Advertisment

ଐତିହ୍ୟକୁ ମାଟିରେ ମିଶାଇ ଛିଡ଼ା କଲେ ଆଲିସାନ ବଙ୍ଗଳା; ଆଇଏଏସ୍ ଅଫିସରଙ୍କୁ ସୋ’ କଜ ନୋଟିସ୍‌

ଦକ୍ଷିଣ ଦିଲ୍ଲୀର ଲାଜପତ ନଗରର ଜଳ ବିହାର ପରିସୀମାରେ ମୁଣ୍ଡ ଟେକି ଛିଡ଼ା ହୋଇଥିବା ଏକ ପୁରୁଣା କୀର୍ତ୍ତିରାଜି ଆଉ ଦେଖିବାକୁ ମିଳୁନି।  ସରକାର ଅର୍ଥରେ ତାହାକୁ ମାଟିରେ ମିଶାଇ ଦିଆଯାଇଥିବା ବେଳେ ତାହାର ଚିହ୍ନବର୍ଣ୍ଣ ବି ମିଳୁନି।

ଅଦ୍ୟତନ ହୋଇଛି
Demolition

Demolition

Advertisment

୫ ଶହ ବର୍ଷରୁ ଊର୍ଦ୍ଧ୍ୱ ଏକ ଐତିହାସିକ କୀର୍ତ୍ତିରାଜିକୁ ମାଟିରେ ମିଶାଇ ସେଠାରେ ଛିଡ଼ା କରିଦେଲେ ଆଲିସାନ ଘର। ଏଥିପାଇଁ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଲା ୧୫ କୋଟି ଟଙ୍କା। ତେବେ ଏଥିପାଇଁ କିଏ ବଜେଟ ମଞ୍ଜୁର କଲା, କିଏ ଐତିହାସିକ କୀର୍ତ୍ତିରାଜିକୁ ଭାଙ୍ଗିବାକୁ ଅନୁମତି ଦେଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏହାର ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦିତ ପ୍ରକାଶଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ୍‌। ଆସନ୍ତା ୨ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ କୁହାଯାଇଛି।

Advertisment

ଉକ୍ତ କୀର୍ତ୍ତିରାଜିକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ଉଦିତ ପ୍ରକାଶ ତାହାକୁ ଭାଙ୍ଗି ନିଜ ପାଇଁ ଏକ ଆଲିସାନ ବଙ୍ଗଳା ନିର୍ମାଣ କରିଦେଲେ ।  ଚଳିତ ବର୍ଷ ତାଙ୍କର ମିଜୋରାମ ବଦଳି ହୋଇ ଯାଇଥିବା ବେଳେ ତାଙ୍କ ପରିବାର କିନ୍ତୁ ଏହି ବଙ୍ଗଳାରେ ରହୁଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ୨୦୨୦ ଡିସେମ୍ବର୧୧ରେ ଉକ୍ତ ପଠାନ ମହଲକୁ ସଂରକ୍ଷିତ ଐତିହାସିକ କୀର୍ତ୍ତିରାଜି ଭାବେ ଚିହ୍ନଟ କରିଥିଲା। ଏହାପରେ ଉକ୍ତ କୋଠାକୁ ହସ୍ତାନ୍ତର କରିବା ନିମନ୍ତେ ୨୦୨୧ ଜାନୁୟାରୀ ୧୯ରେ ଦିଲ୍ଲୀ ଜଳ ବୋର୍ଡକୁ ଚିଠି ଲେଖିଥିଲା।

Advertisment

କିନ୍ତୁ ସେତେବେଳେ ଜଳ ବୋର୍ଡର ସିଇଓ ଥିବା ଆଇଏଏସ୍ ଉଦିତ ପ୍ରକାଶ ଉକ୍ତ କୋଠାକୁ ମାଟିରେ ମିଶାଇ ସେଠାରେ ଏକ ବଙ୍ଗଳା ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ଏହାପରେ ଉକ୍ତ ବଙ୍ଗଳାକୁ ସେ ନିଜ ନାମରେ ଆବଣ୍ଟିତ କରି ନେଇଥିଲେ।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଦିଲ୍ଲୀ ବିଜେପି ପ୍ରେସିଡେଣ୍ଟ ବୀରେନ୍ଦ୍ର ସଚଦେବା ଏ ନେଇ ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ଏଥିସହ ଏହା ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

୬ ଶହ ମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି କୋଠା ନିମନ୍ତେ ପ୍ରାୟ ୧୫ କୋଟି ଖର୍ଚ୍ଚ ହୋଇଛି। ତେବେ ଏଥିପାଇଁ ବଜେଟ କିଏ ଅନୁମୋଦନ କଲା, ପାଣ୍ଠି କେଉଁଠୁ ଯୋଗାଡ଼ ହେଲା ତାହାର ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଉପରାଜ୍ୟପାଳଙ୍କୁ ନିବେଦନ କରିଛି ବିଜେପି। ଏପରିକି ତତ୍‌କାଳୀନ ବିଭାଗୀୟ ମନ୍ତ୍ରୀ ସତୈନ୍ଦ୍ର ଜୈନ ଓ ଜଳ ବୋର୍ଡ ସିଇଓ ଉଦିତ ପ୍ରକାଶ କାହା ଅନୁମତି ନେଇ ଓ କିପରି ଏହାକୁ ଭାଙ୍ଗିବାକୁ ଅନୁମତି ଦେଲେ ତାହାର ବି ତଦନ୍ତ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ଉପରାଜ୍ୟପାଳଙ୍କୁ ଅନୁରୋଧ କରିଛି ବିଜେପି।

ଦିଲ୍ଲୀ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ସୂଚନା ଅନୁଯାୟୀ, ଏହି କିଲ୍ଲାଟି ପ୍ରାୟ ୧୫ଶହ ଶତାବ୍ଦୀରେ ସୟଦ ପଠାନଙ୍କ ସମୟରେ ନିର୍ମିତ ହୋଇଥିଲା। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ମଧ୍ୟ ଏହାକୁ ଦିଲ୍ଲୀର ହିନ୍ଦୁ ଏବଂ ମୁସଲମାନ ସ୍ମାରକୀ ତାଲିକାରେ ସ୍ଥାନିତ କରିଛି। ଏହାସତ୍ତ୍ୱେ ଏହାକୁ ଭାଙ୍ଗିବାକୁ କିଏ ଅନୁମତି ଦେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe