ରାଜଧାନୀରେ ସାନିଟାଇଜ୍‌ ହେବ ୧୦ଟି ହାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି୧୦ଟି ହାଟ ସାନିଟାଇଜ ହେବ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓ ଫାୟାର ସର୍ଭିସ୍‌ ଏହି କାମ କରିବ। ଦିନକୁ ଦିନ ‘କରୋନା’ କାୟା ବିସ୍ତାର କରୁଥିବା ଦେଖି ଏପରି ପଦକ୍ଷେପ ନେଇଛି। ସାନିଟାଇଜ୍‌ ହେବାକୁ ଥିବା ହାଟ ଗୁଡ଼ିକ ହେଲା- ୟୁନିଟ୍-୧ ହାଟ, ୟୁନିଟ-୪ ମାର୍କେଟ, ମାଛ ମାର୍କେଟ, ସହିଦ ନଗର ଡେଲି ମାର୍କେଟ, ରୁଚିକା, ଇନ୍ଦ୍ରଧନୁ ମାର୍କେଟ, ଡମଣା ହାଟ, ୟୁନିଟ୍-୩ ଡେଲି ମାର୍କେଟ, ଗଣ୍ଡମୁଣ୍ଡା ଡେଲି ମାର୍କେଟ, ବିଜେବି […]

CORONA VIRUS IRAN

CORONA VIRUS IRAN

Manoranjan Sial
  • Published: Sunday, 05 April 2020
  • Updated: 05 April 2020, 06:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି୧୦ଟି ହାଟ ସାନିଟାଇଜ ହେବ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓ ଫାୟାର ସର୍ଭିସ୍‌ ଏହି କାମ କରିବ। ଦିନକୁ ଦିନ ‘କରୋନା’ କାୟା ବିସ୍ତାର କରୁଥିବା ଦେଖି ଏପରି ପଦକ୍ଷେପ ନେଇଛି। ସାନିଟାଇଜ୍‌ ହେବାକୁ ଥିବା ହାଟ ଗୁଡ଼ିକ ହେଲା- ୟୁନିଟ୍-୧ ହାଟ, ୟୁନିଟ-୪ ମାର୍କେଟ, ମାଛ ମାର୍କେଟ, ସହିଦ ନଗର ଡେଲି ମାର୍କେଟ, ରୁଚିକା, ଇନ୍ଦ୍ରଧନୁ ମାର୍କେଟ, ଡମଣା ହାଟ, ୟୁନିଟ୍-୩ ଡେଲି ମାର୍କେଟ, ଗଣ୍ଡମୁଣ୍ଡା ଡେଲି ମାର୍କେଟ, ବିଜେବି ନଗର ହାଟ ଓ ମା କୋଚିଲେଇ ହାଟ ସାନିଟାଇଜ ହେବ।

ସୂଚନାରୁ ପ୍ରକାଶ, ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଯାହାକୁ ଦେଖି ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଲକ୍‌ଡାଉନ୍‌ ଭିତରେ ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌କୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଶଟ୍‌ଡାଉନ୍‌ ଅବଧି ଆଜି ରାତିରେ ସରୁଛି। ଅନ୍ୟପକ୍ଷରେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିବା ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ତେବେ ରାଜଧାନୀରେ ଥିବା ହାଟ୍‌ ଗୁଡ଼ିକରେ ‘କରୋନା’ ଭାଇରସ୍‌ ବ୍ୟାପିଥିବା ସନ୍ଦେହ କରି ରାଜ୍ୟ ସରକାର ସାନିଟାଇଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos