତେଣୁ ୟୁକ୍ରେନକୁ ୟୁନିୟନର ସଦସ୍ୟତା ମିଳିବା ଏକ ପ୍ରକାରର ନିଶ୍ଚିତ।

ଅନ୍ୟପକ୍ଷରେ ୟୁକ୍ରେନ ୟୁରୋପୀୟ ୟୁନିୟନର ସଦସ୍ୟ ହେବା ମାତ୍ରେ ରୁଷର ଚିନ୍ତା ଆହୁରି ବଢ଼ିବ। ଏପରି କି ରୁଷ ତା’ର ହମଲାକୁ ଆହୁରି ତୀବ୍ର କରିପାରେ। ସମ୍ଭବତଃ ଏଥିପାଇଁ ରୁଷ ପ୍ରତିରକ୍ଷା ବିଭାଗ ତୁରନ୍ତ ସାଧାରଣ ଲୋକଙ୍କୁ କିଭ୍‌ ଛାଡ଼ିକୁ ନିର୍ଦ୍ଦେଶ ଦେଇଛି। ଆଜି ରାତିରେ ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ସବୁଠାରୁ ବଡ଼ଧରଣର ହମଲା କରିପାରନ୍ତି ବୋଲି ମଧ୍ୟ ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

Related story