Advertisment

ପ୍ରଥମ ଥର ପାଇଁ CAAରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସେମାନଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
CAA Certificate

CAA Certificate

ଦେଶରେ ନାଗରିକତା ସଂଶୋଧନ ଆଇନ (CAA) ଲାଗୁ ହେବାର ପ୍ରାୟ ୨ ମାସ ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯାଇଛି। ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସେମାନଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ସହିତ ସିଏଏରେ ଥିବା ପ୍ରମୁଖ କଥାଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ। ଏହା ସହିତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତିତ ହୋଇ ଭାରତରେ ଆସି ଶରଣାର୍ଥୀ ଭାବେ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ନାଗରିକତା ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

Advertisment

୫ ବର୍ଷ ତଳେ ଅର୍ଥାତ ୨୦୧୯ରେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଥିଲା। ତେବେ ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ। ସେସବୁ ପ୍ରସ୍ତୁତ ହୋଇଯିବା ପରେ ଗତ ମାର୍ଚ୍ଚ ମାସରେ ୧୧ ତାରିଖରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। 

ଏହି ସଂଶୋଧିତ ଆଇନ ଅନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।

Advertisment

୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ବିନା ଦସ୍ତାବିଜରେ ଭାରତ ଆସି ରହୁଥିବା ଅଣ-ମୁସଲିମଙ୍କ ନାଗରିକତା ଆବେଦନ ଯୋଗ୍ୟତା ଅବଧିକୁ ସିଏଏରେ ୧୧ ବର୍ଷରୁ ହଟାଇ ୫ ବର୍ଷ କରି ଦିଆଯାଇଛି।