ଲକ୍ଷ୍ନୌ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ। ଯୋଗୀ ଉଦ୍ଧବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ମୁଁ ଉଦ୍ଧବ ଠାକରେଙ୍କଠାରୁ ଅଧିକ ସଭ୍ୟ ଓ ସଂସ୍କାରୀ। ତେଣୁ ସେ ମୋତେ ଏ ବିଷୟରେ ଶିକ୍ଷା ଦିଅନ୍ତୁ ନାହିଁ।
ଶୁକ୍ରବାର ଉଦ୍ଧବ ଯୋଗୀଙ୍କୁ ଭୋଗୀ ବୋଲି କହିଥିଲେ। ଶିବାଜୀ ପ୍ରତିମା ମାଲ୍ୟାର୍ପଣ କରୁଥିବା ବେଳେ ଯୋଗୀ ଚପଲ ଖୋଲି ନ ଥିବାରୁ ତାଙ୍କୁ ଚପଲରେ ପିଟିବା କଥା ମଧ୍ୟ କହିଥିଲେ।
ଖବର ଅନୁସାରେ ମହାରାଷ୍ଟ୍ରର ପାଲଘରର ଉପନିର୍ବାଚନ ହେବାକୁ ଥିବାରୁ ଯୋଗୀ ବିଜେପି ପାଇଁ ପ୍ରଚାର କରିବାକୁ ସେଠାକୁ ଯାଇଥିଲେ। ଏହି ଅବସରରେ ସେ ମୁମ୍ବାଇ ନିକଟସ୍ଥ ବିରାରରେ ଥିବା ଶିବାଜୀ ପ୍ରତିମାରେ ମାଲ୍ୟର୍ପଣ କରିଥିଲେ ।
ଏହି ଘଟଣା ପରେ ଉଦ୍ଧବ ଠାକ୍ରେ ଯୋଗୀଙ୍କୁ ଏପରି ଟର୍ଗେଟ୍ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଇଶ୍ୱରଙ୍କ ପ୍ରତିରୂପ ଶିବାଜୀଙ୍କ ଉପରେ ମାଲ୍ୟାର୍ପଣ କରିବା ପୂର୍ବରୁ ଚପଲ ଖୋଲିବା ଉଚିତ ଥିଲା। କିନ୍ତୁ ଯୋଗୀ ଏପରି କଲେ ନାହିଁ। ତାଙ୍କଠାରୁ ଆଉ କ’ଣ ବା ଆଶା କରାଯାଇ ପାରେ ବୋଲି ଉଦ୍ଧବ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।