ପ୍ୟାକେଟ୍‌ରୁ ଖାଦ୍ୟ ଲୁଚାଇ ଖାଉଥିବା ଡେଲିଭରୀ ବୟଙ୍କୁ ଚାକିରିରୁ ବିଦା କଲା 'ଜୋମାଟୋ'

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ପ୍ୟାକେଟ୍‌ରୁ ଖାଦ୍ୟ ଲୁଚାଇ ଖାଇବା ଜଣେ ଡେଲିଭରୀ ବୟଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ସଂକ୍ରାନ୍ତରେ କିଛି ଦିନ ଧରି ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଫୁଡ୍‌ ଡେଲିଭରୀ କମ୍ପାନୀ ‘ଜୋମାଟୋ’, ସଂପୃକ୍ତ ଡେଲିଭରୀ ବୟଙ୍କୁ ଚାକିରିରୁ ବିଦା କରି ଦେଇଛି। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରେ ‘ଜୋମାଟୋ’ର ସଂପୃକ୍ତ ଫୁଡ୍‌ ଡେଲିଭରୀ ବୟ ଗ୍ରାହକଙ୍କ ପାଖକୁ ଡେଲିଭରୀ ଦେବାକୁ ଆଣିଥିବା ଖାଦ୍ୟରୁ କିଛି କାଢ଼ି […]

zomato-delivery-thumb

Biswobandita Swain
  • Published: Wednesday, 12 December 2018
  • , Updated: 12 December 2018, 07:35 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ପ୍ୟାକେଟ୍‌ରୁ ଖାଦ୍ୟ ଲୁଚାଇ ଖାଇବା ଜଣେ ଡେଲିଭରୀ ବୟଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ସଂକ୍ରାନ୍ତରେ କିଛି ଦିନ ଧରି ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଫୁଡ୍‌ ଡେଲିଭରୀ କମ୍ପାନୀ 'ଜୋମାଟୋ', ସଂପୃକ୍ତ ଡେଲିଭରୀ ବୟଙ୍କୁ ଚାକିରିରୁ ବିଦା କରି ଦେଇଛି।

ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରେ 'ଜୋମାଟୋ'ର ସଂପୃକ୍ତ ଫୁଡ୍‌ ଡେଲିଭରୀ ବୟ ଗ୍ରାହକଙ୍କ ପାଖକୁ ଡେଲିଭରୀ ଦେବାକୁ ଆଣିଥିବା ଖାଦ୍ୟରୁ କିଛି କାଢ଼ି ଖାଇ ଦେଉଥିବା ଦେଖିବାକୁ ମିଳିଥିଲା। ଗୋଟିଏ ନୁହେଁ, ସେହି ଡେଲିଭରୀ ବୟ ୩ଟି ପ୍ୟାକେଟ୍‌ରୁ କିଛି ଖାଦ୍ୟ ଚାମଚରେ କାଢ଼ି ଖାଇବା ପରେ ପୁଣି ଖାଦ୍ୟକୁ ପ୍ୟାକିଂ କରି ଯଥା ସ୍ଥାନରେ ରଖି ଦେଉଥିବାର ଦେଖିବାକୁ ମିଳିଥିଲା। ସେଶାଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବାପରେ ୟୁଜର୍ସ୍‌ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। କିଛି ଗ୍ରାହକ 'ଜୋମାଟୋ'କୁ  ସବୁ ଦୋଷ ଦେଇ କମ୍ପାନୀ ଯୋଗାଉଥିବା ସେବା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଟିପ୍ପଣୀ ଦେଇଥିଲେ।

ଏହାକୁ ନେଇ ପରେ ସୋଶାଲ୍‌ ମିଡିଆରେ 'ଜୋମାଟୋ' କ୍ଷମା ମାଗିଥିଲା। ଏବର ସୂଚନା ଅନୁସାରେ, ଉକ୍ତ ଡେଲିଭରୀ ବୟଙ୍କୁ 'ଜୋମାଟୋ' କାମରୁ ବାହାର କରି ଦେଇଛି।

“ଏପରି ଖବରକୁ ଆମେ ଗମ୍ଭୀରତାର ସହ ଗ୍ରହଣ କରିଛୁ। ତଦନ୍ତରୁ ଜଣା ପଡିଲା, ଏହି ଭିଡିଓ ମଦୁରାଇର। ଆମେ ସଂପୃକ୍ତ ଡେଲିଭରୀ ବୟ ସହ କଥା ହେଲୁ। ସେ ତାଙ୍କ ଭୁଲ୍‌ ମାନିଛନ୍ତି ଏବଂ ତାଙ୍କୁ କାମରୁ ବାହାର କରି ଦିଆଯାଇଛି” ବୋଲି 'ଜୋମାଟୋ' ପକ୍ଷରୁ କୁହାଯାଇଛି।

https://www.youtube.com/watch?v=Spa7wUHoJeA

Related story