୧୦୮ ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଉଦଳା(ମାନସ ପାଣି): ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା-କପ୍ତିପଦା ରାସ୍ତାର ବାଉଁଶପାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଆମ୍ୱୁଲାନ୍ସରେ ଥିବା ଫାର୍ମାସିଷ୍ଟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଡ୍ରାଇଭର ଏବଂ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଆମ୍ୱୁଲାନ୍ସଟି କପ୍ତିପଦା ବ୍ଲକ୍‌ ଶରତରୁ ଉଦଳା ବ୍ଲକ୍‌ ମାର୍ଶିଗାଁ ଗ୍ରାମକୁ ରୋଗୀ ଆଣିବା ପାଇଁ ଯାଉଥିଲା। ହେଲେ ବାଉଁଶପାଳ ଛକ […]

ambulance1

Jitendra Garnayak
  • Published: Saturday, 01 June 2019
  • , Updated: 01 June 2019, 10:23 AM IST

ଉଦଳା(ମାନସ ପାଣି): ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା-କପ୍ତିପଦା ରାସ୍ତାର ବାଉଁଶପାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଆମ୍ୱୁଲାନ୍ସରେ ଥିବା ଫାର୍ମାସିଷ୍ଟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଡ୍ରାଇଭର ଏବଂ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗତକାଲି ବିଳମ୍ୱିତ ରାତିରେ ଆମ୍ୱୁଲାନ୍ସଟି କପ୍ତିପଦା ବ୍ଲକ୍‌ ଶରତରୁ ଉଦଳା ବ୍ଲକ୍‌ ମାର୍ଶିଗାଁ ଗ୍ରାମକୁ ରୋଗୀ ଆଣିବା ପାଇଁ ଯାଉଥିଲା। ହେଲେ ବାଉଁଶପାଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ଯାଇଥିଲା ଓ ଓଲଟି ପଡ଼ିଥିଲା।

Related story