ଓଲଟି ପଡ଼ିଲା ବସ୍‌

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଦର୍ଜି ନିକଟରେ ୧୪୩ ନମ୍ୱର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ପାଲଲହଡ଼ାରୁ ରାଉରକେଲା ଯାଉଥିଲା। ବସ୍‌ର ଏକ୍ସେଲ ପତି ଭାଙ୍ଗି ଯିବାରୁ ତାହା ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି […]

bus1

Jitendra Garnayak
  • Published: Saturday, 18 May 2019
  • , Updated: 18 May 2019, 12:53 PM IST

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଦର୍ଜି ନିକଟରେ ୧୪୩ ନମ୍ୱର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି ପାଲଲହଡ଼ାରୁ ରାଉରକେଲା ଯାଉଥିଲା। ବସ୍‌ର ଏକ୍ସେଲ ପତି ଭାଙ୍ଗି ଯିବାରୁ ତାହା ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।

ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

Related story