ବ୍ୟାନର ଓ ପୋଷ୍ଟର ଲଗାଇ ମୋଦି ଓ ନବୀନଙ୍କୁ ସମାଲୋଚନା

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଲ ବାହିନୀ ନିଜର ସ୍ଥିତି ଜାହିର କରିଛି। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ାରେ ଏକାଧିକ ନକ୍ସଲ ପୋଷ୍ଟର ଲାଗିଛି। ସିପିଆଇ ନକ୍ସଲ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛି। ପୁଲଓ୍ୱାମା ଆକ୍ରମଣ ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି ନକ୍ସଲ। ଏହା ଫାଶୀବାଦ ନୀତିର ପରିଣାମ ବୋଲି ପୋଷ୍ଟରରେ ଲେଖା ଯାଇଛି। ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀ ବିରୋଧୀ ବୋଲି କୁହାଯାଇଛି। ନବନିର୍ମାଣ କୃଷକ […]

tree

tree

Jitendra Garnayak
  • Published: Tuesday, 19 February 2019
  • Updated: 19 February 2019, 09:38 AM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଲ ବାହିନୀ ନିଜର ସ୍ଥିତି ଜାହିର କରିଛି। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ାରେ ଏକାଧିକ ନକ୍ସଲ ପୋଷ୍ଟର ଲାଗିଛି। ସିପିଆଇ ନକ୍ସଲ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛି।

ପୁଲଓ୍ୱାମା ଆକ୍ରମଣ ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି ନକ୍ସଲ। ଏହା ଫାଶୀବାଦ ନୀତିର ପରିଣାମ ବୋଲି ପୋଷ୍ଟରରେ ଲେଖା ଯାଇଛି। ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀ ବିରୋଧୀ ବୋଲି କୁହାଯାଇଛି।

ନବନିର୍ମାଣ କୃଷକ ସଂଘ ପକ୍ଷରୁ ୨୧ ତାରିଖରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ନକ୍ସଲମାନେ ଏହାକୁ  ସମର୍ଥନ ଜଣାଇଛନ୍ତି। ଏହି ବନ୍ଦକୁ ସଫଳ କରିବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି।

ନକ୍ସଲଙ୍କ ଏହି ପୋଷ୍ଟର୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos