ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକକୁ ତାଲିବାନର ବିରୋଧ, ସାଧାରଣ ଲୋକ ବି ପ୍ରାଣ ହରାଇଥିବା କହିଲା

କାବୁଲ: ଆଫଗାନିସ୍ତାନରେ ଆତ୍ମଘାତୀ ଆତଙ୍କୀଙ୍କ ଉପରେ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକୁ କଡ଼ା ଭାଷାରେ ବିରୋଧ କରିଛି ତାଲିବାନ। ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ଆଇଏସ୍‌-କେ ଆତ୍ମଘାତୀ ହମଲା କରିଥିଲା। ଏହାପରେ ଶନିବାର ଆମେରିକା ଡ୍ରୋନ ଷ୍ଟ୍ରାଇକ କରିବା ଆରମ୍ଭ କରିଛି। ଶନିବାର ଓ ରବିବାର ଆମେରିକା କାବୁଲରେ ଡ୍ରୋନ ଷ୍ଟ୍ରାଇକ କରି ଅନେକ ହମଲାକୁ ପଣ୍ଡ କରିଦେଇଥିବା ଦାବି କରିଛି। ତେବେ ରବିବାର ଡ୍ରୋନ ଷ୍ଟ୍ରାଇକରେ ସାଧାରଣ ଲୋକ ପ୍ରାଣ ହରାଇଥିବା ତାଲିବାନ ଦାବି […]

Drone

Hemant Lenka
  • Published: Monday, 30 August 2021
  • , Updated: 31 August 2021, 12:33 PM IST

କାବୁଲ: ଆଫଗାନିସ୍ତାନରେ ଆତ୍ମଘାତୀ ଆତଙ୍କୀଙ୍କ ଉପରେ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକୁ କଡ଼ା ଭାଷାରେ ବିରୋଧ କରିଛି ତାଲିବାନ। ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ଆଇଏସ୍‌-କେ ଆତ୍ମଘାତୀ ହମଲା କରିଥିଲା। ଏହାପରେ ଶନିବାର ଆମେରିକା ଡ୍ରୋନ ଷ୍ଟ୍ରାଇକ କରିବା ଆରମ୍ଭ କରିଛି।

ଶନିବାର ଓ ରବିବାର ଆମେରିକା କାବୁଲରେ ଡ୍ରୋନ ଷ୍ଟ୍ରାଇକ କରି ଅନେକ ହମଲାକୁ ପଣ୍ଡ କରିଦେଇଥିବା ଦାବି କରିଛି। ତେବେ ରବିବାର ଡ୍ରୋନ ଷ୍ଟ୍ରାଇକରେ ସାଧାରଣ ଲୋକ ପ୍ରାଣ ହରାଇଥିବା ତାଲିବାନ ଦାବି କରିଛି। ଏଥିସହ ଡ୍ରୋନ ଷ୍ଟ୍ରାଇକ ପୂର୍ବରୁ ଆମେରିକା ଏ ସମ୍ପର୍କରେ ତାଲିବାନକୁ ସୂଚନା ମଧ୍ୟ ଦେଇ ନଥିଲା। ଏହି କାରଣରୁ ସଂଗଠନର ମୁଖପାତ୍ର ଆମେରିକା ଏପରି ପଦକ୍ଷେପକୁ କଡ଼ା ବିରୋଧ କରିଛନ୍ତି।

ତାଲିବାନ ମୁଖପାତ୍ର ଜୈବହୁଲ୍ଲା ମୁଜାହିଦ କହିଛନ୍ତି, ରବିବାର ଡ୍ରୋନ ଷ୍ଟ୍ରାଇକରେ ୭ ଜଣ ନିରୀହ ଆଫଗାନୀ ନିହତ ହୋଇଛନ୍ତି। ବିଦେଶୀ ମାଟିରେ ଆମେରିକା ଏପରି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ। ଏହା ସଂପୂର୍ଣ୍ଣ ଭାବେ ବେଆଇନ। ଯଦି ଆଫଗାସ୍ତାନ ପ୍ରତି କୌଣସି ବଡ଼ଧରଣର ବିପଦ ରହିଛି, ତା’ହେଲେ ସେମାନେ ଆମକୁ ସୂଚିତ କରିପାରିଥାଆନ୍ତେ। ଆମେ ଏହାର ମୁକାବିଲା କରିବାକୁ ସକ୍ଷମ। କିନ୍ତୁ ଆମେରିକାର ତଥାକଥିତ ଡ୍ରୋନ ଷ୍ଟ୍ରାଇକ କରିଛି। ଏଥିରେ ସାଧାରଣ ଲୋକଙ୍କ ଜୀବନ ଯାଉଛି। ଏହାକୁ ଆମେ ବିରୋଧ କରୁଛୁ ବୋଲି ସେ କହିଛନ୍ତି।

ପେଣ୍ଟାଗନ ପକ୍ଷରୁ ଡ୍ରୋନ୍‌ ଷ୍ଟ୍ରାଇକ ସମ୍ପର୍କରେ କୁହାଯାଇଥିଲା ଯେ ଆଇଏସ୍‌-କେ ପକ୍ଷରୁ ଗୋଟିଏ ସ୍ଥାନୀୟ ଆତଙ୍କୀ ସଂଗଠନ କାର୍‌ ଦ୍ୱାରା ଆତ୍ମଘାତୀ ହମଲା କରିବାକୁ କାବୁଲରେ ଯୋଜନା କରିଥିଲା। ଆମେରିକା ସେନା ଚୂଡ଼ାନ୍ତ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ ପହଞ୍ଚାଇ ଥିବାବେଳେ ଏହାକୁ ଟାର୍ଗେଟ କରି ହମଲା କରିବାକୁ ଯୋଜନା ହୋଇଥିଲା।

ଏହା ପଶ୍ଚିମ ଦେଶ ଓ ତାଲିବାନ ପ୍ରତି ବିପଦ ସୃଷ୍ଟି କରିଥିଲା। ତେଣୁ ଆମେରିକା ପକ୍ଷରୁ ଡ୍ରୋନ୍‌ ଷ୍ଟ୍ରାଇକରେ ସମ୍ଭାବ୍ୟ ଆକ୍ରମଣକୁ ପଣ୍ଡ କରାଯାଇଛି। କାର୍‌ ସମେତ ବିସ୍ଫୋରକ ଖଚିତ ଆତଙ୍କୀ ନିହତ ହୋଇଛନ୍ତି। ଡ୍ରୋନ ଷ୍ଟ୍ରାଇକରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗର ତଦନ୍ତ ଚାଲିଥିବା ପେଣ୍ଟାଗନ କହିଛି।

ଅନ୍ୟପକ୍ଷରେ ଆଜି କାବୁଲ ଏୟାରପୋର୍ଟ ଉପରେ ୫ଟି ରେକଟ ଦ୍ୱାରା ଆକ୍ରମଣ ହୋଇଥିଲା। ତେବେ ଏହାକୁ ଏୟାରପୋର୍ଟରେ ଲାଗିଥିବା ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ଭଣ୍ଡୁର କରି ଦେଇଛି। କିନ୍ତୁ ଗୋଟିଏ ରକେଟ ସ୍ଥାନୀୟ ଅଞ୍ଚଳରେ ଥିବା ଘରେ ମାଡ଼ ହୋଇଥିଲା। ଏହି ରେକଟ୍‌ ମାଡ଼ ପାଇଁ ଆଇଏସ୍‌ଆଇଏଲ ନାମକ ଆଇଏସର ଗୋଟିଏ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି।

Related story