ନୂଆଦିଲ୍ଲୀ: ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଆଉ ଜଣଙ୍କ ନାଁ ସାମିଲ ହୋଇଛି। ତାଙ୍କ ନାଁ ନିତିନ୍ ସନ୍ଦେସରା । ସେ ଷ୍ଟର୍ଲିଂଗ ବାୟୋଟିକ୍ର ମାଲିକ। ସେ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି।
ଇଡି ଓ ସିବିଆଇ ପକ୍ଷରୁ କୁହାଯାଇଛି ଯେ ନିତିନ୍ ତାଙ୍କ ଭାଇ ଚେତନ ସନ୍ଦେସରା, ଭାଉଜ ଦୀପ୍ତି ବେନ ସନ୍ଦେସରା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ନାଇଜେରିଆକୁ ଫେରାର୍ ହୋଇ ଯାଇଛନ୍ତି। ହେଲେ ଏନେଇ ତଦନ୍ତକାରୀ ସଂସ୍ଥା ଆନୁଷ୍ଠାନିକ ଭାବରେ ସୂଚନା ଦେଇ ନାହିଁ।
ତେବେ ତଦନ୍ତକାରୀ ସଂସ୍ଥା ୟୁଏଆଇ ଅଥରିଟିଙ୍କୁ ନିତିନ୍ଙ୍କୁ ଗିରଫ କରିବା ପାଇଁ କୁହାଯାଇଛି। ଏହାବ୍ୟତୀତ ନିତିନ୍ଙ୍କ ପରିବାର ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇପାରେ।
ସୂଚନାଯୋଗ୍ୟ, ନିତିନ୍ ସନ୍ଦେସରାଙ୍କ ପୂର୍ବରୁ ହୀରା ବେପାରୀ ନିରବ ମୋଦି, ମେହୁଲ ଚୋକସି ଓ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶ ଛାଡ଼ି ଫେରାର୍ ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।