ଭାରତରେ ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

ଜୟପୁର: ଗୁଜରାଟରରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରେ ପୁଣି ଏକ ସୁଉଚ୍ଚ ମୂର୍ତ୍ତି ଏବେ ଚର୍ଚ୍ଚାରେ। ରାଜସ୍ଥାନରେ ସଂହାରକର୍ତ୍ତା ଶିବଙ୍କର ଉଚ୍ଚତମ ମୂର୍ତ୍ତି ଏବେ ନିର୍ମାଣାଧୀନ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏହାର କାମ ଏବେ ଜୋରସୋରରେ ଚାଲିଛି ଏବଂ ଆସନ୍ତା ଅଗଷ୍ଟରେ ଏହା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ରାଜସ୍ଥାନର ନାଥଦ୍ୱାରା ନିକଟସ୍ଥ ଗଣେଶ ଟିକ୍ରିଠାରେ ନିର୍ମାଣ କରାଯାଉଥିବା ଏହି ମୂର୍ତ୍ତିରେ ୨୫୦୦ ଟନ୍ ରିଫାଇନ୍ ଇସ୍ପାତ ବ୍ୟବହାର […]

siva

Subrat Kumar Nayak
  • Published: Tuesday, 04 June 2019
  • , Updated: 04 June 2019, 06:08 PM IST

ଜୟପୁର: ଗୁଜରାଟରରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରେ ପୁଣି ଏକ ସୁଉଚ୍ଚ ମୂର୍ତ୍ତି ଏବେ ଚର୍ଚ୍ଚାରେ। ରାଜସ୍ଥାନରେ ସଂହାରକର୍ତ୍ତା ଶିବଙ୍କର ଉଚ୍ଚତମ ମୂର୍ତ୍ତି ଏବେ ନିର୍ମାଣାଧୀନ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହାର କାମ ଏବେ ଜୋରସୋରରେ ଚାଲିଛି ଏବଂ ଆସନ୍ତା ଅଗଷ୍ଟରେ ଏହା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ରାଜସ୍ଥାନର ନାଥଦ୍ୱାରା ନିକଟସ୍ଥ ଗଣେଶ ଟିକ୍ରିଠାରେ ନିର୍ମାଣ କରାଯାଉଥିବା ଏହି ମୂର୍ତ୍ତିରେ ୨୫୦୦ ଟନ୍ ରିଫାଇନ୍ ଇସ୍ପାତ ବ୍ୟବହାର ହେଉଛି। ଏହାର ଉଚ୍ଚତା ୩୫୧ ଫୁଟ। ୨୦ ଫୁଟ୍‌, ୧୧୦ ଫୁଟ୍‌ ଏବଂ ୨୭୦ ଫୁଟ୍‌ ଉଚ୍ଚତାରେ ପରିଦର୍ଶକଙ୍କ ପାଇଁ ୩ଟି ଗ୍ୟାଲେରୀ ମଧ୍ୟ ରହିଛି। ୨୬୦ ଫୁଟ ଉଚ୍ଚରେ ଶିବଙ୍କ କାନ୍ଧ ରହିଛି। ତ୍ରିଶୂଳର ଉଚ୍ଚତା ୩୧୫ ଫୁଟ୍‌ ରହିବ।

ଏହା ସମଗ୍ର ବିଶ୍ୱରେ ଚତୁର୍ଥ ଉଚ୍ଚତମ ମୂର୍ତ୍ତି ହେବ। ପୂର୍ବରୁ ଭାରତର ଗୁଜରାଟରେ ନିର୍ମତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଏହି ତାଲିକାର ଶୀର୍ଷ ସ୍ଥାନରେ ଥିବାବେଳେ ଚାଇନାର ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ ମନ୍ଦିରର ବୁଦ୍ଧ ମୂର୍ତ୍ତି ଦ୍ୱିତୀୟ ସ୍ଥାନରେ ଏବଂ ମ୍ୟାଁମାରର ଲେକ୍ୟୁଁ ସେକ୍ୟାଁ (Laykyun Sekkya) ତୃତୀୟ ସ୍ଥାନରେ ଅଛି। ଉତ୍ତର ଆମେରିକାରେ ଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତି ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛି। ୨୦୧୩ ମସିହା ଏପ୍ରିଲ ୧୭ରେ ଏହାର କାର୍ଯ୍ୟାରମ୍ଭ ହୋଇଥିଲା। ସୋଶାଲ ମିଡିଆରେ ଭାଇରାଲ ଫଟୋରୁ ଜଣାପଡ଼ିଛି ଶିବଙ୍କ ମସ୍ତକ ଭାଗ ଲାଲରଙ୍ଗରେ ରଙ୍ଗାଯାଇଛି। ଏହି ମୂର୍ତ୍ତି ନିକଟରେ ୩୭ ଫୁଟ ଓସାର ଏବଂ ୨୫ ଫୁଟ ଉଚ୍ଚ ଏକ ନନ୍ଦୀ ମୂର୍ତ୍ତି ମଧ୍ୟ ରହିବ।

Related story