୧୦ ଜଣଙ୍କୁ ଘାଇଲା କଲା ଭାଲୁ

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଭାଲୁ ଆକ୍ରମଣରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ଭାଲୁଟି ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିଲା ଓ ଜଣେ ପରେ ଜଣେ ୧୦ ଜଣ ତା’ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁଟି ସକାଳେ ୮ ଜଣଙ୍କୁ ଆକ୍ରମଣ କରିଥିବା ବେଳେ ସନ୍ଧ୍ୟାରେ ଆଉ ଦୁଇ ଜଣଙ୍କୁ ଲହୁଲୁହାଣ କରି ଦେଇଥିଲା। ଆହତମାନଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ […]

bear

Jitendra Garnayak
  • Published: Monday, 10 September 2018
  • , Updated: 10 September 2018, 04:34 AM IST

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଭାଲୁ ଆକ୍ରମଣରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।
ଭାଲୁଟି ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିଲା ଓ ଜଣେ ପରେ ଜଣେ ୧୦ ଜଣ ତା’ ହାବୁଡ଼ରେ ପଡ଼ି ଯାଇଥିଲେ।

ଭାଲୁଟି ସକାଳେ ୮ ଜଣଙ୍କୁ ଆକ୍ରମଣ କରିଥିବା ବେଳେ ସନ୍ଧ୍ୟାରେ ଆଉ ଦୁଇ ଜଣଙ୍କୁ ଲହୁଲୁହାଣ କରି ଦେଇଥିଲା।

ଆହତମାନଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story