Advertisment

ମଣିପୁରରେ ହିଂସା ରୋକିବାକୁ କ’ଣ ସବୁ ପଦକ୍ଷେପ ନେଇଛ? ସୁପ୍ରିମକୋର୍ଟ ମାଗିଲେ ରିପୋର୍ଟ

ସଲିସିଟର ଜେନେରାଲ ଜରୁରୀ ଶୁଣାଣିକୁ ବିରୋଧ କରିଥିଲେ। ଏଥିସହ ସୁରକ୍ଷାକର୍ମୀ ତୃଣମୂଳସ୍ତରରେ ଉପସ୍ଥିତ ରହି ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିବା ସେ କହିଥିଲେ।

Manipur

Manipur

Advertisment

ଦୀର୍ଘ ୨ ମାସ ହେଲା ଜଳୁଥିବା ମଣିପୁରର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ରିପୋର୍ଟ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ହିଂସା ଯୋଗୁ ଘରଦ୍ୱାର ହରାଇଥିବା ଲୋକଙ୍କ ଥଇଥାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି? କେତୋଟି ରିଲିଫ କ୍ୟାମ୍ପ ହୋଇଛି? କେତେ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି?

ମଣିପୁରର ଆଇନଶୃଙ୍ଖଳା ପରିସ୍ଥିତି କେମିତି ଅଛି, ତା’ର ସ୍ଥିତାବସ୍ଥା ରିପୋର୍ଟ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସୀମା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୦ ସୁଦ୍ଧା ମଣିପୁର ସରକାରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ଏହାପରେ ପରବର୍ତ୍ତୀ ଶୁଣାଣି ହେବ।

Advertisment

ମଣିପୁଣ ହିଂସାକୁ ନେଇ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଗୋଟିଏ ଏନଜିଓ ସଂସ୍ଥା ମଧ୍ୟ ସଂଖ୍ୟାଲଘୁ କୁକି ସଂପ୍ରଦାୟର ଲୋକଙ୍କ ସୁରକ୍ଷା ପାଇଁ ଆର୍ମିକୁ ମୁତୟନ କରିବାକୁ ଆବେଦନ କରିଛି। ଏହି ସବୁ ପିଟିସନକୁ ସୁପ୍ରିମକୋର୍ଟ ଏକାଠି ଲିଷ୍ଟିଂ କରି ଶୁଣାଣି କରୁଛନ୍ତି।

କେନ୍ଦ୍ର ଓ ମଣିପୁର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ସଲିସିଟର ଜେନେରାଲ ତୁଷାର ମେହେଟା ସର୍ବୋଚ୍ଚ ଅଦାଲତକୁ କହିଛନ୍ତି ଯେ ମଣିପୁର ସ୍ଥିତି ସୁଧୁରିଛି। ଅବଶ୍ୟ ଏହାର ଗତି ଧିମା ରହିଛି। ସିଭିଲ ପୁଲିସ୍‌, ମଣିପୁର ରାଇଫଲ୍ସ, ସିଏପିଏଫ କମ୍ପାନୀ, ୧୧୪ କଲମ ଆର୍ମି ଓ ମଣିପୁର କମାଣ୍ଡୋମାନେ ରାଜ୍ୟରେ ମୁତୟନ ହୋଇଛନ୍ତି।

ପୂର୍ବରୁ ରାଜ୍ୟରେ ୨୪ ଘଣ୍ଟିଆ କର୍ଫ୍ୟୁ ଲାଗୁଥିବା ବେଳେ ଏବେ ଏହାକୁ ୫ ଘଣ୍ଟାକୁ ହ୍ରାସ କରାଯାଇଛି। କୁକି ସଂପ୍ରଦାୟର ବରିଷ୍ଠ ଆଇନଜୀବୀ କୋଲିନ ଗୋନସାଲଭେସ ପୂରା ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ସେଠାରେ ଲୋକମାନେ ସ୍ଥିତି ସହ ସଂଘର୍ଷ କରୁଛନ୍ତି ବୋଲି ମହେଟା କହିଛନ୍ତି।

ଅନ୍ୟପକ୍ଷରେ ଗୋନସାଲଭେସ କହିଛନ୍ତି, ଆତଙ୍କବାଦୀମାନେ ଗୋଟିଏ ନ୍ୟୁଜ କାର୍ଯ୍ୟକ୍ରମକୁ ଆସିଥିଲେ। ସେଠାରେ ସେମାନେ କୁକି ସଂପ୍ରଦାୟର ଲୋକଙ୍କ ବିରୋଧରେ ବିଷ ଓଗାରିଥିଲେ। ତଥାପି ସେମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

କୁକିଙ୍କ ବିରୋଧରେ ହେଉଥିବା ହିଂସା ରାଜ୍ୟ ପ୍ରାୟୋଜିତ। ସଂଘର୍ଷରେ ୭୦ ଜଣ ଆଦିବାସୀ ପ୍ରାଣ ହରାଇ ସାରିଲେଣି। ରାଜ୍ୟ ସରକାର ଏହାକୁ ନେଇ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ପାରୁ ନାହାନ୍ତି ବୋଲି ସେ କହିଥିଲେ।

ତେବେ ସଲିସିଟର ଜେନେରାଲ ଜରୁରୀ ଶୁଣାଣିକୁ ବିରୋଧ କରିଥିଲେ। ଏଥିସହ ସୁରକ୍ଷାକର୍ମୀ ତୃଣମୂଳସ୍ତରରେ ଉପସ୍ଥିତ ରହି ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିବା ସେ କହିଥିଲେ।

ଏହା ଶୁଣି କୋର୍ଟ ରାଜ୍ୟ ସରକାରଙ୍କୁ ୧୦ ତାରିଖ ସୁଦ୍ଧା ସ୍ଥିତାବସ୍ଥା ରିପୋର୍ଟ ଦେବାକୁ କହିଛନ୍ତି।

Manipur Violence Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe