Advertisment

ରୁଷର କାଳ ସାଜିଛି ଆମେରିକାର ‘ଜାଭେଲିନ ମିସାଇଲ’, ୟୁକ୍ରେନ ସେନା ଦେଉଛି କଡ଼ା ଜବାବ

କିଭ୍‌: ୟୁକ୍ରେନ ପାଖରେ ଆମେରିକାର ଘାତକ ଜାଭେଲିନ ମିସାଇଲ। ଏହି ମିସାଇଲ ଏବେ ରୁଷ ସେନାର କାଳ ସାଜିଛି। ରୁଷ ତୁଳନାରେ ୟୁକ୍ରେନର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର କମ। ହେଲେ ଆମେରିକାର ସହଯୋଗ ୟୁକ୍ରେନକୁ କରିଛି ଅଧିକ ସଶକ୍ତ। ୟୁକ୍ରେନ ସେନା ଜାଭେଲିନ ମିସାଇଲ ଦ୍ୱାରା ରୁଷର ଟ୍ୟାଙ୍କଗୁଡ଼ିକୁ ବେଶ ସଫଳତାର ସହ ଧ୍ୱଂସ କରି ଦେଉଛି। କେବଳ ଟ୍ୟାଙ୍କ ନୁହେଁ, ରୁଷର ସୈନ୍ୟ ଗାଡ଼ିଗୁଡ଼ିକୁ ମଧ୍ୟ ବହୁ ଦୂରରୁ ନଷ୍ଟ କରିବାରେ ଏହି ମସାଇଲ ୟୁକ୍ରେନ […]

ରୁଷର କାଳ ସାଜିଛି ଆମେରିକାର ‘ଜାଭେଲିନ ମିସାଇଲ’, ୟୁକ୍ରେନ ସେନା ଦେଉଛି କଡ଼ା ଜବାବ

Javelin-Missile

Advertisment

କିଭ୍‌: ୟୁକ୍ରେନ ପାଖରେ ଆମେରିକାର ଘାତକ ଜାଭେଲିନ ମିସାଇଲ। ଏହି ମିସାଇଲ ଏବେ ରୁଷ ସେନାର କାଳ ସାଜିଛି। ରୁଷ ତୁଳନାରେ ୟୁକ୍ରେନର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର କମ। ହେଲେ ଆମେରିକାର ସହଯୋଗ ୟୁକ୍ରେନକୁ କରିଛି ଅଧିକ ସଶକ୍ତ। ୟୁକ୍ରେନ ସେନା ଜାଭେଲିନ ମିସାଇଲ ଦ୍ୱାରା ରୁଷର ଟ୍ୟାଙ୍କଗୁଡ଼ିକୁ ବେଶ ସଫଳତାର ସହ ଧ୍ୱଂସ କରି ଦେଉଛି। କେବଳ ଟ୍ୟାଙ୍କ ନୁହେଁ, ରୁଷର ସୈନ୍ୟ ଗାଡ଼ିଗୁଡ଼ିକୁ ମଧ୍ୟ ବହୁ ଦୂରରୁ ନଷ୍ଟ କରିବାରେ ଏହି ମସାଇଲ ୟୁକ୍ରେନ ପାଇଁ ସାଜିଛି ଗେମ ଚେଞ୍ଜର।

Advertisment

ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନଜର ରଖିଥିବା ଜଣେ ଆମେରିକୀୟ ସାମ୍ବାଦିକ ଏ ସଂକ୍ରାନ୍ତରେ ଗୋଟିଏ ରିପୋର୍ଟ ପ୍ରକାଶ କରିଛନ୍ତି। ସେ ରିପୋର୍ଟରେ କହିଛନ୍ତି ଯେ ଆମେରିକା ପକ୍ଷରୁ ୟୁକ୍ରେନକୁ ଦିଆଯାଇଥିବା ଜାଭେଲିନ ମିସାଇଲ ଦ୍ୱାରା ଏଯାଏ ୩୦୦ଟି ଶଟ ଫାୟାରିଂ କରାଯାଇଛି। ଯେଉଁଥିରେ ୨୮୦ଟି ରୁଷୀୟ ଟ୍ୟାଙ୍କ ଧ୍ୱଂସ ହୋଇଛି। ଶତ୍ରୁ ପକ୍ଷର ଟାର୍ଗେଟକୁ ନଷ୍ଟ କରିବାରେ ଏହି ମିସାଇଲ ୯୩% ସଫଳତା ହାସଲ କରିଛି। ୟୁକ୍ରେନ ଯବାନମାନେ ହାତରେ ସଞ୍ଚାଳନ କରିପାରୁଥିବା ଏହି ଆଣ୍ଟି ଟ୍ୟାଙ୍କ ମିସାଇଲ ଏବେ ରୁଷ କରିଥିବା ଯୋଜନାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।

