ସ୍କୁଲ ଖୋଲୁଛି ଜାଣି ୧ ତାରିଖରେ ଘରକୁ ଆସିବ ବୋଲି କହିଥିଲା, ହେଲେ ତା’ ପୂର୍ବରୁ...

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସ୍କୁଲ ଖୋଲୁଛି ଜାଣି ବେଶ୍‌ ଖୁସି ଥିଲା ମହେନ୍ଦ୍ର ଶବର। ଗୁରୁବାର ସନ୍ଧ୍ୟାରେ ଫୋନ୍‌ କରି ଜେଜେମାଆଙ୍କୁ କହିଥିଲା, ୧ ତାରିଖରେ ଘରକୁ ଫେରିବ। ଆଗପରି ସ୍କୁଲ ଯିବ… ପାଠ ପଢ଼ିବ…। ହେଲେ ତା’ର ସେହି କାଳ ରାତି ତାକୁ ଚିର ନିଦ୍ରାରେ ଶୋଆଇଦେଲା। ଅନ୍ଧାରି ରାତିରେ ଟିଣ ଚଦର ଭିତରେ କଲବଲ୍‌ ହୋଇ ପ୍ରାଣ ହରାଇଲେ। ଘରକୁ ଫେରିବା ପୂର୍ବରୁ ଆସିଲା ମହେନ୍ଦ୍ରର ମୃତ୍ୟୁ ଖବର। ଓଡ଼ିଶାରୁ ଦାଦନ ଖଟିବାକୁ ଯାଇ […]

10th student

10th student

Manoranjan Sial
  • Published: Friday, 30 July 2021
  • Updated: 30 July 2021, 10:38 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସ୍କୁଲ ଖୋଲୁଛି ଜାଣି ବେଶ୍‌ ଖୁସି ଥିଲା ମହେନ୍ଦ୍ର ଶବର। ଗୁରୁବାର ସନ୍ଧ୍ୟାରେ ଫୋନ୍‌ କରି ଜେଜେମାଆଙ୍କୁ କହିଥିଲା, ୧ ତାରିଖରେ ଘରକୁ ଫେରିବ। ଆଗପରି ସ୍କୁଲ ଯିବ... ପାଠ ପଢ଼ିବ...। ହେଲେ ତା’ର ସେହି କାଳ ରାତି ତାକୁ ଚିର ନିଦ୍ରାରେ ଶୋଆଇଦେଲା। ଅନ୍ଧାରି ରାତିରେ ଟିଣ ଚଦର ଭିତରେ କଲବଲ୍‌ ହୋଇ ପ୍ରାଣ ହରାଇଲେ। ଘରକୁ ଫେରିବା ପୂର୍ବରୁ ଆସିଲା ମହେନ୍ଦ୍ରର ମୃତ୍ୟୁ ଖବର। ଓଡ଼ିଶାରୁ ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶର ଗୁଣ୍ଡୁରରେ ସବୁଦିନ ପାଇଁ ଶୋଇଗଲେ ମହେନ୍ଦ୍ର। ତାଙ୍କ ମୃତ୍ୟୁରେ ପୂରା ପରିବାର ଭାଙ୍ଗି ପଡ଼ିଛି।

ରାୟଗଡ଼ ଥାନା ସାନତୁଣ୍ଡି ଗାଁର ଜିତେନ୍ଦ୍ର ଶବରଙ୍କ ପୁଅ ମହେନ୍ଦ୍ର ଶବର। ସେ ରାୟଗଡ଼ ଏସ୍‌ଏସ୍‌ଡି ହାଇସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିଲେ। ଚଳିତବର୍ଷ ଦଶମ ଶ୍ରେଣୀରେ ପଢ଼ିଥାଆନ୍ତା। ମହାମାରୀ କରୋନା ପାଇଁ ଦୁଇବର୍ଷ ଧରି ସ୍କୁଲ ବନ୍ଦ ରହିଥିବାରୁ ପାଠ ପଢ଼ି ପାରୁନଥିଲେ ମହେନ୍ଦ୍ର। ସେଥିପାଇଁ ଜୁଲାଇ ୧୪ ତାରିଖରେ ସେ ଓ ତାଙ୍କ ଗାଁର ନବୀନ ଭୂୟାଁଙ୍କ ପୁଅ ଅରୁଣ ଭୂୟାଁ ମିଶି କାମ କରିବାକୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଯାଇଥିଲେ। ସେଠାରେ ଏକ ମାଛ ଫାର୍ମରେ କାମ କରୁଥିଲେ।

ମହେନ୍ଦ୍ର ଗୁରୁବାର ସନ୍ଧ୍ୟା ୬ଟା ବେଳେ ଘରକୁ ଫୋନ୍‌ କରିଥିଲେ। ସ୍କୁଲ ଖୋଲଥିବା ଜାଣି ଅଗଷ୍ଟ ୧ ତାରିଖରେ ଘରକୁ ଆସିବ ବୋଲି କହିଥିଲା। ସେଥିପାଇଁ ସେ ବେଶ୍‌ ଖୁସିଥିଲା। ହେଲେ ଘରକୁ ଫେରିବା ପୂର୍ବରୁ ସେହି ରାତି ଘଟିଲା ଅଘଟଣ। ଚିଙ୍ଗୁଡ଼ି ଫାର୍ମରେ ରାତିରେ ଶୋଇଥିବା ବେଳେ ଚିର ନିଦ୍ରାରେ ଶୋଇଗଲା ମହେନ୍ଦ୍ର। ସେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ତାଙ୍କ ସହିତ ଅନ୍ୟ ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମହେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ସାଥୀରେ ଯାଇଥିବା ଅରୁଣ ଭୂୟାଁ ପରିବାର ଲୋକଙ୍କୁ ଫୋନ୍‌ରେ କହିଥିଲେ। ଏ ଖବର ପାଇବା ପରେ ପରିବାରରେ ଶୋକାର ଛାଇ ଖେଳି ଯାଇଥିଲା। ମହେନ୍ଦ୍ରଙ୍କ ପରିବାର ଲୋକେ ଖବର ପାଇଁ ଆନ୍ଧ୍ର ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos