ସମୁଦ୍ର ମଝିରୁ ୧୦ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର, ୯ ନିଖୋଜ୍

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ସମୁଦ୍ର ମଝିରୁ ୧୦ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର। ଦୀର୍ଘ ତିନି ଦିନ ୩ ରାତି ସମୁଦ୍ରରେ ଭାସି ରହିଥିବା ବେଳେ କଶିଆ ସାମୁଦ୍ରିକ ମୁହାଣରୁ ଉଦ୍ଧାର କଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମତ୍ସ୍ୟଜୀବୀ। ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ଡଙ୍ଗା ଓଲଟିବା ପରେ ଏମାନେ ସମୁଦ୍ର ଭିତରେ ଫସି ରହିଥିଲେ। ସେମାନଙ୍କ କହିବା ମୁତାବକ ବାତ୍ୟା ଯୋଗୁ ଡଙ୍ଗା ବୁଡ଼ିବା ପରେ ସେମାନଙ୍କ ସହ ଥିବା ଆଉ ୯ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ […]

bangla

bangla

Niranjan Mishra
  • Published: Wednesday, 26 October 2022
  • Updated: 26 October 2022, 10:38 PM IST

Sports

Latest News

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ସମୁଦ୍ର ମଝିରୁ ୧୦ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର। ଦୀର୍ଘ ତିନି ଦିନ ୩ ରାତି ସମୁଦ୍ରରେ ଭାସି ରହିଥିବା ବେଳେ କଶିଆ ସାମୁଦ୍ରିକ ମୁହାଣରୁ ଉଦ୍ଧାର କଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମତ୍ସ୍ୟଜୀବୀ। ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ଡଙ୍ଗା ଓଲଟିବା ପରେ ଏମାନେ ସମୁଦ୍ର ଭିତରେ ଫସି ରହିଥିଲେ। ସେମାନଙ୍କ କହିବା ମୁତାବକ ବାତ୍ୟା ଯୋଗୁ ଡଙ୍ଗା ବୁଡ଼ିବା ପରେ ସେମାନଙ୍କ ସହ ଥିବା ଆଉ ୯ ଜଣ ନିଖୋଜ ହୋଇଯାଇଛନ୍ତି।

ସେମାନେ ଏକ ବୋଟରେ ଗତ ୧୮ ତାରିଖ ଦିନ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ । ୨୩ ତାରିଖ ଦିନ ମାଛ ଧରି ବାଂଲାଦେଶକୁ ଫେରି ଯାଉଥିବା ବେଳେ ବାତ୍ୟା ମଝିରେ ପଡିଯାଇଥିଲେ। ବାତ୍ୟାରେ ତାଙ୍କର ଡ଼ଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାରେ ଥିବା ୧୯ ଜଣ ସମୁଦ୍ରରେ ଟିୟୁ ଯୋଗେ ଭାସିଭାସି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ସେମାନଙ୍କ ଭିତରୁ ୯ ଜଣ ହଜିଯାଇଥିଲେ।

ବାକି ୧୦ଜଣ କୌଶଳ କ୍ରମେ ଏକଜୁଟ ହୋଇ ସମୁଦ୍ର ଭିତରେ ଭାସି ରହିଥିଲେ। ଗତକାଲି ଦିନ ୧ଟା ବେଳେ ଧାମରା ହୁଇଲର ଦୀପର ୨୩ ନଟିକାଲ ମାଇଲ ଦୂରରକୁ ମାଛ ମାରିବାକୁ ଯାଇଥିବା ମା ଗଙ୍ଗା ବୋଟ ସେମାନଙ୍କୁ ଠାବ କରିଥିଲା। ବୋଟରେ ଥିବା ମତ୍ସ୍ୟଜୀବୀମାନେ ପାଣିରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏମାନଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ନିଜ ପାଖରେ ଥିବା ଖାଦ୍ୟ ଓ ଔଷଧ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ। ଆଜି ରାତି ୮ଟା ୨୦ରେ ସମସ୍ତେ ଏହି ବୋଟ୍ ଯୋଗେ ବାସୁଦେବପୁରର କାଶିଆ କୂଳରେ ପହଞ୍ଚିଛନ୍ତି।

ଏନେଇ ଖବର ପାଇବା ପରେ କସିଆ ସାମୁଦ୍ରିକ ପୁଲିସ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos