ଆଫଗାନରେ ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧ ହାରିଥିବା ସ୍ୱୀକାର କଲା ଆମେରିକା

ୱାଶିଂଟନ: ଦୀର୍ଘ ୨୦ ବର୍ଷ କାଳ ଆମେରିକା ଯବାନ ଆଫଗାନିସ୍ତାନରେ ଯେଉଁ ଯୁଦ୍ଧ ଲଢ଼ୁଥିଲେ ସେଥିରେ ତାଲିବାନ ପୂର୍ଣ୍ଣଚ୍ଛେଦ ଟାଣିଛି। ତାଲିବାନ ଆଫଗାନକୁ ଦଖଲ କରିବା ପରେ ଆମେରିକା ସେନା ପ୍ରତ୍ୟାହାର କରିଛି। ଦୀର୍ଘ ୨୦ ବର୍ଷ ଧରି ଆମେରିକା କରୁଥିବା ଯୁଦ୍ଧରେ ପରାସ୍ତ ହୋଇଥିବା ଆଜି ସ୍ୱୀକାର କରିଛି। ପ୍ରଥମଥର ପାଇଁ ଆମେରିକା ନିଜର ପରାଜୟକୁ ସ୍ୱୀକାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକା ଯୁଗ୍ମ ଚିଫ ଅଫ ଷ୍ଟାଫ ଜେନେରାଲ ମାର୍କ ମିଲେ ହାଉସ […]

US

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 08:25 PM IST

ୱାଶିଂଟନ: ଦୀର୍ଘ ୨୦ ବର୍ଷ କାଳ ଆମେରିକା ଯବାନ ଆଫଗାନିସ୍ତାନରେ ଯେଉଁ ଯୁଦ୍ଧ ଲଢ଼ୁଥିଲେ ସେଥିରେ ତାଲିବାନ ପୂର୍ଣ୍ଣଚ୍ଛେଦ ଟାଣିଛି। ତାଲିବାନ ଆଫଗାନକୁ ଦଖଲ କରିବା ପରେ ଆମେରିକା ସେନା ପ୍ରତ୍ୟାହାର କରିଛି। ଦୀର୍ଘ ୨୦ ବର୍ଷ ଧରି ଆମେରିକା କରୁଥିବା ଯୁଦ୍ଧରେ ପରାସ୍ତ ହୋଇଥିବା ଆଜି ସ୍ୱୀକାର କରିଛି। ପ୍ରଥମଥର ପାଇଁ ଆମେରିକା ନିଜର ପରାଜୟକୁ ସ୍ୱୀକାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆମେରିକା ଯୁଗ୍ମ ଚିଫ ଅଫ ଷ୍ଟାଫ ଜେନେରାଲ ମାର୍କ ମିଲେ ହାଉସ ଆର୍ମଡ ସର୍ଭିସ କମିଟିକୁ କହିଛନ୍ତି, ଏହା ସମସ୍ତଙ୍କୁ ଜଣା ଯେ ଆମେ ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧ ଯେମିତି ଶେଷ ହେବା ବୋଲି ଆଶା କରିଥିଲୁ ସେମିତି ଶେଷ ହୋଇନାହିଁ। ଆଫଗାନକୁ ତାଲିବାନ ଦଖଲ କରିବା ପରେ ଆମେ କରିଥିବା ସବୁ ଆଶା ପାଣିରେ ପଡ଼ିଛି।

ଦୀର୍ଘ ୨୦ ବର୍ଷ ହେଲା ଆଫଗାନରେ ଚାଲିଥିବା ଯୁଦ୍ଧରେ ଆମେରିକା ପରାସ୍ତ ହୋଇଛି। ଏହି ଯୁଦ୍ଧ ରଣନୀତିଗତ ବିଫଳତା। କେବଳ ୨୦ ଦିନ କିମ୍ବା ୨୦ ମାସରେ ଏପରି ଘଟଣା ଘଟିନି। ଦୀର୍ଘ ଦିନ ଧରି ନିଆଯାଇଥିବା ଭୁଲ ନିଷ୍ପତ୍ତି ଓ ରଣନୀତି ଯୋଗୁ ଏପରି ଘଟଣା ଘଟିଛି।

ଆମେ ଯୁଦ୍ଧ ହାରି ସାରିଛୁ। ଏହା ହିଁ ବାସ୍ତବତା। ଆମେ ଆମେରିକାକୁ ଅଲକାଏଦା କବଳରୁ ରକ୍ଷା କରିବାକୁ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ବର୍ତ୍ତମାନ ଆଫଗାନ ସ୍ଥିତି ଆମେ ଆଶା କରିଥିବା ପରିସ୍ଥିତି ଠାରୁ ସଂପୂର୍ଣ୍ଣ ଭିନ୍ନ। ଏଥିପାଇଁ ଅନେକ କାରଣ ଦାୟୀ। ଆମକୁ ସେସବୁ ଚିହ୍ନଟ କରିବାକୁ ପଡ଼ିବ। ଏହି ଘଟଣାରୁ ଆମକୁ ଅନେକ କିଛି ଶିକ୍ଷା ମିଳିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୧ରେ ଆମେରିକାରେ ଅଲକାଏଦା ପକ୍ଷରୁ ବିଶ୍ୱର ସବୁଠାରୁ ବଡ଼ ଆତଙ୍କୀ ହମଲା ହୋଇଥିଲା। ଏହାର ବଦଲା ନେବାକୁ ଆମେରିକା ସେନା ଆଫଗାନିସ୍ତାନରେ ପ୍ରବେଶ କରିଥିଲେ। ଆମେରିକା ସେନା ସହାୟତାରେ ତାଲିବାନ କ୍ଷମତାରୁ ହଟିବା ସହ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହୋଇଥିଲେ।

ଦୀର୍ଘ ୨୦ ବର୍ଷ ହେଲାଣି ଆମେରିକା ତାଲିବାନ ସହ ଆଫଗାନରେ ଯୁଦ୍ଧ କରୁଥିଲା। ହେଲେ ହଠାତ୍ ଆମେରିକା ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେବାରୁ ତାଲିବାନ ୨୦୨୧ରେ ଆଫଗାନକୁ ପୁଣି ଦଖଲ କରିବା ଆରମ୍ଭ କରିଥିଲେ। ଅଗଷ୍ଟ ୧୫ରେ ସଂଗଠନ କାବୁଲ ଦଖଲ କରି ବିଜୟ ପତାକା ଉଡ଼ାଇଥିଲା। ଆମେରିକାର ଭୁଲ ରଣନୀତି ଯୋଗୁ ଏପରି ଘଟିଲା ବୋଲି ବିଭିନ୍ନ ରାଷ୍ଟ୍ର ପକ୍ଷରୁ କୁହାଯାଇଛି। ଏବେ ଆମେରିକା ମଧ୍ୟ ନିଜର ପରାଜୟକୁ ସ୍ୱୀକାର କରିଛି।

Related story