ମୁଜାଫରନଗର ଦଙ୍ଗା ମାମଲା: ୧୩୧ ମାମଲା ଉଠାଇ ନେବା ପ୍ରକ୍ରିୟା ଆରମ୍ଭ କଲା ଯୋଗୀ ସରକାର

ଲକ୍ଷ୍ନୌ: ୨୦୧୩ ମୁଜାଫରନଗର ଓ ଶାମଲି ଦଙ୍ଗା ପରେ ରୁଜୁ ହୋଇଥିବା ୧୩୧ ମାମଲା ଉଠାଇ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯୋଗୀ ସରକାର। ଏଥିରେ ୧୩ଟି ହତ୍ୟା ଓ ୧୧ଟି ହତ୍ୟା ଉଦ୍ୟମ ମାମଲା ରହିଛି। ଏକ ଜାତୀୟ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏଥିରେ ଏମିତି କିଛି ମାମଲା ରହିଛି, ଯେଉଁଥିରେ ଗମ୍ଭୀର ଅପରାଧ ଧାରା ଲାଗିଛି। ଏହି ମାମଲାରେ ଅତି କମ୍‌ରେ ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ୧୬ଟି […]

muzaffarnagar

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 10:30 AM IST

ଲକ୍ଷ୍ନୌ: ୨୦୧୩ ମୁଜାଫରନଗର ଓ ଶାମଲି ଦଙ୍ଗା ପରେ ରୁଜୁ ହୋଇଥିବା ୧୩୧ ମାମଲା ଉଠାଇ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯୋଗୀ ସରକାର। ଏଥିରେ ୧୩ଟି ହତ୍ୟା ଓ ୧୧ଟି ହତ୍ୟା ଉଦ୍ୟମ ମାମଲା ରହିଛି।

ଏକ ଜାତୀୟ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏଥିରେ ଏମିତି କିଛି ମାମଲା ରହିଛି, ଯେଉଁଥିରେ ଗମ୍ଭୀର ଅପରାଧ ଧାରା ଲାଗିଛି। ଏହି ମାମଲାରେ ଅତି କମ୍‌ରେ ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ୧୬ଟି ମାମଲାରେ ଧାରା ୧୫୩-ଏ ଲାଗିଥିଲା, ଯେଉଁଥିରେ ଧାର୍ମୀକ ଆଧାରରେ ହିଂସାକୁ ବଢ଼ାଇବା ପାଇଁ ଉସକା ଯାଇଥିଲା। ଜାଣିଶୁଣି କୌଣସି ଧର୍ମକୁ ଅପମାନିତ କରାଯାଇଥିବା ଅଭିଯୋଗରେ ଦୁଟି ମାମଲା ଧାରା ୨୯୫ରେ ଲାଗିଥିଲା।

ସୂଚନାଯୋଗ୍ୟ, ୨୦୧୩ରେ ହୋଇଥିବା ଏହି ଦଙ୍ଗାରେ ୬୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଥିଲେ। ଦଙ୍ଗା ପରେ ତତ୍କାଳୀନ ସମାଜବାଦୀ ପାର୍ଟି ସରକାର ମୁଜଫରନଗର ଓ ଶାମଲି ଥାନାରେ ପ୍ରାୟ ୧୪୫୫ ଜଣ ଲୋକଙ୍କ ବିରୋଧରେ ୫୦୩ଟି ମାମଲା ରୁଜୁ କରିଥିଲେ। ହେଲେ ବିଜେପି ସାଂସଦ ସଞ୍ଜୀବ ବାଲିୟନ ଏବଂ ବୁଢ଼ାନା ବିଧାୟକ ଉମେଶ କୌଶିକଙ୍କ ନେତୃତ୍ୱରେ ମୁଜଫରନଗର ଓ ଶାମଲିର ଏକ ଖାପ ପ୍ରତିନିଧି ମଣ୍ଡଳି ଗତ ଫେବ୍ରୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ୧୭୯ଟି ମାମଲା ଉଠାଇ ନେବାକୁ ଦାବି କରିଥିଲେ। ଏହି ମାମଲା ଗୁଡିକରେ ଅଭିଯୁକ୍ତ ହିନ୍ଦୁ ଥିଲେ।

ଏହାପରେ ଫେବ୍ରୁଆରୀ ୨୩ ତାରିଖରେ ଆଇନ ବିଭାଗ ମୁଜଫରନଗର ଓ ଶାମଲି ଜିଲ୍ଲାପାଳଙ୍କୁ ଚିଠି ଲେଖି ୧୩୧ଟି ମାମଲାର ତଥ୍ୟ ମାଗିଥିଲେ।

Related story