ରେକର୍ଡ କଲା ଆମେରିକା, ଦିନକରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ୱାଶିଂଟନ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଆମେରିକାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଏଠାରେ ସଂକ୍ରମଣ ବଢ଼ୁଥିବା ବେଳେ ଆଜି ଏହା ବିଶ୍ୱ ରେକର୍ଡ କରିଛି। ମହାମାରୀ କରୋନା ପ୍ରବେଶ କରିବା ଦିନ ଠାରୁ ଆମେରିକା କିମ୍ବା ବିଶ୍ୱର କୌଣସି ସ୍ଥାନରେ ଯାହା ଘଟି ନଥିଲା, ସେକଥା ଗତ ୨୪ ଘଣ୍ଟାରେ ଘଟିଛି। ୨୪ ଘଣ୍ଟା ମଧ୍ୟରେ ଆମେରିକାରୁ ୧୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବେ ବି ବିଶ୍ୱର କୌଣସି ସ୍ଥାନରେ […]

Omicron1

Hemant Lenka
  • Published: Tuesday, 04 January 2022
  • , Updated: 04 January 2022, 02:03 PM IST

ୱାଶିଂଟନ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଆମେରିକାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଏଠାରେ ସଂକ୍ରମଣ ବଢ଼ୁଥିବା ବେଳେ ଆଜି ଏହା ବିଶ୍ୱ ରେକର୍ଡ କରିଛି। ମହାମାରୀ କରୋନା ପ୍ରବେଶ କରିବା ଦିନ ଠାରୁ ଆମେରିକା କିମ୍ବା ବିଶ୍ୱର କୌଣସି ସ୍ଥାନରେ ଯାହା ଘଟି ନଥିଲା, ସେକଥା ଗତ ୨୪ ଘଣ୍ଟାରେ ଘଟିଛି।

୨୪ ଘଣ୍ଟା ମଧ୍ୟରେ ଆମେରିକାରୁ ୧୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବେ ବି ବିଶ୍ୱର କୌଣସି ସ୍ଥାନରେ ଏତେ ସଂଖ୍ୟକ ଲୋକ ଗୋଟିଏ ଦିନରେ ସଂକ୍ରମିତ ହେବା ଦେଖାଯାଇ ନଥିଲା। ୪ ଦିନ ତଳେ ଆମେରିକାରେ ଦୈନିକ ସଂକ୍ରମଣ ୫ ଲକ୍ଷ ୯୦ ହଜାର ଥିଲା। ହେଲେ ସୋମବାରର ଦୈନିକ ସଂକ୍ରମଣ ୧୦ ଲକ୍ଷ ପାର କରିଛି। ୨୪ ଘଣ୍ଟା ମଧ୍ୟରେ ୧,୦୦୩,୦୪୩ ଜଣଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି।

ମହାମାରୀ କରୋନା ୨ ବର୍ଷ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ୨୦୨୧ ମେ’ ୭ରେ ଡେଲ୍ଟା ଭାରିଏଣ୍ଟ ଯୋଗୁ ଆମେରିକା ବାହାରେ ସବୁଠାରୁ ଅଧିକ ୪ ଲକ୍ଷ୧୪ ହଜାର କରୋନା ଆକ୍ରାନ୍ତ ସାମ୍ନାକୁ ଆସିଥିଲେ। ଭାରତ ହିଁ ଏହି ରେକର୍ଡ କରିଥିଲା। ହେଲେ ଏବେ ଭାରତର ଦୈନିକ ସଂକ୍ରମଣ ଠାରୁ ଆମେରିକାରେ ଦୁଇ ଗୁଣରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାରୀ ତଥ୍ୟ ଅନୁସାରେ ହିଁ ୧୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। କାରଣ ଆମେରିକାର ଅନେକ ଲୋକ ନିଜ ଘରେ ହିଁ କରୋନା ଟେଷ୍ଟ କରୁଛନ୍ତି। ରିପୋର୍ଟ ପଜିଟିଭ ଆସିଲେ ମଧ୍ୟ ଅନେକ ସରକାରଙ୍କୁ ନ ଜଣାଇ ମେଡିସିନ ଖାଇ ସୁସ୍ଥ ହୋଇ ଯାଉଛନ୍ତି। ଏଗୁଡ଼ିକର ତଥ୍ୟ ରଖିବାରେ ସରକାର ବିଫଳ ହୋଇଛନ୍ତି।

ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଅଧିକାଂଶ ଲୋକ ଗୁରୁତର ହେଉ ନାହାନ୍ତି। ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡ଼ୁନି। ତେଣୁ ଓମିକ୍ରନ ଆକ୍ରାନ୍ତ ଘରେ ରହି ସୁସ୍ଥ ହେଉଛନ୍ତି। ତଥାପି ବହୁବିଧ ରୋଗୀ ଓ ଛୋଟ ପିଲା ହସ୍ପିଟାଲରେ ଭର୍ତ୍ତି ହେଉଥିବା ଖବର ମିଳୁଛି। ବିମାନ ସେବା ବନ୍ଦ କରାଯାଇଥିବା ବେଳେ ସ୍କୁଲ ଓ ଅଫିସକୁ ଛୁଟି ଘୋଷଣା କରାଯାଇଛି।

ଲକ୍ଷଣହୀନ କରୋନା ଆକ୍ରାନ୍ତ ୫ ଦିନ ହୋମ ଆଇସୋଲେସନରେ ରହିବେ। ଏହାପରେ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ, ସେମାନଙ୍କୁ ସୁସ୍ଥ ଘୋଷଣା କରାଯିବ।

Related story