ମଝି ସମୁଦ୍ରରେ ଜଳିଗଲା ମାଛଧରା ବୋଟ୍‌

ଚାନ୍ଦବାଲି (ବାସୁଦେବ ଦାସ): ମଝି ସମୁଦ୍ରରେ ମାଛ ଧରା ବୋଟ୍‌ରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତିଲା ୧୦ ମତ୍ସ୍ୟଜୀବୀଙ୍କ ଜୀବନ। ଆଜି ପୂର୍ବାହ୍ନରେ ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି। ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ବୋଟ୍‌ ‘ମାଆ ପଦ୍ମାବତୀ’ ବୋଟରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ମତ୍ସ୍ୟଜୀବୀମାନେ ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ମାଛଧରା […]

Chandabali

  • Published: Thursday, 06 October 2022
  • , Updated: 06 October 2022, 01:39 PM IST

ଚାନ୍ଦବାଲି (ବାସୁଦେବ ଦାସ): ମଝି ସମୁଦ୍ରରେ ମାଛ ଧରା ବୋଟ୍‌ରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତିଲା ୧୦ ମତ୍ସ୍ୟଜୀବୀଙ୍କ ଜୀବନ। ଆଜି ପୂର୍ବାହ୍ନରେ ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି।

ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ବୋଟ୍‌ ‘ମାଆ ପଦ୍ମାବତୀ’ ବୋଟରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ମତ୍ସ୍ୟଜୀବୀମାନେ ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ମାଛଧରା ବୋଟ୍‌ରେ ନିଆଁ ଲାଗି ଯାଇଥିଲା। ମତ୍ସ୍ୟଜୀବୀମାନେ ଏନେଇ କୋଷ୍ଟଗାର୍ଡକୁ ଖବର ଦେଇଥିଲେ। କୋଷ୍ଟଗାର୍ଡ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା। ଯାହାଫଳରେ ୧୦ ମତ୍ସ୍ୟଜୀବୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ବୋଟରେ କିପରି ନିଆଁ ଲାଗିଲା ଜଣାପଡ଼ିନଥିବା ବେଳେ ଇଞ୍ଜିନରୁ ନିଆଁ ଲାଗିଥିବା କୁହାଯାଉଛି।

ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମଝି ସମୁଦ୍ରରେ ମାଛ ଧରା ଡଙ୍ଗାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବାରମ୍ୱାର ଏପରି ଘଟଣା ଘଟୁଥିବା ବେଳେ ଡଙ୍ଗା ମାଲିକ ଓ ପ୍ରଶାସନ କ’ଣ ପାଇଁ ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହିଁ। ଯଦି କାହାର ଜୀବନ ଯାଏ, ତାହାହେଲେ ଏଥିପାଇଁ ଦାୟୀ କିଏ ରହିବେ?

Related story