ଅଧାରାସ୍ତାରେ ଛାଡ଼ି ପଳାଇଲା ୧୦୮ ଆମ୍ୱୁଲାନ୍ସ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମରିଗଲା ମଣିଷ ପଣିଆ। ୨୦୦ ଟଙ୍କା ପାଇଁ ୨ ମାସର ଗୁରୁତର ଶିଶୁକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର। ଅଧାରାସ୍ତାରେ କାକୁତି ମିନତି ହୋଇଥିଲେ ମଧ୍ୟ ଶୁଣିନଥିଲା। ୨୦୦ ନେଇ ପୁଣି ଟଙ୍କା ମାଗିଲା, ନ ଦେବାରୁ ଅଧା ରାସ୍ତାରେ ଛାଡ଼ି ପଳାଇଥିବା ଶିଶୁର ବାପା ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ। ସୂଚନା ଅନୁସାରେ ବ୍ରହ୍ମପୁର ଏମକେସିଜି କର୍ତ୍ତୃପକ୍ଷ ଜଣେ ୨ ମାସର ଗୁରୁତର ଶିଶୁକୁ ୧୦୮ ଆମ୍ୱୁଲାନ୍ସରେ କଟକ […]

ambulance

ambulance

Manoranjan Sial
  • Published: Friday, 24 January 2020
  • Updated: 24 January 2020, 08:04 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମରିଗଲା ମଣିଷ ପଣିଆ। ୨୦୦ ଟଙ୍କା ପାଇଁ ୨ ମାସର ଗୁରୁତର ଶିଶୁକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର। ଅଧାରାସ୍ତାରେ କାକୁତି ମିନତି ହୋଇଥିଲେ ମଧ୍ୟ ଶୁଣିନଥିଲା। ୨୦୦ ନେଇ ପୁଣି ଟଙ୍କା ମାଗିଲା, ନ ଦେବାରୁ ଅଧା ରାସ୍ତାରେ ଛାଡ଼ି ପଳାଇଥିବା ଶିଶୁର ବାପା ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ।

ସୂଚନା ଅନୁସାରେ ବ୍ରହ୍ମପୁର ଏମକେସିଜି କର୍ତ୍ତୃପକ୍ଷ ଜଣେ ୨ ମାସର ଗୁରୁତର ଶିଶୁକୁ ୧୦୮ ଆମ୍ୱୁଲାନ୍ସରେ କଟକ ପଠାଇଥିଲେ। ତେବେ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଡ୍ରାଇଭର ଟଙ୍କା ପାଇଁ ଯୁକ୍ତି କରିଥିଲେ। ପରେ ରାସ୍ତା ଉପରେ ମାଆ, ଛୁଆ ଓ ବାପାଙ୍କୁ ଛାଡ଼ି ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ଆଉ ଏକ ଆମ୍ବୁଲାନ୍ସରେ ଶିଶୁକୁ MKCG ଫେରାଇଥିଲେ। ଅଭିଯୋଗ ହେବା ପରେ ସଂପୃକ୍ତ ଆମ୍ବୁଲାନ୍ସ ଚାଳକଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos