Advertisment

ଦଳୀୟ ଅଫିସ ଖାଲି କରିବା ପାଇଁ ଆପ୍‌କୁ କୋର୍ଟଙ୍କ ନିର୍ଦ୍ଦେଶ

ଆପ୍‌ର ଅଫିସ ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ ହାଇକୋର୍ଟକୁ ତା’ର ଭିତ୍ତିଭୂମି ସଂପ୍ରସାରଣ ପାଇଁ ଦିଆଯାଇଥିଲା।

AAP

AAP

Advertisment

ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଉଜ ଆଭିନ୍ୟୁ ଠାରେ ଥିବା ଆପ୍‌ର ଅଫିସକୁ ଜୁନ ୧୫ ସୁଦ୍ଧା ଖାଲି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ଆପ୍‌ର ଅଫିସ ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ ହାଇକୋର୍ଟକୁ ତା’ର ଭିତ୍ତିଭୂମି ସଂପ୍ରସାରଣ ପାଇଁ ଦିଆଯାଇଥିଲା। ହେଲେ ଏଠାରେ ଆପ୍‌ର ଅଫିସ ନିର୍ମାଣ ହୋଇଥିବାରୁ ଜୁନ ୧୫ ସୁଦ୍ଧା ଏହାକୁ ଖାଲି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଫିସ ଖାଲି କରିବା ପାଇଁ ଆପ୍‌କୁ ଲମ୍ବା ସମୟ ଦେଇଛନ୍ତି। ଏଥିସହ ଅଲଗା ସ୍ଥାନରେ ଅଫିସ ନିର୍ମାଣ ପାଇଁ ଆବଶ୍ୟକ ପ୍ଲଟ ପାଇବା ସକେଶ ଆପ୍‌କୁ କେନ୍ଦ୍ର ଲ୍ୟାଣ୍ଡ ଓ ଡେଭଲପମେଣ୍ଟ ଅଫିସ(L&DO)ରେ ଆବେଦନ କରିବାକୁ ମଧ୍ୟ କୋର୍ଟ କହିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି, ଆମେ L&DOକୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ଓ ଆମ ରାୟକୁ ସବୁ ପକ୍ଷଙ୍କୁ ଜଣାଇବା ପାଇଁ ୪ ସପ୍ତାହର ସମୟ ଦେଉଛୁ।” ଉକ୍ତ ପ୍ଲଟରେ ଅଫିସ ଜାରି ରଖିବା ପାଇଁ ଆପ୍‌ର କୌଣସି ପ୍ରକାରର ଆଇନଗତ ଅଧିକାର ନଥିବା ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, “ସମ୍ଭାବ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆମେ ପ୍ଲଟ ଖାଲି କରିବା ପାଇଁ ୧୫ ଜୁନ ଯାଏ ସମୟ ଦେଉଛୁ। ଏହାଦ୍ୱାରା ଜିଲ୍ଲା ନ୍ୟାୟିକ ଭିତ୍ତିଭୂମିର ସଂପ୍ରସାରଣ ପାଇଁ ଧାର୍ଯ୍ୟ ଜମିକୁ ଠିକଣା ସମୟରେ ବ୍ୟବହାର କରାଯାଇ ପାରିବ।”

ଫେବୃଆରୀ ମାସରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟଙ୍କୁ ଭିତ୍ତିଭୂମି ସଂପ୍ରସାରଣ ପାଇଁ ଦିଆଯାଇଥିବା ଜମିକୁ ଆପ୍‌ ଜବରଦଖଲ କରିଛି। ଉକ୍ତ ଜମିରେ ରାଉଜ ଆଭିନ୍ୟୁ କୋର୍ଟର ବିଲଡିଂ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା।

କୋର୍ଟଙ୍କ ମତାମତ ପରେ ଫେବୃଆରୀ ୧୫ରେ ଦିଲ୍ଲୀ ସରକାର ବୈଠକ କରିଥିଲେ। ବୈଠକ ପରେ ରାଜ୍ୟ ସରକାର ୨ ମାସ ମଧ୍ୟରେ ଅଲଗା ଜମି ମିଳିବା ପରେ ଉକ୍ତ ସ୍ଥାନ ଖାଲି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ଆଉ ଆଗକୁ ବଢ଼ି ପାରି ନଥିଲା।

ଏହାକୁ ନେଇ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, କେହି ବି ଆଇନକୁ ହାତକୁ ନେଇ ପାରିବେ ନାହିଁ। କେମିତି ଗୋଟିଏ ରାଜନୀତିକ ଦଳ ଉକ୍ତ ସ୍ଥାନକୁ ମାଡ଼ି ବସିଛି? ସମସ୍ତ ଜବରଦଖଲ ଉଚ୍ଛେଦ ହେବା ଦରକାର। ହାଇକୋର୍ଟଙ୍କୁ ଜମି ମାଲିକାନା ମିଳିବା ଦରକାର।

ଏହା ସାଧାରଣ ଲୋକଙ୍କ କାମରେ ଆସିବ। ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ ଓ ଦିଲ୍ଲୀ ସରକାରଙ୍କ ଅର୍ଥ ସଚିବ ତୁରନ୍ତ ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ସହ ଗୋଟିଏ ବୈଠକ କରନ୍ତୁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।

ସୁପ୍ରିମକୋର୍ଟ ଆପ୍‌କୁ ଅଲଗା ଜମି ପାଇଁ ଆବେଦନ କରିବାକୁ କହିଥିବାରୁ ଏହାକୁ ସଲିସିଟର ଜେନରାଲ ତୁଷାର ମେହେଟା ବିରୋଧ କରିଛନ୍ତି। କାହିଁକି ଆପ୍‌କୁ ବିକଳ୍ପ ଜମି ଦିଆଯିବ? ଯଦି ସେମାନେ ଜମି ଖାଲି କରିବାକୁ ରାଜି, ତା’ହେଲେ ତୁରନ୍ତ ଖାଲି କରନ୍ତୁ। ଏପରି ସର୍ତ୍ତ କାହିଁକି?

Supreme Court AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe