୧୨ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଯୁବକ, ହେଲେ ଶେଷରେ...

ମୁମ୍ୱାଇ: ମ୍ୟାଟ୍ରିମୋନି ସାଇଟରେ ଫେକ ଆଇଡି ଖୋଲି ହାଇ ପ୍ରୋଫାଇଲ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ଟ୍ରାପ କରୁଥିଲେ। ସେମାନେ ପ୍ରେମ ଜାଲରେ ପଡିବା ପରେ ନିଜ ମନ୍ଦ ଉଦ୍ୟେଶ ସାଧିତ କରୁଥିଲେ। ଜଣେ କି 2ଜଣ ନୁହେଁ ଏପରି 12ରୁ ଅଧିକ ଯୁବତୀଙ୍କୁ ହନି ଟ୍ରାପରେ ଫସାଇ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ 32ବର୍ଷୀୟ ଯୁବକ। ପ୍ରାୟ 4 ମାସରୁ ଉର୍ଦ୍ଧ ସମୟ ଧରି ଏହି ଯୁବକଙ୍କୁ ଖୋଜୁଥିବା ବମ୍ବେ ପୁଲିସ ଗତ […]

hony

hony

Niharika Rout
  • Published: Tuesday, 08 June 2021
  • Updated: 08 June 2021, 04:40 PM IST

Sports

Latest News

ମୁମ୍ୱାଇ: ମ୍ୟାଟ୍ରିମୋନି ସାଇଟରେ ଫେକ ଆଇଡି ଖୋଲି ହାଇ ପ୍ରୋଫାଇଲ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ଟ୍ରାପ କରୁଥିଲେ। ସେମାନେ ପ୍ରେମ ଜାଲରେ ପଡିବା ପରେ ନିଜ ମନ୍ଦ ଉଦ୍ୟେଶ ସାଧିତ କରୁଥିଲେ।

ଜଣେ କି 2ଜଣ ନୁହେଁ ଏପରି 12ରୁ ଅଧିକ ଯୁବତୀଙ୍କୁ ହନି ଟ୍ରାପରେ ଫସାଇ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ 32ବର୍ଷୀୟ ଯୁବକ।

ପ୍ରାୟ 4 ମାସରୁ ଉର୍ଦ୍ଧ ସମୟ ଧରି ଏହି ଯୁବକଙ୍କୁ ଖୋଜୁଥିବା ବମ୍ବେ ପୁଲିସ ଗତ ସୋମବାର ତାଙ୍କୁ ମଲାଡ଼ ଅଞ୍ଚଳରୁ ଗିରଫ କରିଛି। ବହୁ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି କରିସାରିଥିବା ଏହି ମେକାନିକାଲ ଇଂଜିନିଅର ଯୁବକ କରନ ଗୁପ୍ତା ଗିରଫ ହେବା ପରେ ତାଙ୍କ କଳା କାରନାମା ଉପରୁ ଉଠିଛି ପରଦା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଜଣକ ପ୍ରଥମେ ମ୍ୟାଟ୍ରିମୋନୀ ସାଇଟରେ ଫେକ ଆଇଡି କରୁଥିଲେ। ଏହାପରେ ହାଇ ପ୍ରୋଫାଇଲ ଯୁବତୀଙ୍କୁ ଫସାଇ ସେମାନଙ୍କ ଫୋନ ନମ୍ବର ସଂଗ୍ରହ କରୁଥିଲେ। ଏହାପରେ ପବ, ରେଷ୍ଟଉରାଣ୍ଟ କିମ୍ବା ମଲକୁ ଡାକି ସେମାନଙ୍କୁ ସାକ୍ଷାତ କରୁଥିଲେ। ଏହି ମିଟିଂ ସମୟରେ ଯୁବକଜଣକ ସେମାନଙ୍କୁ ଯୌନ ଶୋଷଣ କରିବାକୁ ଚେଷ୍ଟା କରୁଥିଲେ।

ଯୁବକଜଣକ ଖସି ଯିବା ପାଇଁ ସବୁବେଳେ ଅଲଗା ଅଲଗା ମୋବାଇଲ ନମ୍ବର ବ୍ୟବହାର କରୁଥିଲେ। ପ୍ରତି ଯୁବତୀଙ୍କ ସହ ମିଟିଂ ପୂର୍ବରୁ ସେ ନିଜ ସିମ ବଦଳାଇ ଦେଉଥିଲେ। ଏପରିକି କ୍ୟାବ ବୁକ କରିବାକୁ ସବୁବେଳେ ଭିନ୍ନ ନମ୍ବର ବ୍ୟବହାର କରୁଥିଲେ।

ଏସବୁ କାମ ପାଇଁ ସେ ନିଜ ନାଁରେ ରେଜିଷ୍ଟ୍ରି ହୋଇଥିବା ନମ୍ବର ବ୍ୟବହାର କରୁନଥିବାରୁ ପୁଲିସ ହାତରେ ଧରାପଡି ପାରୁନଥିଲେ l

ଗିରଫ ଯୁବକଙ୍କୁ ପୁଲିସ କୋର୍ଟରେ ହାଜର କରି 4ଦିନିଆ ରିମାଣ୍ଡରେ ନେଇଥିବା ବେଳେ ତାଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବା ଯୁବତୀଙ୍କ ତାଲିକା ବେଶ ଲମ୍ବା ଥିବା ପୁଲିସ ସୂତ୍ରରୁ ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos