Advertisment

ଏଣିକି ଘରେ ବସି ଭିନ୍ନକ୍ଷମ ଓ ବୃଦ୍ଧ-ବୃଦ୍ଧା ଦେଇ ପାରିବେ ଭୋଟ୍‌

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମ ଟିମ୍‌ ଫର୍ମ-୧୨ଡି ସହ ସେମାନଙ୍କ ନିକଟକୁ ଯିବେ ଓ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

undefined

election

Advertisment

ଏଣିକି ଘରେ ବସି ଭିନ୍ନକ୍ଷମ ଓ ବୃଦ୍ଧ-ବୃଦ୍ଧାମାନେ ଭୋଟ୍‌ ଦେଇପାରିବେ। ସେମାନଙ୍କୁ ଭୋଟ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ବରଂ ଭୋଟ କେନ୍ଦ୍ର ସେମାନଙ୍କ ପାଖକୁ ଯିବ। କିଛି ଏମିତି ବ୍ୟବସ୍ଥା ଏବେ ନିର୍ବାଚନ ଆୟୋଗ ଆଣିଛନ୍ତି। କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍‌- ଫ୍ରମ୍‌- ହୋମ୍‌ (ଭିଏଫଏଚ୍‌) ସୁବିଧା ଆରମ୍ଭ କରାଯାଇଛି। ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା ଆରମ୍ଭ କରାଯାଇଛି। ଏହା ସହିତ କମିଶନ କହିଛନ୍ତି ଯେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେଠାରେ ପ୍ରାୟ ୧୭ ହଜାର ଭୋଟର ଅଛନ୍ତି, ଯେଉଁମାନଙ୍କର ବୟସ ୧୦୦ ବର୍ଷ ଅତିକ୍ରମ କରିଛି । ସେମାନଙ୍କର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମ ଟିମ୍‌ ଫର୍ମ-୧୨ଡି ସହ ସେମାନଙ୍କ ନିକଟକୁ ଯିବେ ଓ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

Advertisment

ଯଦିଓ ଆମେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମତଦାନ କେନ୍ଦ୍ରକୁ ଆସିବାକୁ ପ୍ରୋତ୍ସାହିତ କରୁଛୁ, କିନ୍ତୁ ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବାକୁ ସମର୍ଥ ହେବେ ନାହିଁ ସେମାନେ ଏହି ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି। ମତଦାନର ଗୋପନୀୟତା ବଜାୟ ରଖାଯିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ରାଜୀବ କୁମାର ସ୍ପଷ୍ଟ କରିଛନ୍ତି। ଭିନ୍ନକ୍ଷମଙ୍କ ପାଇଁ ଏକ ମୋବାଇଲ୍‌ ଆପ୍‌ ‘ସକ୍ଷମ’ ଆରମ୍ଭ କରାଯାଇଛି, ଯେଉଁଥିରେ ସେମାନେ ଲଗଇନ୍‌ କରି ଭୋଟ୍‌ ଦେବାର ସୁବିଧା ବାଛିପାରିବେ ବୋଲି ସିଇସି କହିଛନ୍ତି। ମୁଖ୍ୟ ନିର୍ବାଚନ ଆଗାମୀ କର୍ନାଟକ ବିଧାନସଭା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୋପନୀୟତା ବଜାୟ ରହିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରାଜୀବ କୁମାର କହିଛନ୍ତି।

ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ପାଇଁ ଏକ ମୋବାଇଲ ଆପ୍ଲିକେଶନ ‘ସକ୍ଷମ’ ଲଞ୍ଚ କରାଯାଇଛି ଯେଉଁଥିରେ ସେମାନେ ଲଗଇନ କରିପାରିବେ ଏବଂ ଭୋଟ ଦେବାର ସୁବିଧା ଚୟନ କରିପାରିବେ। ଭୋଟରଙ୍କ ସୁବିଧା ପାଇଁ ନିର୍ବାଚନ କମିଶନ ‘ନୋ ୟୋର କ୍ୟାଣ୍ଡିଡେଟ’ (କେୱାଇସି) ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ରାଜନୈତିକ ଦଳମାନେ ନିଜ ପୋର୍ଟାଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭୋଟରଙ୍କୁ ଜଣାଇବା ଦରକାର ଯେ ସେମାନେ କାହିଁକି ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ବାଛିଲେ ଏବଂ ନିର୍ବାଚନ ଲଢ଼ିବା ପାଇଁ ସେମାନଙ୍କୁ ଦଳୀୟ ଟିକେଟ ଦେଲେ। ସେହିପରି ଏକ ମୋବାଇଲ ଆପ୍ଲିକେସନ ‘ସୁବିଧା’ ବିକଶିତ ହୋଇଛି, ଯାହା ପ୍ରାର୍ଥୀଙ୍କ ନାମାଙ୍କନ ଏବଂ ଆଫିଡେଭିଟ ଦାଖଲ ପାଇଁ ଏକ ଅନଲାଇନ ପୋର୍ଟାଲ ଅଟେ। ସେ କହିଛନ୍ତି ଯେ ପ୍ରାର୍ଥୀମାନେ ସଭା ତଥା ସମାବେଶ ପାଇଁ ଅନୁମତି ମାଗିବା ପାଇଁ ‘ସୁବିଧା’ ପୋର୍ଟାଲ ମଧ୍ୟ ବ୍ୟବହାର କରିପାରିବେ।

Advertisment

ସେ କହିଛନ୍ତି ଯେ ରାଜ୍ୟରେ ୫.୨୧ କୋଟି ଭୋଟର ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୨.୫୯ କୋଟି ମହିଳା ଭୋଟର । ଏଥି ସହିତ ୧୬,୯୭୬ ଭୋଟରଙ୍କ ବୟସ ୧୦୦ ବର୍ଷରୁ ଅଧିକ ହୋଇଥିବାବେଳେ୯.୧୭ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ। ଏହା ବ୍ୟତୀତ ୧୨.୧୫ ଲକ୍ଷ ଭୋଟର ଅଛନ୍ତି ଯେଉଁମାନେ ୮୦ବର୍ଷ ବୟସରୁ ଅଧିକ ହୋଇଥିବାବେଳେ ୫.୫୫ ଲକ୍ଷ ଦିବ୍ୟାଙ୍ଗ ଭୋଟର ଅଛନ୍ତି।

Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe