୧୨୮ କୋଟି ଟଙ୍କାର ବଙ୍ଗଳା କିଣିଥିଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର

ମୁମ୍ବାଇ: ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ ବ୍ୟାଙ୍କର ସଂସ୍ଥାପକ ରାଣା କପୁର ଏବେ ଚର୍ଚ୍ଚାରେ। ୨୦୦୩ରେ ବ୍ୟାଙ୍କ ପାଇଁ ଲାଇସେନ୍ସ ପାଇବା ପରେ ୨୦୦୪ରେ ରାଣା କପୁର ସାରା ଦେଶରେ ତାଙ୍କର ବ୍ୟବସାୟକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ହେଲେ ୧୬ ବର୍ଷ ମଧ୍ୟରେ ୟେସ୍ ବ୍ୟାଙ୍କ ନିଜର ସ୍ଥିତି ହରାଇଛି। ଫୋବର୍ସ ରିପୋର୍ଟ ଅନୁଯାୟୀ ଉଦୟ କୋଟାକଙ୍କ ପରେ ରାଣା କପୁର ହେଉଛନ୍ତି ଦ୍ୱିତୀୟ ଧନୀ ବ୍ୟାଙ୍କର। ୨୦୧୮ରେ […]

yes bank (1)

Subhransu Sekhar
  • Published: Saturday, 07 March 2020
  • , Updated: 07 March 2020, 04:37 PM IST

ମୁମ୍ବାଇ: ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ ବ୍ୟାଙ୍କର ସଂସ୍ଥାପକ ରାଣା କପୁର ଏବେ ଚର୍ଚ୍ଚାରେ। ୨୦୦୩ରେ ବ୍ୟାଙ୍କ ପାଇଁ ଲାଇସେନ୍ସ ପାଇବା ପରେ ୨୦୦୪ରେ ରାଣା କପୁର ସାରା ଦେଶରେ ତାଙ୍କର ବ୍ୟବସାୟକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ହେଲେ ୧୬ ବର୍ଷ ମଧ୍ୟରେ ୟେସ୍ ବ୍ୟାଙ୍କ ନିଜର ସ୍ଥିତି ହରାଇଛି। ଫୋବର୍ସ ରିପୋର୍ଟ ଅନୁଯାୟୀ ଉଦୟ କୋଟାକଙ୍କ ପରେ ରାଣା କପୁର ହେଉଛନ୍ତି ଦ୍ୱିତୀୟ ଧନୀ ବ୍ୟାଙ୍କର। ୨୦୧୮ରେ ତାଙ୍କର ସମ୍ପତ୍ତି ଥିଲା ୧.୩ ବିଲିଅନ ଡଲାର। ଚଳିତ ବର୍ଷ ସେ ମୁମ୍ୱାଇରେ ୧୨୮ କୋଟି ଟଙ୍କାର ଘର କିଣିଥିଲେ।

ଇକୋନୋମିକ୍ ଟାଇମ୍ସରେ ଏକ ରିପୋର୍ଟ ଅନୁଯାୟୀ, ରାଣା କପୁରଙ୍କ ମୁମ୍ବାଇର ଏହି ଘର ବ୍ୟୟବହୁଳ ସ୍ଥାନରେ ରହିଛି। ତାଙ୍କ ଘର ପାଖରେ ରହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରର ମାଲିକ ମୁକେଶ ଅମ୍ବାନୀଙ୍କ ଘର। ଏହା ବ୍ୟତୀତ ଏହି ଅଞ୍ଚଳରେ ରହିଛି ଭାରତର ଅନ୍ୟତମ ବ୍ୟବସାୟୀ କୁମାର ମଙ୍ଗଲମ ବିର୍ଲାଙ୍କ ଘର। ୨୦୧୮ ମସିହାରେ ରାଣା କପୁର ଇକୋନୋମିକ୍ ଟାଇମ୍ସକୁ ସାକ୍ଷାତକାର ଦେଇ କହିଥିଲେ ଏହି ଘର କେବଳ ତାଙ୍କର ନୁହେଁ ତାଙ୍କ ପରିବାର କିଣିଛନ୍ତି। ହେଲେ ପରେ ଏହି କୋଠା ଭାଙ୍ଗି ରାଣା କପୁର ନୂଆ ଘର ନିର୍ମାଣ କରିଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ରାଣା କପୁର ଆମେରିକାରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ରହିଛନ୍ତି। ବ୍ୟାଙ୍କ ଅଫ୍ ଆମେରିକାରୁ କ୍ୟାରିଅର୍ ଆରମ୍ଭ କରିଥିଲେ ରାଣା କପୁର। ୧୬ ବର୍ଷ ଧରି ବ୍ୟାଙ୍କ୍ ଅଫ୍ ଆମେରିକାରେ କାମନ କରିଥିଲେ। ଏହାପରେ ୨୦୦୪ରେ ରାଣା କାପୁର ଅଶୋକ କପୁରଙ୍କ ସହ ମିଶି ୟେସ୍ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ସହଯୋଗୀ ଅଶୋକ କପୁରଙ୍କର ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ଝିଅ ରାକ୍ଷୀ କପୁର ବ୍ୟାଙ୍କରେ ଏକ ବଡ ପୋଷ୍ଟରେ କାମ କରୁଥିଲେ।

Related story