Advertisment

କ୍ୟାବିନେଟର ବଡ଼ ନିଷ୍ପତ୍ତି: ୧୦ ରାଜ୍ୟରେ ପ୍ରତିଷ୍ଠା ହେବ ୧୨ ଶିଳ୍ପ ସ୍ମାର୍ଟ ସହର

କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

Cabinet

Cabinet

Advertisment

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏପରି ପଦକ୍ଷେପ ଯୋଗୁ ୧୨ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଓ ୨୦ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Advertisment

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱ ସ୍ତରୀୟ ଗ୍ରୀନଫିଲ୍ଡ ଶିଳ୍ପ ସ୍ମାର୍ଟ ସହର ପ୍ରତିଷ୍ଠା କରିବାକୁ ଯାଉଛି। ସ୍ମାର୍ଟ ସହରରେ ଖେଳକୁଦ ଠାରୁ ଆରମ୍ଭ କରି ଚାଲିବା ଓ କାମ କରିବାର ବ୍ୟବସ୍ଥା ରହିବ। ଶିଳ୍ପାଞ୍ଚଳରେ ଆବାସିକ କୋଠା ରହିବ। ଏହାଦ୍ୱାରା କାମ କରିବାରେ ସହଜ ବୋଲି ସେ କହିଛନ୍ତି।

କେନ୍ଦ୍ର କ୍ୟାବିନେଟ ମଞ୍ଜୁର ଦେଇଥିବା ୧୨ ଶିଳ୍ପ ସ୍ମାର୍ଟ ସିଟି ୧୦ ରାଜ୍ୟରେ ପ୍ରତିଷ୍ଠା ହେବ। ସେହି ସହର ଗୁଡ଼ିକ ହେଲା- ଉତ୍ତରାଖଣ୍ଡର ଖୁରପିଆ, ପଞ୍ଜାବର ପଟିଆଲାର ରାଜପୁରା, ମହାରାଷ୍ଟ୍ରର ଦିଗି, କେରଳର ପାଲକ୍କଡ, ୟୁପିର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜହିରାବାଦ୍, ଆନ୍ଧ୍ରପ୍ରଦେଶର କୋପାର୍ଥୀ ଓ ଓରଭାକାଲ, ରାଜସ୍ଥାନ ଅନ୍ତର୍ଗତ ଯୋଧପୁରର ପାଲି ଏବଂ ପଶ୍ଚିମବଙ୍ଗର ଜାମସେଦପୁର-ପୁରୁଲିଆ-ଆସନସୋଲ।

Advertisment

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ୩ଟି ମେଗା ରେଳବାଇ ପ୍ରକଳ୍ପକୁ ଅନୁମୋଦନ କରିଛି। ଏଥିପାଇଁ ମୋଟ ୬,୪୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବା।
ଏହି ପ୍ରକଳ୍ପ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ କାର୍ଯ୍ୟକ୍ଷମ ହେବ। ନିରବଚ୍ଛିନ୍ନ ଓ ସୁଗମ ଯାତ୍ରା ପାଇଁ ଏହି ପ୍ରକଳ୍ପ ଦ୍ୱାରା ମୋଟ ୩୦୦ କିମି ରେଳ ଲାଇନ ସୃଷ୍ଟି କରାଯିବ।

PM Modi Smart City Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe