ବାଇକ୍ ଟାଙ୍କି ଓ ସିଟ୍ ଭିତରେ ଚୋରା ଚାଲାଣ କରୁଥିଲେ ଗଞ୍ଜେଇ

ବୌଦ୍ଧ(ଦୀପକ ଅଦର): ବାଇକ୍ ଟାଙ୍କି ଓ ସିଟ୍ ଭିତରେ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ଅବକାରୀ ବିଭାଗ ପକ୍ଷରୁ ଚେକିଂ ବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦୁଇଟି ବାଇକ୍‌ ସହ ୪ ଜଣ ଯୁବକ ଧରାପଡ଼ିଛନ୍ତି। ଏହି ବାଇକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଯୁବକମାନେ ବୌଦ୍ଧରୁ ଛତିଶଗଡ଼ ଯାଉଥିଲେ। ଏହା ମଧ୍ୟରେ ପଡ଼ୁଥିବା ରଇଠାଣି ବାଇପାସ୍ ଛକରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଗି ରହିଥିବା ଅବକାରୀ କର୍ମଚାରୀମାନେ ଦୁଇ ଗାଡ଼ିକୁ ଅଟକାଇ […]

ganja-1

  • Published: Wednesday, 19 October 2022
  • , Updated: 19 October 2022, 07:30 PM IST

ବୌଦ୍ଧ(ଦୀପକ ଅଦର): ବାଇକ୍ ଟାଙ୍କି ଓ ସିଟ୍ ଭିତରେ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ଅବକାରୀ ବିଭାଗ ପକ୍ଷରୁ ଚେକିଂ ବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦୁଇଟି ବାଇକ୍‌ ସହ ୪ ଜଣ ଯୁବକ ଧରାପଡ଼ିଛନ୍ତି। ଏହି ବାଇକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଯୁବକମାନେ ବୌଦ୍ଧରୁ ଛତିଶଗଡ଼ ଯାଉଥିଲେ। ଏହା ମଧ୍ୟରେ ପଡ଼ୁଥିବା ରଇଠାଣି ବାଇପାସ୍ ଛକରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଗି ରହିଥିବା ଅବକାରୀ କର୍ମଚାରୀମାନେ ଦୁଇ ଗାଡ଼ିକୁ ଅଟକାଇ ଚେକିଂ କରିବା ବେଳେ ଘଟଣା ପଦାକୁ ଆସିଥିଲା। ଧରାପଡ଼ିଥିବା ୪ ଯୁବକ ଛତିଶଗଡ଼ର। ସେମାନଙ୍କୁ ଗିରଫ କରାଯାଇଛି।

ବୌଦ୍ଧ ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଏହି ଯାଞ୍ଚରେ ସାମିଲ ହୋଇଥିଲେ। ଏହି ସମୟରେ ବାଇକ୍‌ର ପେଟ୍ରୋଲ ଟାଙ୍କି, ସିଟ୍ ତଳେ ଓ ଅନ୍ୟ ସ୍ଥାନମାନଙ୍କରେ ଗଞ୍ଜେଇ ଲୁଚାଇ ନେଉଥିବା ଧରାପଡ଼ିଥିଲା। ଦୁଇ ଗାଡ଼ିରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତମାନେ ବୌଦ୍ଧର ସୋହେଲାରୁ ଗଞ୍ଜେଇ ନେଇ ଛତିଶଗଡ଼ ଯାଉଥିବା କହିଛନ୍ତି।

[caption id="attachment_774964" align="aligncenter" width="650"] ଗିରଫ ଅଭିଯୁକ୍ତମାନେ।[/caption]

ଅବକାରୀ ବିଭାଗ ପକ୍ଷରୁ ଏନେଇ ଏକ ମାମଲା କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

Related story