ରାଇଥଅନ ମିସାଇଲ୍ ଓ ଡିଫେନ୍ସ ଏବଂ ଲକହୀଡ ମାର୍ଟିନ ମିଳିତ ଭାବରେ ଜାଭେଲିନ ମିସାଇଲକୁ ବିକଶିତ କରିଛନ୍ତି। ଏହା ଶତ୍ରୁ ପକ୍ଷର ଟାର୍ଗେଟକୁ ଉପର ଭାଗରୁ ହିଟ୍ କରିଥାଏ। କାରଣ ଟ୍ୟାଙ୍କ କିମ୍ବା ସୈନ୍ୟ ଗାଡ଼ିର ଉପର ଭାଗ ଅନ୍ୟ ଅଂଶ ଗୁଡ଼ିକ ତୁଳନାରେ ଅପେକ୍ଷାକୃତ ଦୁର୍ବଳ। ପ୍ରାୟ ଅଧିକାଂଶ ଟ୍ୟାଙ୍କର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଅଧିକ ସଶକ୍ତ ହୋଇଥାଏ। ହେଲେ ଏହାର ଉପର ଭାଗ ଅପେକ୍ଷାକୃତ ଦୁର୍ବଳ।

Advertisment

ଏହି ଦୁର୍ବଳ ଅଂଶରେ ଜାଭେଲିନ୍ କ୍ଷେପଣାସ୍ତ୍ର ଷ୍ଟ୍ରାଇକ କରି ଏହାକୁ ଧ୍ୱଂସ କରିଦେଇଥାଏ। ଆବଶ୍ୟକ ସ୍ଥଳରେ ଜାଭେଲିନ୍ ମିସାଇଲକୁ ଷ୍ଟ୍ରେଟ ଲାଇନ ବା ସିଧା ପଥରେ ମଧ୍ୟ ଉତକ୍ଷେପଣ କରାଯାଇ ପାରିବ। ଏବେ ଏହି ଜାଭେଲିନ ମିସାଇଲରୁ ୟୁକ୍ରେନ ସେନା ଭରପୂର ଫାଇଦା ଉଠାଇବାରେ ଲାଗିଛନ୍ତି।

୨୦୧୮ରେ ଜାଭେଲିନ ମିସାଇଲର ପ୍ରଥମ ଶିପମେଣ୍ଟ ୟୁକ୍ରେନରେ ପହଞ୍ଚିଥିଲା। ଏଥିପାଇଁ ୭୫ ମିଲିୟନ ଡଲାର ଖର୍ଚ୍ଚ କରାଯାଇଥିଲା। ରିପୋର୍ଟରେ ସାମ୍ବାଦିକ ଜଣଙ୍କ ଆମେରିକାର ଜଣେ ସାମରିକ ଅଧିକାରୀ ଦେଇଥିବା ବୟାନକୁ ମଧ୍ୟ ସ୍ଥାନ ଦେଇଛନ୍ତି।

ଅଧିକାରୀ ଜଣଙ୍କ କହିଛନ୍ତି, “ୟୁକ୍ରେନ ପାଖରେ ଜାଭେଲିନ ମିସାଇଲ ରହିଥିବା ରୁଷ ଜାଣିବା ମାତ୍ରେ ବିଚଳିତ ହୋଇପଡ଼ିଥିଲା। ଏଥିପାଇଁ ରୁଷ ତା’ର ଟି-୭୨ ଟ୍ୟାଙ୍କକୁ ପଛକୁ ଫେରାଇ ନେଇଥିଲା। ବିଶେଷ କରି ଯୁଦ୍ଧ ପାଇଁ ଡୋନବାସରେ ରହିଥିବା ଟ୍ୟାଙ୍କ ଗୁଡ଼ିକ ପଛକୁ ହଟିଛନ୍ତି।”

ଜାଭେଲିନ୍ ମିସାଇଲର ବ୍ୟବହାର କରିବା ଅତ୍ୟନ୍ତ ସହଜ। ଏହାକୁ ଜଣେ ଯବାନ ବେଶ ଆରାମରେ କାନ୍ଧରେ ନେଇ ଶତ୍ରୁପକ୍ଷକୁ ଟାର୍ଗେଟ କରିପାରିବେ। ତେବେ ଅତିରିକ୍ତ ଲଞ୍ଚ୍ ଟ୍ୟୁବ୍ ବହନ ବେଳେ ଅଧିକ ଲୋକଙ୍କ ଆବଶ୍ୟକ ପଡ଼ିଥାଏ। ରୁଷ ଟ୍ୟାଙ୍କ ୟୁକ୍ରେନର ବିଭିନ୍ନ ସହରରେ ପ୍ରବେଶ କରିବା ମାତ୍ରେ ୟୁକ୍ରେନ ପକ୍ଷରୁ ଜାଭେଲିନ ମିସାଇଲ ଦ୍ୱାରା ହିଁ ହମଲା କରାଯାଇଥିଲା। ଯେଉଁଥିପାଇଁ ପ୍ରାୟ ୨୮୦ଟି ରୁଷ ଟ୍ୟାଙ୍କ ଧ୍ୱଂସ ହୋଇଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe