ୟାସିନ୍ ମଲ୍ଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସୂଚନା ଦେଲେ ଜେଲ୍ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ସୁସ୍ଥ ଅଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷ ରବିବାର ରାତିରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତକାଲି ୟାସିନ୍ ମଲ୍ଲିକଙ୍କ ସ୍ତ୍ରୀ ମୁଶାଲ ହେଶେନ୍ ମଲ୍ଲିକ୍ (ପାକିସ୍ତାନରେ ଜନ୍ମିତ) ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜାଣିବାକୁ ଚାହିଁଥିଲେ। ଏମିତିକି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଖବର ବିଭିନ୍ନ ସୂତ୍ରୁରୁ ସେ ଶୁଣିବାକୁ ପାଉଛନ୍ତି ବୋଲି କହିଥିଲେ। ଦୀର୍ଘ ୫ ମାସ ହେବ ସେ […]

yasin

Subhransu Sekhar
  • Published: Monday, 05 August 2019
  • , Updated: 05 August 2019, 09:54 AM IST

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ସୁସ୍ଥ ଅଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷ ରବିବାର ରାତିରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଗତକାଲି ୟାସିନ୍ ମଲ୍ଲିକଙ୍କ ସ୍ତ୍ରୀ ମୁଶାଲ ହେଶେନ୍ ମଲ୍ଲିକ୍ (ପାକିସ୍ତାନରେ ଜନ୍ମିତ) ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜାଣିବାକୁ ଚାହିଁଥିଲେ। ଏମିତିକି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଖବର ବିଭିନ୍ନ ସୂତ୍ରୁରୁ ସେ ଶୁଣିବାକୁ ପାଉଛନ୍ତି ବୋଲି କହିଥିଲେ। ଦୀର୍ଘ ୫ ମାସ ହେବ ସେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇନଥିବାରୁ ମାନସିକ ଚାପରେ ରହିଛନ୍ତି ବୋଲି ହେଶେନ୍‌ କହିଥିଲେ। ଜଣେ ବନ୍ଦୀ ହୋଇଥିଲେ ମଧ୍ୟ ସେ ଚିକିତ୍ସା ପାଇବା ତାର ଅଧିକାର ବୋଲି ସେ କହିଥିଲେ।


ଏହାପରେ ତିହାର ଜେଲ୍ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ୟାସିନ୍ ମଲ୍ଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି।

ସୂଚନାଯୋଗ୍ୟ, ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଏପ୍ରିଲ ୧୦ରେ ଏନ୍‌ଆଇଏ ଗିରଫ କରିଥିଲେ।  ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପୂର୍ବରୁ କେନ୍ଦ୍ର ସରକାର ୟାସିନ ମଲିକର ସଂଗଠନ ଜେକେଏଲଏଫ(ଜମ୍ମୁ-କଶ୍ମୀର ଲିବେରସନ୍‌ ଫ୍ରଣ୍ଟ) ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଆତଙ୍କବାଦ ବିରୋଧୀ ଆଇନ ଅନୁସାରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା ।

 

Related story