କରୋନା ରେଡ୍ ଜୋନରେ ୧୦ଜିଲ୍ଲା, ୩୦ ହଜାର ଟପିଲା ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତଗତିରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏବେ ୧୦ଟି ଜିଲ୍ଲା ରେଡ୍ ଜୋନ ଚିହ୍ନଟ ହୋଇଛି। କରୋନାର ଦ୍ୱିତୀୟ ଲହରୀରେ ପ୍ରଥମଥର ପାଇଁ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ଟପିଛି। ଏପଟେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବେଡ୍‌, ଅକ୍ସିଜେନ୍ ଓ ଆଇସିୟୁ ଉପଲବ୍ଧ ଅଛି ବୋଲି ରାଜ୍ୟ ସରକାର କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ ୩୦,୯୨୭ଜଣ ବ୍ୟକ୍ତି ସକ୍ରିୟ କରୋନା ସଂକ୍ରମିତ […]

odisha-map

Ordigital Desk
  • Published: Wednesday, 21 April 2021
  • , Updated: 21 April 2021, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତଗତିରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏବେ ୧୦ଟି ଜିଲ୍ଲା ରେଡ୍ ଜୋନ ଚିହ୍ନଟ ହୋଇଛି। କରୋନାର ଦ୍ୱିତୀୟ ଲହରୀରେ ପ୍ରଥମଥର ପାଇଁ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ଟପିଛି। ଏପଟେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବେଡ୍‌, ଅକ୍ସିଜେନ୍ ଓ ଆଇସିୟୁ ଉପଲବ୍ଧ ଅଛି ବୋଲି ରାଜ୍ୟ ସରକାର କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ ୩୦,୯୨୭ଜଣ ବ୍ୟକ୍ତି ସକ୍ରିୟ କରୋନା ସଂକ୍ରମିତ ହୋଇଥିବାବେଳେ ଏମାନେ ସମସ୍ତେ ହସ୍ପିଟାଲ ଆଇସୋଲେସନରେ ରହିଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟର ୧୦ଟି ଜିଲ୍ଲା କରୋନା ରେଡଜୋନରେ ରହିଛି। ସେଥିରୁ ଉପକୂଳ ଓଡ଼ିଶାର ୩ଟି ଜିଲ୍ଲା ଥିବାବେଳେ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ରହିଛି। ରାଜ୍ୟର ସର୍ବାଧିକ ସକ୍ରିୟ କରୋନା ରୋଗୀ ଏବେ ଖୋର୍ଦ୍ଧା ଜିଲ୍ଲାରେ ଥିବାବେଳେ ଅନ୍ୟ ୧୦ଟି ଜିଲ୍ଲାରେ ଏକ ହଜାରରୁ ଅଧିକ ଲେଖାଏଁ ସକ୍ରିୟ ସଂକ୍ରମିତ ରହିଛନ୍ତି।

ଭୁବନେଶ୍ୱର(ଖୋର୍ଦ୍ଧା) ସମେତ କଟକ ଓ ପୁରୀ ଜିଲ୍ଲା ଏବେ ରେଡ୍ ଜୋନ ବର୍ଗରେ ରହିଛି । କଟକ ଜିଲ୍ଲାରେ ୧୬୧୮ଜଣ, ପୁରୀରେ ୧୨୦୬ଜଣ ଓ ଖୋର୍ଦ୍ଧାରେ ୪୮୧୫ଜଣ ସକ୍ରିୟ ସଂକ୍ରମିତ ରହିଥିବାବେଳେ ସୁନ୍ଦରଗଡ଼ରେ ୪୬୨୮ଜଣ, ସମ୍ବଲପୁରରେ ୧୪୭୮, ବରଗଡ଼ରେ ୧୫୨୯, ଝାରସୁଗୁଡ଼ାରେ ୧୨୩୬, ନୂଆପଡ଼ାରେ ୧୬୫୭ଜଣ, ବଳାଙ୍ଗିରରେ ୧୨୨୪ଜଣ, କଳାହାଣ୍ଡିରେ ୧୩୧୬ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

ଗତ ୪-୫ଦିନ ଧରି ରାଜ୍ୟରେ କରୋନା ଟେଷ୍ଟ ପରିମାଣ ସର୍ବାଧିକ ୩୮ହଜାରକୁ ମଧ୍ୟରେ ସୀମିତ ରହିଥିବାବେଳେ ଅଧିକ ସଂଖ୍ୟକ ଟେଷ୍ଟ ହେଉନଥିବାରୁ ରାଜ୍ୟରେ ଅଧିକ ସଂଖ୍ୟକ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରୁନି ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଏବେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅତିରିକ୍ତ ୫ହଜାର ଅଧିକ କୋଭିଡ୍ ବେଡ୍ ପ୍ରସ୍ତୁତ କରିଥିବାବେଳେ ମୋଟ୍ ବେଡ୍ ସଂଖ୍ୟା ୧୧୮୦୮କୁ ପହଂଚିଛି । ଏଥିରେ ୨୦୧୮ଟି ଆଇସିୟୁ ଓ ୭୮୨ଟି ଭେଣ୍ଟିଲେଟର ସୁବିଧା ରହିଛି।

Related story