ଭୁବନେଶ୍ୱରରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲେ ରାଜ୍ୟପାଳ

ଭୁବନେଶ୍ୱର: ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ଏସ.ସି ଜମିର।  ଭୁବନେଶ୍ୱର ଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଏହି ଯୋଜନାଗୁଡ଼ିକର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଏବଂ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ପି.କ ଜେନା ଉପସ୍ଥିତ ଥିଲେ। […]

govern

govern

Rakesh Mallick
  • Published: Saturday, 09 May 2015
  • Updated: 09 May 2015, 01:23 PM IST

Sports

Latest News

ଭୁବନେଶ୍ୱର: ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ଏସ.ସି ଜମିର।  ଭୁବନେଶ୍ୱର ଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଏହି ଯୋଜନାଗୁଡ଼ିକର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଏବଂ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ପି.କ ଜେନା ଉପସ୍ଥିତ ଥିଲେ। ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଆଜି ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଶୁଭାରମ୍ଭ ହୋଇଛି।

ସେହିଭଳି ସମ୍ବଲପୁରଠାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ବ୍ରହ୍ମପୁର ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଡଃ ମେହଶ ଶର୍ମା ଏହି ସବୁ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି।

ଦେଶର ୧୧୬ଟି ସହରରେ ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଛି।  କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନୁଯାୟୀ ୧୮ରୁ୭୦ ବର୍ଷ ବୟସ୍କ ପ୍ରତ୍ୟେକ ସଞ୍ଚୟ ବ୍ୟାଙ୍କ ଖାତାଧାରୀ ବର୍ଷକୁ ୧୨ଟଙ୍କା ଅର୍ଥାତ ମାସିକ ମାତ୍ର ଟଙ୍କାଟିଏ ବିନିଯୋଗ କରି ଦୁଇ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ପାଇପାରିବେ।

ସେହପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୧୮ରୁ ୫୦ ବର୍ଷ ବୟସ୍କ ପ୍ରତ୍ୟେକ ସଞ୍ଚୟ ବ୍ୟାଙ୍କ ଖାତାଧାରୀ ବର୍ଷକୁ ୩୩୦ ଟଙ୍କା ଅର୍ଥାତ ଦିନକୁ ଟଙ୍କାଏରୁ କମ୍ ବିନିଯୋଗ କରି ୨ ଲକ୍ଷ ଟଙ୍କାର ଜୀବନ ବୀମା ପାଇପାରିବେ।

ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଆଜି ଶୁଭାରମ୍ଭ ହୋଇଥିବା ତୃତୀୟ ଯୋଜନାଟି ହେଉଛି ଅଟଳ ପେନସନ୍ ଯୋଜନା। ଏଥିରେ ୧୮ରୁ ୪୦ ବର୍ଷ ବୟସ୍କ ପ୍ରତ୍ୟେକ ସଞ୍ଚୟ ବ୍ୟାଙ୍କ ଖାତାଧାରୀ ସର୍ବନିମ୍ନ ମାସିକ ମାତ୍ର ୪୨ ଟଙ୍କା (ସର୍ବାଧିକ ୨୯୧ ଟଙ୍କା) ବିନିଯୋଗ କରି ୬୦ ବର୍ଷ ବୟସରୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ପାଇପାରିବେ। ଆଜୀବନ ଏହି ପେନସନ୍ ମିଳିବ। ଏପରିକି ଏହି ଯୋଜନାରେ ମାସିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନର ମଧ୍ୟ ବ୍ୟବସ୍ଥା ରହିଛି।

ଏହି ଯୋଜନାଗୁଡ଼ିକରେ ସମ୍ମିଳିତ ବ୍ୟକ୍ତିଙ୍କର ସଞ୍ଚୟ ଖାତାରୁ ବାର୍ଷିକ ଦେୟ ମେ’୩୧ ତାରିଖରୁ ଆପଣା ଛାଏଁ କଟିଯିବ।

ପ୍ରତ୍ୟେକ ବ୍ୟକ୍ତି କେବଳ ଗୋଟିଏ ସଞ୍ଚୟ ବ୍ୟାଙ୍କ ଖାତାରୁ ଏହି ସୁବିଧା ନେଇପାରିବେ। ପୁଣି ଏହି ଯୋଜନାରେ ମନୋନୟନ ବ୍ୟବସ୍ଥା ବାଧ୍ୟତା ମୂଳକ। ଏହି ଯୋଜନାରେ ସାମିଲ ହେବା ପାଇଁ ସରଳ ଓଡ଼ିଆ ଭାଷାରେ ଆବେଦନ କରିପାରିବେ। ଏ ସଂପର୍କତ ଆବେଦନ ପତ୍ର ସମସ୍ତ ବ୍ୟାଙ୍କ ଶାଖା ଓ ବ୍ୟାଙ୍କ ମିତ୍ରଙ୍କ ନିକଟରେ ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story