ଶ୍ରୀଜିଉଙ୍କ ପବିତ୍ର ସ୍ନାନ ଯାତ୍ରା: ସ୍ନାନମଣ୍ଡପରେ ବିଜେ କଲେ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ

ପୁରୀ: ଆଜି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସକାଳୁ ସକାଳୁ ରୀତିନୀତି ଆରମ୍ଭ ହୋଇଯାଇଛି। ବଡ଼ ଠାକୁର ବଳଭଦ୍ର, ମା’ସୁଭଦ୍ରା ଓ ସୁଦର୍ଶନ ସ୍ନାନମଣ୍ଡପରେ ବିଜେ କରି ସାରିଛନ୍ତି। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା ବଳଭଦ୍ର ଓ ସୁଭଦ୍ରାଙ୍କୁ।  ମହାପ୍ରଭୁ ଜଗନ୍ନାଥ ଧାଡ଼ିପହଣ୍ଡିରେ ଆସୁଛନ୍ତି। ଭୋର ୪ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୬ଟା୩୦ରେ ସରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଏଥିରେ ବିଳମ୍ବ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଓ […]

balabhadra

balabhadra

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 02:46 AM IST

Sports

Latest News

ପୁରୀ: ଆଜି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସକାଳୁ ସକାଳୁ ରୀତିନୀତି ଆରମ୍ଭ ହୋଇଯାଇଛି। ବଡ଼ ଠାକୁର ବଳଭଦ୍ର, ମା’ସୁଭଦ୍ରା ଓ ସୁଦର୍ଶନ ସ୍ନାନମଣ୍ଡପରେ ବିଜେ କରି ସାରିଛନ୍ତି। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା ବଳଭଦ୍ର ଓ ସୁଭଦ୍ରାଙ୍କୁ।  ମହାପ୍ରଭୁ ଜଗନ୍ନାଥ ଧାଡ଼ିପହଣ୍ଡିରେ ଆସୁଛନ୍ତି।

ଭୋର ୪ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୬ଟା୩୦ରେ ସରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଏଥିରେ ବିଳମ୍ବ ହୋଇଛି।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଓ ଗଜବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଯାଇଛି।  ନବକଳେବର ପୂର୍ବରୁ ଏହା ହେଉଛି ମହାପ୍ରଭୁଙ୍କର ପୂଜିତ ମୂର୍ତ୍ତିଙ୍କର ହେବ ଶେଷ ସ୍ନାନଯାତ୍ରା ଓ ଗଜ ବେଶ।

janata

ପ୍ରଥମେ ସ୍ନାନ ମଣ୍ଡପ ଉପରେ ମଙ୍ଗଳ ଆଳତୀ, ମଇଲମ, ତଡପ ଲାଗି, ଅବକାଶ,ଅଧରପଣା ନୀତି କରାଯିବ। ଏହାପରେ ଜଳଲାଗି ନୀତି ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗଡୁ ଜଳଲାଗି କରାଯିବା ପରେ କୋଇଲି ବୈକୁଣ୍ଠରେ ପୂଜା ପାଉଥିବା ଦିବ୍ୟଦାରୁଙ୍କୁ ୪ ଗଡୁ ଜଳଲାଗି କରାଯିବ। ଜଳଲାଗି ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିବେ। ପରେ ଗଜପତି ମହାରାଜା ଛେରା ପହଁରା କରିବେ। ହାତୀବେଶରେ ମହାପ୍ରଭୁଙ୍କ ନିକଟରେ ଏକମାତ୍ର ସକାଳଧୂପ ନୀତି ହେବ। ପରେ ଭକ୍ତମାନଙ୍କ ପାଇଁ ସାହାଣମେଲା ଦର୍ଶନ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story