ଦିଲ୍ଲୀର ୧୦୦% ସ୍କୁଲରେ ଇଣ୍ଟରନେଟ, ଓଡ଼ିଶାରେ ମାତ୍ର ୧୫% 

ଭୁବନେଶ୍ୱର( ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧-୨୨ ରିପୋର୍ଟ ଖୋଲିଲା ଓଡ଼ିଶା ସରକାରଙ୍କ ଗୁମର। ଛାତ୍ରଛାତ୍ରୀଙ୍କ ନିମନ୍ତେ ଦିଲ୍ଲୀର ୧୦୦% ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଥିବା ବେଳେ କେରଳ ଓ ଗୁଜରାଟରେ ୯୦%ରୁ ଅଧିକ ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି।  ଭାରତରେ ୩୪% ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି। ହେଲେ ଓଡ଼ିଶାର ମାତ୍ର ୧୫% ସ୍କୁଲରେ ରହିଛି ଇଣ୍ଟରନେଟ ସୁବିଧା। ଉଦାହରଣ ରୂପେ ଭୁବନେଶ୍ୱର ନିକଟ ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଦେଖାଯାଇପାରେ। ଏଠାରେ ରହିଛି […]

internet-sc

internet-sc

Ordigital Desk
  • Published: Saturday, 05 November 2022
  • Updated: 05 November 2022, 10:05 PM IST

Sports

Latest News

ଭୁବନେଶ୍ୱର( ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧-୨୨ ରିପୋର୍ଟ ଖୋଲିଲା ଓଡ଼ିଶା ସରକାରଙ୍କ ଗୁମର। ଛାତ୍ରଛାତ୍ରୀଙ୍କ ନିମନ୍ତେ ଦିଲ୍ଲୀର ୧୦୦% ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଥିବା ବେଳେ କେରଳ ଓ ଗୁଜରାଟରେ ୯୦%ରୁ ଅଧିକ ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି।  ଭାରତରେ ୩୪% ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି। ହେଲେ ଓଡ଼ିଶାର ମାତ୍ର ୧୫% ସ୍କୁଲରେ ରହିଛି ଇଣ୍ଟରନେଟ ସୁବିଧା।

ଉଦାହରଣ ରୂପେ ଭୁବନେଶ୍ୱର ନିକଟ ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଦେଖାଯାଇପାରେ। ଏଠାରେ ରହିଛି ପ୍ରଥମରୁ ଦଶମ ଶ୍ରେଣୀ। କେବଳ ନବମ ଦଶମରେ ପାଠ ପଢ଼ୁଛନ୍ତି ୧୪୧ ପିଲା। ବିଜ୍ଞାନ ପାଇଁ ୨ ଜଣ ଓ କଳା ପାଇଁ ୨ଜଣ ଶିକ୍ଷକ ରହିବା ସ୍ଥଳେ ଦୁଇ ବର୍ଷ ହେଲା କେବଳ ଜଣେ ଶିକ୍ଷକରେ ଚାଲିଛି ପାଠପଢ଼ା।  ବାଧ୍ୟହୋଇ ପ୍ରାଥମିକ, ଉଚ୍ଚପ୍ରାଥମିକ ସ୍କୁଲ ପାଇଁ ଥିବା ଶିକ୍ଷକମାନେ ଦୁଇଟି ଲେଖାଏଁ ପିରିୟଡ ନେଉଛନ୍ତି।

ହାଇସ୍କୁଲ ପିଲାଙ୍କ ପାଇଁ ୫ଟି କାର୍ଯ୍ୟକ୍ରମ ଅଧୀନରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ୪ଟି ସ୍ମାର୍ଟ କ୍ଲାସ ରୁମ୍ ରୂପାନ୍ତରିକରଣ ହୋଇପାରିଛି। ହେଲେ ପିଲାଙ୍କୁ ସବୁ ସମୟରେ ଇଣ୍ଟରନେଟ ସୁବିଧା ମିଳୁନି। କାରଣ ଇନଭର୍ଟର ଚଳାଇବା ପାଇଁ ଆବଶ୍ୟକ ସହାୟତା ମିଳୁନି। ସ୍କୁଲ ନବୀକରଣ ହେବାରୁ ପିଲାଙ୍କ ଆସିବା ସଂଖ୍ୟା ବଢ଼ିଗଲା ସିନା, ହେଲେ ଶ୍ରେଣୀ ଅଭାବରୁ ସ୍କାର୍ଟ କ୍ଲାସରେ ତଳେ ବସୁଛନ୍ତି ପିଲା। ଏମିତିକି ସ୍ଥାନ ଅଭାବରୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ୮୨ ପିଲାଙ୍କୁ ଗୋଟିଏ ଶ୍ରେଣୀରେ ବସାଇ ପଢ଼ାଯାଉଛି।

ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀରେ ଦୁଇ ବର୍ଷ ହେଲା ୪ ଜାଗାରେ ଜଣେ ଶିକ୍ଷକ ଥିବାରୁ ପାଠ ପଢ଼ା ବ୍ୟାହତ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ବିଶିକେଶ ନାୟକ। ତେବେ ଆଜି ଦୁଇ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସ୍କୁଲ ପଠାଯାଇଛି ବୋଲି କହିଛନ୍ତି ନନ୍ଦନକାନନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ପଣ୍ଡା।

ନିକଟରେ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ୍ ସିଷ୍ଟମ ଫର ଏଜୁକେସନ୍ ପ୍ଲସ୍- ୟୁଡିଆଇଏସ୍ଇ+ ୨୦୨୧-୨୨ର ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାରେ ୬୨, ୨୯୧ ସରକାରୀ ଓ ବେସରକାରୀ ସ୍କୁଲ ରହିଥିବା ବେଳେ ଏଥିରୁ ୯୪୯୭ଟି ହାଇସ୍କୁଲ ରହିଛି। ଶିକ୍ଷା ଅଧିକାର ଆଇନ ଅନୁସାରେ ୩୦ ଛାତ୍ରରେ ଜଣେ ଶିକ୍ଷକ ରହିବା କଥା।  ସର୍ବଭାରତୀୟ ସ୍ତରରେ ଏହା ୧୮ ଥିବା ବେଳେ ଓଡ଼ିଶାରେ ଏହି ହାର ୨୩ ରହିଛି।

ତେବେ ଭିତ୍ତିଭୂମି କ୍ଷେତ୍ରରେ ଢେର ପଛରେ ପଡ଼ିଛି ଓଡ଼ିଶା। ଦିଲ୍ଲୀର ୧୦୦% ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଥିବା ବେଳେ କେରଳରେ ୯୫% ଓ ଗୁଜରାଟର ୯୨% ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି। ଏବେ ସର୍ବଭାରତୀୟ ସ୍ତରରେ ୩୪% ସ୍କୁଲରେ ଇଣ୍ଟରନେଟ ସୁବିଧା ଥିବାବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ମାତ୍ର ୧୫% ସ୍କୁଲରେ ଇଣ୍ଟରନେଟ ସୁବିଧା ପହଁଚିପାରିଥିବା ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story