Advertisment

ଭୁଲ୍‌ କରିଛି କି ଆମେରିକା? ଏୟାର ଷ୍ଟ୍ରାଇକ୍‌କୁ ନେଇ ଉଠିଲା ପ୍ରଶ୍ନ

ୱାଶିଂଟନ: କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ପରେ ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଆମେରିକା। ଏହି ବିସ୍ଫୋରଣ ପଛରେ ଆଇଏସ୍‌ ଖୋରାସାନ ଆତଙ୍କବାଦୀ ନିଜକୁ ଦାୟୀ କରିଥିଲା। ଆମେରିକାର ଏୟାର ଷ୍ଟ୍ରାଇକ୍ ଦ୍ୱାରା ଆଇଏସ୍ ଖୋରାସାନର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା କୁହାଯାଉଛି। ହେଲେ ଏବେ ଆମେରିକା ଆତଙ୍କବାଦୀଙ୍କୁ ଚିହ୍ନିବାରେ ଭୁଲ୍‌ କରିଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି। ଅତଙ୍କବାଦୀଙ୍କ ବଦଳରେ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ନ୍ୟୁୟର୍କ ଟାଇମ୍ସ ତା’ରିପୋର୍ଟରରେ ଦାବି କରିଛି ଯେ, ଆମେରିକାର […]

ଅଦ୍ୟତନ ହୋଇଛି
ଭୁଲ୍‌ କରିଛି କି ଆମେରିକା? ଏୟାର ଷ୍ଟ୍ରାଇକ୍‌କୁ ନେଇ ଉଠିଲା ପ୍ରଶ୍ନ

Air Strike

Advertisment

ୱାଶିଂଟନ: କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ପରେ ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଆମେରିକା। ଏହି ବିସ୍ଫୋରଣ ପଛରେ ଆଇଏସ୍‌ ଖୋରାସାନ ଆତଙ୍କବାଦୀ ନିଜକୁ ଦାୟୀ କରିଥିଲା। ଆମେରିକାର ଏୟାର ଷ୍ଟ୍ରାଇକ୍ ଦ୍ୱାରା ଆଇଏସ୍ ଖୋରାସାନର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା କୁହାଯାଉଛି। ହେଲେ ଏବେ ଆମେରିକା ଆତଙ୍କବାଦୀଙ୍କୁ ଚିହ୍ନିବାରେ ଭୁଲ୍‌ କରିଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି। ଅତଙ୍କବାଦୀଙ୍କ ବଦଳରେ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ନ୍ୟୁୟର୍କ ଟାଇମ୍ସ ତା'ରିପୋର୍ଟରରେ ଦାବି କରିଛି ଯେ, ଆମେରିକାର ଏୟାରଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ବଦଳରେ ନୀରିହ ଲୋକ ପ୍ରାଣ ହରାଇଛନ୍ତି।  ଆମେରିକା ୨୯ ଅଗଷ୍ଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହି ଏୟାର ଷ୍ଟ୍ରାଇକରେ ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ ପ୍ରଦେଶ ଆତଙ୍କବାଦୀଙ୍କ ବଦଳରେ ଆମେରିକା ଭୁଲରେ ନିଜର ସହାୟତା କର୍ମଚାରୀଙ୍କୁ ଟାର୍ଗେଟ କରିଥାଇପାରେ। ଏନେଇ  ଏକ ଭିଡିଓ ବିଶ୍ଲେଷଣରୁ ଜଣାପଡିଛି ବୋଲି ନ୍ୟୁୟର୍କ ଟାଇମ୍ସ କହିଛି।  ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପରଦିନ ସକାଳେ ‘ଆଇଏସ୍‌କେପି’ କରିଥିବା ରକେଟ୍‌ ଆକ୍ରମଣ ଅହମଦିଙ୍କ ଯାନ ପରି ଦିଶୁଥିବା ‘ଟୋୟୋଟା କରୋଲା’ରୁ ହୋଇଥିଲା।

ଏଫ୍‌ପି କହିବା ଅନୁସାରେ, ଏଜ୍‌ମାରାଇ ଅହମଦି ଥିଲେ କାଲିଫର୍ଣ୍ଣିଆ ସହାୟତା ସଂସ୍ଥାନର ଜଣେ ବୈଦ୍ୟୁତିକ ଯନ୍ତ୍ରୀ। ସେ ‘ନ୍ୟୁଟ୍ରିସନ୍‌ ଆଣ୍ଡ୍‌ ଏଜୁକେସନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍’ ପାଇଁ ଲବି କରୁଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ପୁନଃଥଇଥାନ ନିମନ୍ତେ ଆବେଦନ କରିଥିବା ଅନେକ ଆଫଗାନିସ୍ତାନବାସୀଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।

Advertisment

ଗାଡ଼ିରେ ବିସ୍ଫୋରକ ଥିବା ଦର୍ଶାଇ ଡ୍ରୋନ୍‌ ଆକ୍ରମଣ ପରେ ବଡ଼ଧରଣର ବିସ୍ଫୋରଣ ଘଟିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ‘ନ୍ୟୁୟର୍କ ଟାଇମ୍‌ସ୍‌’ ତଦନ୍ତ କହୁଛି ଯେ, ଦ୍ୱିତୀୟ ବିସ୍ଫୋରଣ ଘଟିଥିବା ନେଇ କୌଣସି ପ୍ରମାଣ ନାହିଁ। ନିକଟବର୍ତ୍ତୀ ଫାଟକ ନିକଟରେ ଗୋଟିଏ ବିସ୍ଫୋରଣ ଛଡ଼ା ପ୍ରାଚୀର ଭାଙ୍ଗିବା ପରି ଅତିରିକ୍ତ ବିସ୍ଫୋରଣ ଘଟିଥିବାର ସ୍ପଷ୍ଟ ଚିହ୍ନ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, କାବୁଲ ଆକ୍ରମଣର ୪୮ ଘଣ୍ଟା ପରେ ଆମେରିକା ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏଥିରେ ଇସଲାମିକ ଷ୍ଟେଟ୍‌ ଖୋରାସାନର ଆତଙ୍କବାନୀମାନେ ନିହାତ ହୋଇଥିବା ନେଇ ପେଣ୍ଟାଗନ ଦାବି କରିଥିଲା। ସେପଟେ କାବୁଳ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟ ସହିଦ ହୋଇଥିଲେ। ୨୦୦ରୁ ଅଧିକ ଆହତ ହୋଇଥିଲେ। ଏଥିରେ ଅଧିକାଂଶ ଆଫଗାନ ନାଗରିକ ସାମିଲ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe