JSW ଅଫିସ୍‌ ଭଙ୍ଗାରୁଜା ଘଟଣାରେ ୧୦ ଜଣଙ୍କୁ ଉଠାଇନେଲା ପୁଲିସ୍‌

ପାରାଦୀପ ( ରମାକାନ୍ତ ନାୟକ ):  ପାରାଦୀପ JSW ପ୍ରୋଜେକ୍ଟ ଅଫିସ ଓ ଢିଙ୍କିଆରେ ଥିବା ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟ ଅଫିସରେ ଭଙ୍ଗାରୁଜା ମାମଲାରେ ଆଉ ୧୦ ଜଣଙ୍କୁ ଉଠାଇ ନେଇଛି ପୁଲିସ୍ । ଅଧରାତିରେ ଘରେ ପଶି ଏହି ୧୦ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି ପୁଲିସ୍‌। ଅନ୍ୟପଟେ ଗତକାଲି ଏହି ଗଣ୍ଡଗୋଳ ଘଟଣାରେ ଅପରାହ୍ମରେ ୧୦ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ବେକାରୀ ଇଞ୍ଜିନିୟରିଂ ଛାତ୍ର ଏହି କାଣ୍ଡ […]

paradip

Niharika Rout
  • Published: Wednesday, 25 December 2019
  • , Updated: 25 December 2019, 02:01 PM IST

ପାରାଦୀପ ( ରମାକାନ୍ତ ନାୟକ ):  ପାରାଦୀପ JSW ପ୍ରୋଜେକ୍ଟ ଅଫିସ ଓ ଢିଙ୍କିଆରେ ଥିବା ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟ ଅଫିସରେ ଭଙ୍ଗାରୁଜା ମାମଲାରେ ଆଉ ୧୦ ଜଣଙ୍କୁ ଉଠାଇ ନେଇଛି ପୁଲିସ୍ । ଅଧରାତିରେ ଘରେ ପଶି ଏହି ୧୦ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି ପୁଲିସ୍‌। ଅନ୍ୟପଟେ ଗତକାଲି ଏହି ଗଣ୍ଡଗୋଳ ଘଟଣାରେ ଅପରାହ୍ମରେ ୧୦ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ବେକାରୀ ଇଞ୍ଜିନିୟରିଂ ଛାତ୍ର ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିଲା ।

ନିଯୁକ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ପ୍ରାଥମିକତା ଦେବା ବଦଳରେ ବାହାର ରାଜ୍ୟର ପିଲାଙ୍କୁ ଚାକିରି ଦିଆଯାଉଥିବା ଅଭିଯୋଗ କରି ଏହି ହଙ୍ଗାମା ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ପିଲାଙ୍କୁ ଚାକିରିରେ ପ୍ରାଥମିକତାକୁ ନେଇ ଏକ ଛାତ୍ର  ସଂଗଠନର ଶତାଧିକ ସଦସ୍ୟ ଆଲୋଚନା ପାଇଁ ଥାନାକୁ ଯାଇଥିଲେ । କିନ୍ତୁ ପୁଲିସ୍‌ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି।

Related story