୭ ମାସ ଭିତରେ ୧୦୦୦ କୋଟି ଟଙ୍କାରୁ ଅଧିକ ଜିଏସଟି ଠକେଇ

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିଶା କାରବାର ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଗତ ୬ ରୁ ୭ ମାସ ଭିତରେ ୧୦୦୦ କୋଟି ଟଙ୍କାରୁ ଅଧିକ ଜିଏସଟି ଠକେଇ ହୋଇଛି। ନିଶା କାରବାରରେ ବର୍ତ୍ତମାନ କଳାଧନର ବ୍ୟବହାର ବ୍ୟାପକ ମାତ୍ରାରେ ହେଉଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। SIT ବୈଠକ ପରେ SIT ଉପାଧ୍ୟାକ୍ଷ ଜଷ୍ଟିସ ପଶାୟତ ଏହି ସୂଚନା ଦେଇଛନ୍ତି। ଆଜି SIT ଉପାଧ୍ୟାକ୍ଷ ଜଷ୍ଟିସ ପଶାୟତଙ୍କ କଟକ […]

GST

  • Published: Wednesday, 29 June 2022
  • , Updated: 29 June 2022, 07:57 PM IST

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିଶା କାରବାର ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଗତ ୬ ରୁ ୭ ମାସ ଭିତରେ ୧୦୦୦ କୋଟି ଟଙ୍କାରୁ ଅଧିକ ଜିଏସଟି ଠକେଇ ହୋଇଛି। ନିଶା କାରବାରରେ ବର୍ତ୍ତମାନ କଳାଧନର ବ୍ୟବହାର ବ୍ୟାପକ ମାତ୍ରାରେ ହେଉଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। SIT ବୈଠକ ପରେ SIT ଉପାଧ୍ୟାକ୍ଷ ଜଷ୍ଟିସ ପଶାୟତ ଏହି ସୂଚନା ଦେଇଛନ୍ତି। ଆଜି SIT ଉପାଧ୍ୟାକ୍ଷ ଜଷ୍ଟିସ ପଶାୟତଙ୍କ କଟକ ସ୍ଥିତ ନିଜ ବାସଭବନରେ ଏହି ବୈଠକ ଆୟୋଜିତ ହୋଇଥିଲା।

ବୈଠକ ପରେ ସେ ସୂଚନା ଦେଇ କହିଛନ୍ତି, ପାନାମା ପେପରସ କ୍ଷେତ୍ରରେ ୪୦୦ ରୁ ଅଧିକ ମାମଲା ରୁଜୁ ହୋଇଛି। ଏହା ଭିତରୁ ପ୍ରାୟ ୩୦୦ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଣ୍ଡୋରା ପେପରସ ମାମଲାରେ ମାସକ ଭିତରେ ୭୦ ଟି ମାମଲା ରୁଜୁ ହୋଇଛି। ଏ ପର୍ଯ୍ୟନ୍ତ ୮ଟି ରିପୋର୍ଟ SIT ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଆଉ କିଛି ମାସ ମଧ୍ୟରେ ପରବର୍ତ୍ତୀ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବ SIT।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତରେ ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି SIT।

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁଖ୍ୟ ଏସ.ଏନ. ପ୍ରଧାନ, ଆୟକର ବିଭାଗର ଅଧିକାରୀ, GST ବିଭାଗର ଅଧିକାରୀ, ଓଡିଶା ପୁଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ, ଆରବିଆଇର ଅଧିକାରୀ, ସିବିଆଇର ଅଧିକାରୀ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।

ଦୁଇବର୍ଷ ପରେ ଏହି ବୈଠକ ଓଡ଼ିଶାରେ ହୋଇଛି। ଶେଷ ଥର ପାଇଁ ୨୦୨୦ ମାର୍ଚ୍ଚରେ ଏହି ବୈଠକ ହୋଇଥିଲା। ଯାହା ବି ଆଲୋଚନା ହେଉଥିଲା ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ହେଉଥିଲା।

Related story