Advertisment

ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ଭାରତ: ମୋଦି

CII ଦ୍ୱାରା ଆୟୋଜିତ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Modi

Modi

Advertisment

ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ବଢ଼ିବ ଭାରତର ଅର୍ଥନୈତିକ ଶକ୍ତି। ଏବେ ଭାରତ ବିଶ୍ୱର ୫ମ ସ୍ଥାନରେ ରହିଛି। ଖୁବଶୀଘ୍ର ଏହା ତୃତୀୟ ସ୍ଥାନକୁ ଉଠିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଦ୍ୱାରା ଆୟୋଜିତ ପୋଷ୍ଟ ବଜେଟ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରି ଏଭଳି କିଛି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ପୂର୍ବରୁ କହିଥିଲି ଯେ ମୋର ତୃତୀୟ କାର୍ଯ୍ୟକାଳରେ ଦେଶ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ। ଭାରତ କ୍ରମାଗତ ଭାବରେ ଆଗକୁ ବଢ଼ୁଛି। ୨୦୧୪ରେ, ଆପଣ ଆମକୁ ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି। ୨୦୧୪ ରେ ଯେତେବେଳେ ସରକାର ଗଠନ ହେଲା, ସେତେବେଳେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଯେ ଭାରତର ଅର୍ଥନୀତିକୁ କିପରି ଟ୍ରାକ୍‌କୁ ଫେରାଇ ଆଣାଯିବ। ଏବେ ଏଥିରେ ଢ଼େର ଅଗ୍ରଗତି ହୋଇଛି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପୁଞ୍ଚିଗତ ବ୍ୟୟ ୧୦ ବର୍ଷ ମଧ୍ୟରେ ପାଞ୍ଚ ଗୁଣ ବଢ଼ି ୧୧.୧୧ ଲକ୍ଷ କୋଟିରେ ପହଞ୍ଚି ସାରିଲାଣି। ଗତ ୧୦ ବର୍ଷ ମଧ୍ୟରେ ମନ୍ତ୍ରଣାଳୟର ଆବଣ୍ଟନରେ ସରକାର ରେକର୍ଡ ବୃଦ୍ଧି ପାଇଥିବାବେଳେ ଟିକସ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

Advertisment

ଭାରତ ପ୍ରତ୍ୟେକ କ୍ଷେତ୍ରର ଅର୍ଥନୀତି ଉପରେ ଧ୍ୟାନ ଦେଉଛି। ପୂର୍ବ ସରକାର ତୁଳନାରେ ଆମ ସରକାର ରେଳ ବଜେଟକୁ ୮ ଗୁଣ ବୃଦ୍ଧି କରିଛନ୍ତି। ରାଜପଥ ବଜେଟକୁ ୮ଗୁଣ ବୃଦ୍ଧି କରାଯାଇଛି। କୃଷି ବଜେଟ୍ ୪ଗୁଣ ଏବଂ ପ୍ରତିରକ୍ଷା ବଜେଟ୍ ୨ଗୁଣରୁ ଅଧିକ ବୃଦ୍ଧି କରାଯାଇଛି।

ବର୍ଷ ୨୦୧୩-୧୪ରେ ମନମୋହନ ସରକାରଙ୍କ ବଜେଟ ୧୬ ଲକ୍ଷ କୋଟିର ଥିଲା। ଆଜି ଏହା ତିନିଗୁଣ ବଢ଼ି ୪୮ ଲକ୍ଷ କୋଟିରେ ପହଞ୍ଚିଛି। ମରୁଡ଼ି, ଝଡ଼ ବାତ୍ୟା, କରୋନା ଭଳି ସଙ୍କଟର ସାମ୍ନା କରିଛି ଭାରତ। ଯଦି ଏହ ସଙ୍କଟ ଆସି ନଥାନ୍ତା ତେବେ ଭାରତ ଆହୁରି ଅଧିକ ଉଚ୍ଚରେ ପହଞ୍ଚି ସାରିଥାନ୍ତା। ଗତ ୧୦ ବର୍ଷରେ ୨୫ କୋଟିରୁ ଅଧିକ ଲୋକ ଗରିବ ରେଖା ତଳୁ ଉପରକୁ ଉଠିଛନ୍ତି। ଆମର ଦେଶର ନାଗରିକଙ୍କ 'ଇଜି ଅଫ୍‌ ଲିଭିଂ' ଉପରେ ଫୋକସ୍‌ ରହିଥିବା ମୋଦି କହିଛନ୍ତି।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ଆମ ସରକାରଙ୍କ ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ସ୍ପଷ୍ଟ, ଆମେ ବିକଶିତ ଭାରତ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛୁ। ଆମେ ଶୀଘ୍ର ଅଫଶୋର ମିନେରାଲ୍ ବ୍ଲକ୍ ନିଲାମ ଆରମ୍ଭ କରିବୁ। ଆଜି ଭାରତ ମୋବାଇଲ୍ ଫୋନର ସର୍ବୋଚ୍ଚ ଉତ୍ପାଦକ ଅଟେ। ଆଜି ଭାରତରେ ୧.୪୦ ଲକ୍ଷ ଷ୍ଟାର୍ଟଅପ୍ ଅଛି ଏବଂ ଆଠ କୋଟି ଲୋକ ମୁଦ୍ରା ଲୋନ୍‌ ସହିତ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି। ସମଗ୍ର ବିଶ୍ୱରୁ ନିବେଶକମାନେ ଭାରତ ଆସିବାକୁ ଆଗ୍ରହୀ; ଶିଳ୍ପ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଏବଂ ଆମେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ।

PM Modi CII Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe