ଦାଦନ ଯନ୍ତ୍ରଣା, ଚାଲାଣ ବେଳେ ୧୦ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଗାଁରେ କାମ ମିଳୁନି। ଅସହ୍ୟ ହେଉଛି ପେଟର ଯନ୍ତ୍ରଣା। ତେଣୁ ବାଧ୍ୟ ହୋଇ ପରିବାର ଧରି ଘର ଛାଡ଼ୁଛନ୍ତି। ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୦ ଶ୍ରମିକଙ୍କୁ ପୁଲିସ୍‌ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ୍‌ ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି। ଆଜି ଏପରି ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲାରୁ। ତୁରେକେଲା ଥାନା ହଲନଭଟା ପଞ୍ଚାୟତ ଗୁର୍ଜିଭଟା ଗାଁର ୧୦ ଜଣ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାର ସଞ୍ଜିବ ବଚ୍ଛା ଓ […]

Worker

  • Published: Thursday, 29 September 2022
  • , Updated: 29 September 2022, 09:19 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଗାଁରେ କାମ ମିଳୁନି। ଅସହ୍ୟ ହେଉଛି ପେଟର ଯନ୍ତ୍ରଣା। ତେଣୁ ବାଧ୍ୟ ହୋଇ ପରିବାର ଧରି ଘର ଛାଡ଼ୁଛନ୍ତି। ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୦ ଶ୍ରମିକଙ୍କୁ ପୁଲିସ୍‌ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ୍‌ ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି। ଆଜି ଏପରି ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲାରୁ।

ତୁରେକେଲା ଥାନା ହଲନଭଟା ପଞ୍ଚାୟତ ଗୁର୍ଜିଭଟା ଗାଁର ୧୦ ଜଣ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାର ସଞ୍ଜିବ ବଚ୍ଛା ଓ ତାଙ୍କ ସହଯୋଗୀ ରୂପଚନ କଠାର ଆଜି ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯୋଜନା କରୁଥିଲେ। ଶ୍ରମିକମାନଙ୍କୁ ଦୁଇଟି ବୋଲେରୋରେ ଲାଠୋର ରେଲୱେ ଷ୍ଟେସନକୁ ନେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ତୁରେକେଲା ଥାନା ପୁଲିସ୍‌ ବୋଲେରୋ ଦୁଇଟିକୁ ଭାଲୁକୁନା ଗାଁ ନିକଟରେ ଅଟକାଇଥିଲା। ପରେ ଗାଡ଼ି ଯାଞ୍ଚ କରିବାରୁ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ ଉଦ୍ଦେଶ୍ୟରେ ନେଉଥିବା ସ୍ପଷ୍ଟ ହୋଇଥିଲା।

ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୬ ଜଣ ପୁରୁଷ, ୪ ଜଣ ମହିଳା ଓ ଜଣେ ଛୋଟ ଶିଶୁ। ସମସ୍ତଙ୍କୁ ପୁଲିସ୍‌ ଥାନାକୁ ନେଇ ପଚରାଉଚରା କରିଥିଲା। ପରେ ସେମାନଙ୍କୁ ନେଇ ତାଙ୍କ ଗାଁରେ ଛାଡିଥିଲା ପୁଲିସ। ଏହି ମାମଲାରେ ପୁଲିସ୍‌ ଦାଦନ ସର୍ଦ୍ଦାର ସଞ୍ଜିବ ବଚ୍ଛା ଓ ତାଙ୍କ ସହଯୋଗୀ ରୂପଚନ କଠାରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଶ୍ରମିକ ଚାଲାଣ ହେଉଥିବା ଗାଇ ଦୁଇଟିକୁ ଜବତ କରିଛି।

Related story