ବିପଦ ସମୟର ବନ୍ଧୁ: ସମ୍ମାନୀତ ହେଲା ୧୦୮ ଆମ୍ବୁଲାନ୍ସ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଉତ୍କୃଷ୍ଟ ଏବଂ ନିରନ୍ତର ସେବା ପାଇଁ ‘ଜିକିତ୍ସା ହେଲଥ୍ କେୟାର ଲିଃ’ ସମ୍ମାନୀତ ହୋଇଛି। ନିକଟରେ ଉଦ୍‌ଯାପିତ ୨୨ତମ କଳାହାଣ୍ଡି ଉତ୍ସବ ‘ଘୁମୁରା ୨୦୧୮’ରେ କମ୍ପାନୀକୁ ଏହି ସମ୍ମାନ ମିଳିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାର କ୍ଲଷ୍ଟର ମୁଖ୍ୟ ରୁଦ୍ର ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ୨୦୧୪ ଜାନୁଆରୀ ମାସରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ ସେବା ଅନେକ […]

108

Ordigital Desk
  • Published: Wednesday, 31 January 2018
  • , Updated: 31 January 2018, 02:43 PM IST

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଉତ୍କୃଷ୍ଟ ଏବଂ ନିରନ୍ତର ସେବା ପାଇଁ ‘ଜିକିତ୍ସା ହେଲଥ୍ କେୟାର ଲିଃ’ ସମ୍ମାନୀତ ହୋଇଛି। ନିକଟରେ ଉଦ୍‌ଯାପିତ ୨୨ତମ କଳାହାଣ୍ଡି ଉତ୍ସବ ‘ଘୁମୁରା ୨୦୧୮’ରେ କମ୍ପାନୀକୁ ଏହି ସମ୍ମାନ ମିଳିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାର କ୍ଲଷ୍ଟର ମୁଖ୍ୟ ରୁଦ୍ର ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ୨୦୧୪ ଜାନୁଆରୀ ମାସରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ ସେବା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟ ହୋଇପାରିଛି। ସରକାରଙ୍କ ପକ୍ଷରୁ ଜିଲ୍ଲାରେ ୧୬ଟି ଆମ୍ବୁଲାନ୍ସ ମାଧ୍ୟମରେ ବର୍ତ୍ତମାନ ୬୨,୫୬୯ ଜଣ ଲୋକଙ୍କୁ ସେବା ପ୍ରଦାନ କରାଯାଇଛି। ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ୱ ‘ଜିକିତ୍ସା ହେଲଥ୍ କେୟାର ଲିମିଟେଡ୍’ ବହନ କରି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ଯୋଗାଉଛି।

Related story