ଯାଜପୁର: ଯାଜପୁର ଟାଉନରେ ଥିବା ଉପ-କାରାଗାରରେ ଶୁକ୍ରବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ଉପ-କାରଗାର କତ୍ତୃପକ୍ଷ, ପୋଲିସ, ଉଭୟ ପକ୍ଷର ଓକିଲ, ସାମାଜିକ କର୍ମୀଙ୍କ ଉପସ୍ଥିତରେ ହୋଇଛି ଏହି ବିବାହ। ୨୦୧୩ ମସିହା ବଳାତ୍କାରର ଶିକାର ହୋଇଥିବା ଜଣେ ୧୭ ବର୍ଷୀୟ ନାବାଳିକାକୁ ବୈଦିକ ରୀତିରେ ବିବାହ କରିଛି ସମ୍ପୃକ୍ତ ଅଭିଯୁକ୍ତ । ଅଭିଯୁକ୍ତଙ୍କ ନାମ ବିପିନ ବିହାରୀ ଖଟୁଆ(୨୮)। ଅଭିଯୁକ୍ତଙ୍କ ଘର ଜେନାପୁର ଥାନା ଅନ୍ତର୍ଗତ ନୂଆକଳନ୍ଦା ଗାଁରେ। ଅଭିଯୁକ୍ତ ଓ ପିଡିତା ବିବାହ ପାଇଁ ରାଜି ହେବାପରେ ଆଜି ଏହି ବିବାହ କରାଯାଇଥିଲା। ଯାଜପୁର ଜିଲ୍ଲା କାରାଗାରର ନିରୀକ୍ଷକ ବୈଲାଚନ ଦାଶଙ୍କ କହିବା କଥାଯେ, ବିବାହ ପାଇଁ ଯାଜପୁର ଜିଲ୍ଲା ଜଜ କାରାଗାର କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କାରାଗାର କତ୍ତୃପକ୍ଷଙ୍କ ପକ୍ଷରୁ ବିବାହର ଆୟୋଜନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।