ଦୁର୍ଘଟଣାକୁ କଣ୍ଟ୍ରୋଲ୍‌ କରିପାରୁନି ନୂଆ ଟ୍ରାଫିକ୍‌ ନିୟମ! ରାସ୍ତାରେ ଯାଉଛି ଜୀବନ

କେନ୍ଦୁଝର(ପ୍ରଣୟ ପାଣି): ରାସ୍ତା ଦୁର୍ଘଟଣା କମାଇବା ପାଇଁ ସରକାର ନୂଆ ଟ୍ରାଫିକ ନିୟମ ପ୍ରଣୟନ କଲେ। ଏହା ସତ୍ତ୍ୱେ ଦୁର୍ଘଟଣା ଥମିବାର ନାମ ଧରୁନାହିଁ। ୨୦୨୦ ଆରମ୍ଭରୁ କେବଳ ଜାନୁଆରୀରେ ୧୦ରୁ ଅଧିକା ସଡ଼କ ଦୁର୍ଘଟଣାରେ ଯାଇଛି ବହୁ ଜୀବନ। ଆଜି ତପ୍ତପାଣି ଘାଟିରେ ବସ୍‌ ଖସିପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ପଣ୍ଡାପଡ଼ା ଥାନା ସୁନାଟାଙ୍ଗିରୀ ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ଗତ ୨୩ […]

accident

accident

Manoranjan Sial
  • Published: Wednesday, 29 January 2020
  • Updated: 29 January 2020, 09:44 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ରାସ୍ତା ଦୁର୍ଘଟଣା କମାଇବା ପାଇଁ ସରକାର ନୂଆ ଟ୍ରାଫିକ ନିୟମ ପ୍ରଣୟନ କଲେ। ଏହା ସତ୍ତ୍ୱେ ଦୁର୍ଘଟଣା ଥମିବାର ନାମ ଧରୁନାହିଁ। ୨୦୨୦ ଆରମ୍ଭରୁ କେବଳ ଜାନୁଆରୀରେ ୧୦ରୁ ଅଧିକା ସଡ଼କ ଦୁର୍ଘଟଣାରେ ଯାଇଛି ବହୁ ଜୀବନ। ଆଜି ତପ୍ତପାଣି ଘାଟିରେ ବସ୍‌ ଖସିପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ପଣ୍ଡାପଡ଼ା ଥାନା ସୁନାଟାଙ୍ଗିରୀ ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି।

ଗତ ୨୩ ତାରିଖରେ ଗଞ୍ଜାମ ଦିଗପହଣ୍ଡି କୋଚିନଡ଼ା ବ୍ରିଜ୍ ଉପରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ପୋଲ ତଳକୁ ଖସି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ସେହିପରି ଗତ ୨୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଏକ କାର ଡିଭାଇଡରକୁ ପିଟି ପରେ ଏକ ସ୍କର୍ପିଓକୁ ଧକ୍କା ଦେବାରୁ ରାସ୍ତା କାମ କରୁଥିବା ୫ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।  ୬ ଜଣ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଗତ ୨୧ ତାରିଖରେ ସମ୍ବଲପୁର ପରମାଣପୁରରେ ଫୁଟପାଥ୍ ଉପରକୁ ଟ୍ରକ୍ ମାଡ଼ି ଯିବାରୁ ୪ ଉଠା ଦୋକାନୀଙ୍କ ଜୀବନ ଯାଇଥିଲା। ୪ ତାରିଖରେ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ରୁ ଫେରୁଥିବା ବେଳେ ଶ୍ରୀକାକୁଲ୍ମ ଜିଲ୍ଲା କୋଟପଲି ନିକଟରେ ମହେନ୍ଦ୍ରତନୟା ବ୍ରିଜ୍ ତଳକୁ ଚଳନ୍ତା କାର ଖସିପଡ଼ିବାରୁ ଭୁବନେଶ୍ୱର ଦୁଇଟି ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

ଗତ ୩ ତାରିଖରେ ଭଦ୍ରକ ବଅନ୍ତ ଛକରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ। ସେହିଭଳି ୨ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଦୁହୁରିଆ ନୟନବିହାର ଛକରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ କାର୍ ପିଟି ହୋଇଯିବାରୁ ୨ଜଣଙ୍କ ମୃତ୍ୟୁ ହେବା ସହ ୩ ଗୁରୁତର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos