ହମଲା ପରେ ୟୁଏଇ ପାଇଁ ବାହାରିଲା ଆମେରିକା, ପଠାଇବ ଯୁଦ୍ଧ ଜାହାଜ ଓ ବିମାନ

ଦୁବାଇ: ୟୁଏଇ ସପକ୍ଷରେ ବାହାରିଛି ଆମେରିକା। ୟେମେନରେ ଥିବା ଇହୁଦି ବିଦ୍ରୋହୀ ଗୋଷ୍ଠୀ ବାରମ୍ବାର ୟୁଏଇକୁ ଟାର୍ଗେଟ କରି ମିସାଇଲ ମାଡ଼ କରୁଥିବାରୁ ଏହାର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛି ଆମେରିକା। ଏଥିପାଇଁ ଆମେରିକା ପକ୍ଷରୁ ଗାଇଡେଡ ମିସାଇଲ ବିଧ୍ୱଂସକାରୀ, ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ମୁତୟନ କରାଯିବ। ଏଗୁଡ଼ିକ ସବୁବେଳେ ୟୁଏଇର ସୁରକ୍ଷା କରିବେ। ବିଦ୍ରୋହୀ ଗୋଷ୍ଠୀ ବାରମ୍ବାର ହମଲା କରୁଥିବାରୁ ଅବୁଧାବି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ଅଲ ନହୟାଦନ ନିକଟରେ […]

UAE

Hemant Lenka
  • Published: Wednesday, 02 February 2022
  • , Updated: 02 February 2022, 04:32 PM IST

ଦୁବାଇ: ୟୁଏଇ ସପକ୍ଷରେ ବାହାରିଛି ଆମେରିକା। ୟେମେନରେ ଥିବା ଇହୁଦି ବିଦ୍ରୋହୀ ଗୋଷ୍ଠୀ ବାରମ୍ବାର ୟୁଏଇକୁ ଟାର୍ଗେଟ କରି ମିସାଇଲ ମାଡ଼ କରୁଥିବାରୁ ଏହାର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛି ଆମେରିକା। ଏଥିପାଇଁ ଆମେରିକା ପକ୍ଷରୁ ଗାଇଡେଡ ମିସାଇଲ ବିଧ୍ୱଂସକାରୀ, ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ମୁତୟନ କରାଯିବ। ଏଗୁଡ଼ିକ ସବୁବେଳେ ୟୁଏଇର ସୁରକ୍ଷା କରିବେ।

ବିଦ୍ରୋହୀ ଗୋଷ୍ଠୀ ବାରମ୍ବାର ହମଲା କରୁଥିବାରୁ ଅବୁଧାବି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ଅଲ ନହୟାଦନ ନିକଟରେ ଫୋନ ଯୋଗେ ଆମେରିକାର ପ୍ରତିରକ୍ଷା ସଚିବ ଏଲ ଅଷ୍ଟିନଙ୍କ ସହ କଥା ହୋଇଥିଲେ। ଏହାପରେ ୟୁଏଇ ପ୍ରତି ରହିଥିବା ବିପଦକୁ ଦୃଷ୍ଟିରେ ରଖି ଆମେରିକା ସହାୟତା କରିବାକୁ ଆଗେଇ ଆସିଛି। ଏ ସମ୍ପର୍କରେ ୟୁଏଇରେ ଅବସ୍ଥାପିତ ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

ୟେମେନରେ ଥିବା ଇରାନ ସମର୍ଥିତ ଇହୁଦି ଗୋଷ୍ଠୀ ବିରୋଧରେ ସାଉଦି ନେତୃତ୍ୱାଧୀନ ବାହିନୀ ଲଢ଼େଇ କରୁଛି। ଏହି ବାହିନୀରେ ୟୁଏଇ ବି ରହିଛି। ଏଥିପାଇଁ ବଦ୍ରୋହୀ ଗୋଷ୍ଠୀ ବାରରମ୍ବା ୟୁଏଇକୁ ଟାର୍ଗେଟ କରୁଛନ୍ତି। ସୋମବାର ତୃତୀୟଥର ପାଇଁ ୟୁଏଇରେ ମିସାଇଲ ମାଡ଼ ହୋଇଥିଲା। ଦିନକୁ ଦିନ ୟୁଏଇ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଆମେରିକା ସହାୟତା କରିବାକୁ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗାଇଡେଡ ମିସାଇ ବିଧ୍ୱଂସକାରୀ ୟୁଏଇ ନୌସେନାର ଅଂଶ ଭାବେ କାର୍ଯ୍ୟ କରିବ। ଏହା ଅବୁଧାବି ପୋର୍ଟରେ ମୁତୟନ ହେବ। ସେହିପରି ଆମେରିକା ୫ମ ଜେନେରେସନର ଏକାଧିକ ଯୁଦ୍ଧ ବିମାନ ମଧ୍ୟ ୟୁଏଇର ବିଭିନ୍ନ ସ୍ଥାନରେ ମହଜୁଦ ରଖିବ। ଆଗୁଆ ସତର୍କ ସୂଚନା ଦେବା ଲାଗି ମଧ୍ୟ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯିବ।

Related story