ପ୍ରଧାନମନ୍ତ୍ରୀ ହେବେ ଯଶୱନ୍ତ ସିହ୍ନା!

ନୂଆଦିଲ୍ଲୀ:ଦୁଇ ଦୁଇ ଥର ଅର୍ଥ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ଯଶୱନ୍ତ ସିହ୍ନା ଏବେ ନିଜକୁ ନିଜେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ଦର୍ଶାଇଛନ୍ତି। ସେ ହିଁ ଏଥିପାଇଁ ପାଖାପାଖି ଠିକ୍‌ ଲୋକ ହେବେ ଏବଂ ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହୋଇଥିବା ଶ୍ରୀରାମ କଲେଜ୍‌ର ଅର୍ଥନୀତିକ ସମ୍ମିଳନୀରେ ନିଯୁକ୍ତି ସୃଷ୍ଟି ପାଇଁ ତାଙ୍କ ସ୍ୱପ୍ନର ରୋଡ୍‌ମ୍ୟାପ୍‌ ବାବଦରେ ପଚରାଯିବାରୁ ସେ ଏହି ବିଷୟରେ ମତ ରଖିଛନ୍ତି। ସେ କହିଛନ୍ତି, […]

jaswant

Subrat Kumar Nayak
  • Published: Tuesday, 22 January 2019
  • , Updated: 22 January 2019, 07:39 AM IST

ନୂଆଦିଲ୍ଲୀ:ଦୁଇ ଦୁଇ ଥର ଅର୍ଥ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ଯଶୱନ୍ତ ସିହ୍ନା ଏବେ ନିଜକୁ ନିଜେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ଦର୍ଶାଇଛନ୍ତି। ସେ ହିଁ ଏଥିପାଇଁ ପାଖାପାଖି ଠିକ୍‌ ଲୋକ ହେବେ ଏବଂ ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହୋଇଥିବା ଶ୍ରୀରାମ କଲେଜ୍‌ର ଅର୍ଥନୀତିକ ସମ୍ମିଳନୀରେ ନିଯୁକ୍ତି ସୃଷ୍ଟି ପାଇଁ ତାଙ୍କ ସ୍ୱପ୍ନର ରୋଡ୍‌ମ୍ୟାପ୍‌ ବାବଦରେ ପଚରାଯିବାରୁ ସେ ଏହି ବିଷୟରେ ମତ ରଖିଛନ୍ତି।

ସେ କହିଛନ୍ତି, “ତୁମେ ୧.୨ କୋଟି ନିଯୁକ୍ତି କଥା କହୁଛ। ମୁଁ ତିଆରି ହେବାକୁ ଥିବା ଲକ୍ଷ ଲକ୍ଷ କିଲୋମିଟର ରାସ୍ତା ବାବଦରେ କହିବାକୁ ଚାହିଁବି, ଆମେ କୃଷି, ଜଳସେଚନ ଓ ପ୍ରକଳ୍ପ, ଷ୍ଟୋରେଜ୍‌ ପ୍ରକ୍ରିୟା ବାବଦରେ କ’ଣ କରିବାକୁ ହେବ ଏବଂ ନୂଆ ଟାଉନ୍‌ସିପ୍‌ କରିବାକୁ ହେବ ସେହି ବିଷୟରେ କହିବି। ଆମକୁ ଅନେକ କାମ କରିବା ହେବ ଯାହା ୧.୨ କୋଟି ନୁହେଁ ପ୍ରତିବର୍ଷ ୨ରୁ ୩ କୋଟି ନିଯୁକ୍ତି ସୃଷ୍ଟି କରିବ। କିନ୍ତୁ ଆମେ ସେସବୁ କରୁନାହେଁ। ଆମକୁ ସେଭଳି ଜଣକୁ ଖୋଜିବାକୁ ପଡ଼ିବ ଯେକି ଏସବୁ ଥିଓରୀକୁ କାମରେ ଲଗାଇବ।”

ଏହି ଜଣକ କିଏ ହେବ ବୋଲି ପଚରାଯିବାରୁ ସେ ପ୍ରଥମେ ଏମିତି କେହି ନାହାନ୍ତି ବୋଲି କହିଥିଲେ। ଏହାପରେ ପଚରାଯାଇଥିଲା ପାଖାପାଖି କିଏ ହେବେ, ଉତ୍ତରରେ ସେ ନିଜ କଥା କହିଥିଲେ ଏବଂ ନିଜ ନାମ ନେଇଥିଲେ। ଏହା କହି ସିହ୍ନା ସ୍ମିତହାସ୍ୟ ଦେବାରୁ ଉପସ୍ଥିତ ଦର୍ଶକ ମଧ୍ୟ ବେଶ୍‌ ହସିଥିଲେ।

ସଦ୍ୟ ବିଜେପି ବିରୋଧୀ ଦଳଙ୍କ ସହିତ କୋଲକତା ରାଲିରେ ଯୋଗ ଦେଇଥିବା ସିହ୍ନାଙ୍କୁ ନୀତୀନ୍‌ ଗଡ଼କରୀ ଭବିଷ୍ୟତର ପ୍ରଧାନମନ୍ତ୍ରୀ ହେବାକଥା ପଚରାଯିବାରୁ ସେ କହିଥିଲେ, ଏହାର କୌଣସି ସମ୍ଭାବନା ହିଁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କର ଦଳ ଉପରେ ଏମିତି ଦଖଲ ରହିଛି ଯେ, ୨୦୧୯ରେ ସେମାନେ ୨୦୦ରୁ କମ୍‌ ଆସନ ପାଇଲେ ମଧ୍ୟ ସେମାନେ ନେତୃତ୍ୱରୁ ଓହରିବେନି।

Related story