ତାଜମହଲରେ ଝାଡ଼ୁ ମାରିବେ ଯୋଗୀ, ବିଜେପି କର୍ମକର୍ତ୍ତା ବି ହେବେ ସାମିଲ

ନୂଆଦିଲ୍ଲୀ: ଅକ୍ଟୋବର ୨୬ ତାରିଖରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲ ପରିଦର୍ଶନରେ ଯିବେ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ତାଜମହଲ ଗସ୍ତ ହେବ। ସେଠାରେ ସେ ଅଧାଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ସେ ଶାହଜାନ୍ ଓ ମୁମତାଜଙ୍କ କବର ବୁଲି ଦେଖିବେ। ଏହା ସହିତ ତାଜମହଲର ପଶ୍ଚିମ ଗେଟ୍ ନିକଟରେ ସେ ୫୦୦ ଲୋକଙ୍କ ସହ ମିଶି ଝାଡ଼ୁ ମାରିବେ। ତାଙ୍କ ସହ ବିଜେପିର କାର୍ଯ୍ୟକର୍ତ୍ତା, ଶିକ୍ଷକ, […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 12:08 PM IST

ନୂଆଦିଲ୍ଲୀ: ଅକ୍ଟୋବର ୨୬ ତାରିଖରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲ ପରିଦର୍ଶନରେ ଯିବେ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ତାଜମହଲ ଗସ୍ତ ହେବ। ସେଠାରେ ସେ ଅଧାଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ସେ ଶାହଜାନ୍ ଓ ମୁମତାଜଙ୍କ କବର ବୁଲି ଦେଖିବେ। ଏହା ସହିତ ତାଜମହଲର ପଶ୍ଚିମ ଗେଟ୍ ନିକଟରେ ସେ ୫୦୦ ଲୋକଙ୍କ ସହ ମିଶି ଝାଡ଼ୁ ମାରିବେ। ତାଙ୍କ ସହ ବିଜେପିର କାର୍ଯ୍ୟକର୍ତ୍ତା, ଶିକ୍ଷକ, ସାମାଜିକ କର୍ମୀ ଓ ଆଗ୍ରାର ଜଣାଶୁଣା ବ୍ୟକ୍ତିମାନେ ଏହି କାର୍ଯ୍ୟରେ ସାମିଲ ହେବ। ସେଠାରେ ମୁଖ୍ୟମନ୍ତ୍ରୀ ତାଜମହଲର ବିଶେଷତ୍ତ୍ୱ ସଂପର୍କରେ ଭାଷଣ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଉତ୍ତର ପ୍ରଦେଶର ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲ ଭିତରକୁ ଯିବେ। ଯମୁନା ନଦୀରୁ ତାଜମହଲ ପର୍ଯ୍ୟନ୍ତ ପ୍ରସ୍ତାବିତ କୋରିଡର ପାଇଁ ମୁଖ୍ୟମନ୍ତ୍ରୀ ନଦୀ ପାଖାପାଖି ଅଞ୍ଚଳକୁ ନିରୀକ୍ଷଣ କରିବେ। ତାଜମହଲର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଥିବା ଯୋଜନାଗୁଡ଼ିକ ସଂପର୍କରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଆଶା କରାଯାଉଛି ତାଜମହଲ ପରିଦର୍ଶନରେ ଆସିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ବିଶେଷ ଘୋଷଣା କରିପାରନ୍ତି।

ସୂଚନାଯୋଗ୍ୟ, ତାଜମହଲ ଗସ୍ତ କରିବାରେ ଯୋଗୀ ଆଦିତ୍ୟନାଥ ହେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ।

ନିକଟରେ ତାଜମହଲକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାର ଆରମ୍ଭ କରିଥିଲେ ଉତ୍ତର ପ୍ରଦେଶ ସରକାର। ରାଜ୍ୟର ପର୍ଯ୍ୟଟନ ପୁସ୍ତିକାରୁ ଏହାକୁ ବାଦ୍ ଦିଆଯାଇଥିଲା। ତା’ପରେ ବିଜେପିର ଜଣେ ବିଧାୟକ କହିଥିଲେ ଯେ ତାଜମହଲ ହେଉଛି ଭାରତୀୟ ଇତିହାସରେ ଏକ କଳାଦାଗ। ବିଜେପି ସାଂସଦ ବିନୟ କଟିୟାର କହିଥିଲେ ଯେ ବାସ୍ତବରେ ତାଜମହଲ ହେଉଛି ଶିବଙ୍କ ମନ୍ଦିର। ତେବେ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲକୁ ଭାରତ ଗର୍ବ ବୋଲି କହିଥିଲେ। ଏହା ଏକ ବିଶ୍ୱସ୍ତରୀୟ ସ୍ମାରକ ବୋଲି ସେ କହିଥିଲେ। ତେବେ ବର୍ଷେ ତଳେ ବିହାରରେ ଏକ ସଭାରେ ସେ ଠିକ୍ ଓଲଟା କହିଥିଲେ। ସେ କହିଥିଲେ ଯେ ତାଜମହଲ ଭାରତୀୟ ସଂସ୍କୃତିର ପ୍ରତୀକ ହୋଇନପାରେ। ବିଦେଶୀ ପର୍ଯ୍ୟଟକଙ୍କୁ ଉପହାରରେ ତାଜମହଲର ପ୍ରତିକୃତି ଦେବା ବଦଳରେ ଗୀତା ଦେବା ଉଚିତ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story