କର୍ଣ୍ଣାଟକ ମହାଡ୍ରାମାରେ ଯବନିକା, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

ବାଙ୍ଗାଲୋର(ଓଡିଶା ରିପୋର୍ଟର): କର୍ଣ୍ଣାଟକ ରାଜନୈତିକ ମହାଡ୍ରାମାରେ ନାଟକୀୟ ପରିସମାପ୍ତି ଘଟିଛି । ସାରା ଦେଶରେ ୟେଦୁରପ୍ପା ସରକାରଙ୍କ ପତନ ଓ ଭୋଟିଂ ପାଇଁ ଚର୍ଚ୍ଚା ଲାଗି ରହିଥିବା ବେଳେ ପୂର୍ବାହ୍ନ ପ୍ରାୟ ୪ଟା ବେଳେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟଦୁରପ୍ପା। ଆସ୍ଥା ଭୋଟ୍‌ ପୂର୍ବରୁ ବିଧାନସଭାରେ ନିଜର ବିବୃତ୍ତି ରଖିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ନିଜ ଅଭିଭାଷଣରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ କୃଷକମାନଙ୍କ ପ୍ରତି […]

yedu

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 04:41 PM IST

ବାଙ୍ଗାଲୋର(ଓଡିଶା ରିପୋର୍ଟର): କର୍ଣ୍ଣାଟକ ରାଜନୈତିକ ମହାଡ୍ରାମାରେ ନାଟକୀୟ ପରିସମାପ୍ତି ଘଟିଛି । ସାରା ଦେଶରେ ୟେଦୁରପ୍ପା ସରକାରଙ୍କ ପତନ ଓ ଭୋଟିଂ ପାଇଁ ଚର୍ଚ୍ଚା ଲାଗି ରହିଥିବା ବେଳେ ପୂର୍ବାହ୍ନ ପ୍ରାୟ ୪ଟା ବେଳେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟଦୁରପ୍ପା। ଆସ୍ଥା ଭୋଟ୍‌ ପୂର୍ବରୁ ବିଧାନସଭାରେ ନିଜର ବିବୃତ୍ତି ରଖିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ନିଜ ଅଭିଭାଷଣରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ କୃଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିଲେ। ବିବୃତ୍ତି ଶେଷରେ ନିଜ ପଦବିରୁ ଇସ୍ତାପ ଦେଉଥିବା କହିଥିବା ବେଳେ ଏଠରୁ ସିଓଧା ଶଳଖ ରାଜ୍ୟପାଳଙ୍କ ପାଖକୁ ଯିବେ ବୋଲି କହିଥିଲେ। ଏହାପରେ ସେ ଗାଁ ଗାଁ ବୁଲି  ଲୋକଙ୍କ ପ୍ରକୃତ ସତ ବୁଝାଇବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

ଆଜି ଆସ୍ଥା ଭୋଟ ପୂର୍ବରୁ ୟେଦ୍ୟୁରପ୍ପା ନିଜର ଅଭିଭାଷଣ ବିଧାନ ସଭାରେ ରଖିଥିଲେ। ସେ କହିଥିଲେ ଯେ, ମୋର ପୂରା ଜୀବନ କର୍ଣ୍ଣାଟକବାସୀଙ୍କ ବିକାଶ ପାଇଁ ଉତ୍ସର୍ଗ କରିଛି।  ମୁଁ ଗତ ୨ ବର୍ଷ ହେଲା ସମଗ୍ର କର୍ଣ୍ଣାଟକ ଗସ୍ତ କରିଛି।  ଏହି ଯାତ୍ରା ସମୟରେ ମୁଁ ଲୋକଙ୍କ ଆଖିରେ ସେମାନଙ୍କ କଷ୍ଟ, ଯନ୍ତ୍ରଣା ଦେଖିଛି, ହୃଦୟଙ୍ଗମ କରିଛି  ଆଉ ପରଖିଛି ମଧ୍ୟ। କଂଗ୍ରେସ ସରକାର ସମୟରେ ରାଜ୍ୟର କୃଷକମାନେ କିଭଳି ସମସ୍ୟାରେ ଜର୍ଜରିତ ହୋଇଛନ୍ତି ତାହା ମୁଁ ନିଜ ଆଖିରେ ଦେଖିଛି।  ଏମିତି କି ଚାଷୀମାନେ ପା଼ଣିମୁନ୍ଦେ ପିଇବାକୁ ପାଇ ନାହାନ୍ତି।

ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ କର୍ଣ୍ଣାଟକ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ  ୟେଦ୍ୟୁରପ୍ପାଙ୍କ  ନିର୍ଦ୍ଦେଶ ଦେଇଥିଲେ  ସୁପ୍ରିମକୋର୍ଟ। ବହୁମତ ସାବ୍ୟସ୍ତ କରିବାକୁ ଅଧିକ ଦିନ ଦେବାକୁ ବିଜେପି କରିଥିବା ଆବେଦନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ କଂଗ୍ରେସର ଆବେଦନକୁ ଗ୍ରହଣ କରି ରାତିରେ ହିଁ ସୁପ୍ରିମକୋର୍ଟ ବସିଥିଲା। ଗୁରୁବାର ରାତି ୧ଟା ୪୫ମିନିଟ୍‌ରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଏହା ସକାଳ ୫ଟା ପର୍ଯ୍ୟନ୍ତ ଚାଲିଥିଲା। କୋର୍ଟ  ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ।  ଆଉ ଶନିବାର ନିଜର ବହୁମତ ସାବ୍ୟସ୍ତ କରିବାକୁ କହିଥିଲେ।

Related story