ସଂସଦ ଭିତରକୁ ଗୁଳି ନେଇ ଯାଉଥିବା ବେଳେ ଅଖତର ଅଟକ
ନୂଆଦିଲ୍ଲୀ: ସଂସଦ ଭବନ ପରିସର ଭିତରକୁ ଜଣେ ଯୁବକ ଗୁଳି ଧରି ପ୍ରବେଶ କରୁଥିବା ବେଳେ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସ ଏ ନେଇ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଯୁବକଙ୍କ ନାମ ଅଖତର ଖାନ୍।
Delhi Police: One person, Akhtar Khan was entering Parliament through Gate-8 today, he had 3 live rounds in his pocket which were detected by security personnel that he said he had forgotten to take out before entering. He was later handed over to police & interrogated. pic.twitter.com/amqES7szZA
— ANI (@ANI) March 5, 2020
ପୁଲିସର ସୂଚନା ଅନୁଯାୟୀ, ଅଖତର ସଂସଦର ଗେଟ୍ ନମ୍ୱର ୮ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଗେଟ୍ ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଯୁବକଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ। ପୁଲିସ ଚେକିଂ ବେଳେ ଅଖତରର ପକେଟରୁ ତିନିଟୋ ଗୁଳି ପାଇଥିଲା। ଏହାପରେ ସୁରକ୍ଷାକର୍ମୀ ପୁଲିସକୁ ହସ୍ତାନ୍ତର କରିଥିଲେ ଅଖତରକୁ। ତେବେ ଅଖତର ପକେଟରେ ଗୁଳି ରଖି ସଂସଦ ଭିତରକୁ କାହିଁକି ଯାଉଥିଲା ତାହା ଜଣାପଡ଼ିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।