ଜରୁରୀକାଳୀନ ପରିସ୍ଥିତିର ୪୧ ବର୍ଷ ପୂର୍ତ୍ତି ପାଇଁ ରବିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ୫୦ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଜରୁରୀକାଳୀନ ପରିସ୍ଥିତି ସମୟକୁ ମନପକାଇବା ପାଇଁ ମୋଦି ସରକାରଙ୍କ ପାଖପାଖି ୫୦ ଜଣ ମନ୍ତ୍ରୀ ରବିବାର ଦିନ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିବେ। ଆଜି ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୪୧ ବର୍ଷ ପୂରା ହୋଇଛି। ଏହି ମନ୍ତ୍ରୀମାନେ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଗଣତନ୍ତ୍ରକୁ ନେଇ ଖେଳ ଖେଳୁଥିବାରୁ କଂଗ୍ରେସ ଉପରେ ଆକ୍ରମଣ କରି ବିଭିନ୍ନ ସ୍ଥାନରେ ହେବାକୁ ଥିବା ବିକ୍ଷୋଭରେ ଭାଗ ନେବେ। ଜରୁରୀକାଳୀନ ପରିସ୍ଥିତିରେ […]

bjp

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 04:54 PM IST

ନୂଆଦିଲ୍ଲୀ : ଜରୁରୀକାଳୀନ ପରିସ୍ଥିତି ସମୟକୁ ମନପକାଇବା ପାଇଁ ମୋଦି ସରକାରଙ୍କ ପାଖପାଖି ୫୦ ଜଣ ମନ୍ତ୍ରୀ ରବିବାର ଦିନ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିବେ। ଆଜି ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୪୧ ବର୍ଷ ପୂରା ହୋଇଛି।

ଏହି ମନ୍ତ୍ରୀମାନେ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଗଣତନ୍ତ୍ରକୁ ନେଇ ଖେଳ ଖେଳୁଥିବାରୁ କଂଗ୍ରେସ ଉପରେ ଆକ୍ରମଣ କରି ବିଭିନ୍ନ ସ୍ଥାନରେ ହେବାକୁ ଥିବା ବିକ୍ଷୋଭରେ ଭାଗ ନେବେ। ଜରୁରୀକାଳୀନ ପରିସ୍ଥିତିରେ ଲୋକମାନଙ୍କର କିପରି ସ୍ୱାଧୀନତା ଛଡାଇ ନିଆଯାଇଥିଲା ଓ ହଜାର ହଜାର ନେତାଙ୍କୁ କିପରି ଜେଲରେ ୧୯ ମାସ ପାଇଁ ଭର୍ତ୍ତି କରାଯାଇଥିଲା ତାହା ଲୋକମାନଙ୍କୁ ମନେପକାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଂସଦୀୟ ଦଳର ବୈଠକରେ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗରେ ନୂତନ ପୀଢିକୁ ଅବଗତ କରାଯିବା ଆବଶ୍ୟକ। ଅଲଗା ଅଲଗା ସହରରେ ୪୯ ଜଣ ମନ୍ତ୍ରୀଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ୟୁପି ନିର୍ବାଚନକୁ ଆଖିଆଗରେ ରଖି ସବୁଠାରୁ ଅଧିକ ୯ଜଣ ମନ୍ତ୍ରୀ ସେଠାରେ ଉପସ୍ଥିତ ରହିବେ।

୧୭ ଟି କ୍ୟାବିନେଟ୍,୧୧ ଟି ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାର) ଏବଂ ୨୧ ଟି ରାଜ୍ୟମନ୍ତ୍ରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ ରାଞ୍ଚି,ସହର ବିକାଶ ମନ୍ତ୍ରୀ ଏମ୍ ଭେଙ୍କୟା ନାଇଡୁ ବେଙ୍ଗାଲୁରୁ,ମନୋହର ପାରିକର କଟକ,ସୁରେଶ ପ୍ରଭୁ ଚଣ୍ଡିଗଡ,ରବିଶଙ୍କର ପ୍ରସାଦ ରାୟପୁର ଏବଂ ଜେପି ନଡ୍ଡା ପୂର୍ଣ୍ଣିଆରେ ଉପସ୍ଥିତ ରହିବେ ।

ଉତ୍ତରପ୍ରଦେଶ ରାୟବରେଲିରେ ପିୟୁଷ ଗୋୟଲ, ସହରାନପୁରରେ ବିକେ ସିଂ,ଆଗ୍ରାରେ ମହେଶ ଶର୍ମା ତଥା ବରେଲିରେ ସନ୍ତୋଷ ଗଙ୍ଗୱାର,ଲକ୍ଷ୍ନୌରେ ମୁଖତାର ଅବାସ ନକବୀ, ମିରଟରେ ସଂଜୀବ ବାଲିୟାନ ଏବଂ ଯ୍ୟୋତି ଆଲିଗଡରେ ସାଧ୍ୱି ନିରଞନ ଉପସ୍ଥିତ ରହିବେ ।

Related story