ଦୁଇଦିନ ଧରି ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ର, ଆଜି ମିଳିଲା ଝୁଲନ୍ତା ମୃତଦେହ

ଉମରକୋଟ(ଓଡ଼ିଶା ରିପୋର୍ଟର): ଦୁଇଦିନ ଧରି ନିଖୋଜ ରହିବା ପରେ ମିଳିଛି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ। ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଗରେ ଉତ୍ତଜନା ପ୍ରକାଶ ପାଇଛି। ମୃତ ଛାତ୍ର ଜଣକ ଏହି ସ୍କୁଲର ଶଙ୍କର ହରିଜନ। ବିଦ୍ୟାଳୟ ନିକଟ ଏକ କାଜୁ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସୂଚନା ମୁତାବକ, ଏହି ସ୍କୁଲରେ ଅନ୍ତେବାସୀ […]

deadbody

  • Published: Wednesday, 09 November 2022
  • , Updated: 09 November 2022, 06:51 PM IST

ଉମରକୋଟ(ଓଡ଼ିଶା ରିପୋର୍ଟର): ଦୁଇଦିନ ଧରି ନିଖୋଜ ରହିବା ପରେ ମିଳିଛି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ। ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଗରେ ଉତ୍ତଜନା ପ୍ରକାଶ ପାଇଛି। ମୃତ ଛାତ୍ର ଜଣକ ଏହି ସ୍କୁଲର ଶଙ୍କର ହରିଜନ। ବିଦ୍ୟାଳୟ ନିକଟ ଏକ କାଜୁ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି।

ସୂଚନା ମୁତାବକ, ଏହି ସ୍କୁଲରେ ଅନ୍ତେବାସୀ ଭାବେ ରହି ସେ ପାଠ ପଢୁଥିଲେ। ବିଗତ ଦୁଇ ଦିନ ଧରି ନିଖୋଜ ଥିବା ନେଇ ଉଭୟ ପରିବାର ବର୍ଗ ଏବଂ ସ୍କୁଲ କର୍ତ୍ତୃପକ୍ଷ ଡାବୁଗାଁ ଥାନରେ ଏତଲା ଦେଇଥିଲେ। ଆଜି ମୃତଦେହ ମିଳିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ମୃତ ଛାତ୍ରଙ୍କ ବଡ଼ ଭାଇ ପିତାମ୍ବର ହରିଜନ ଅଭିଯୋଗ କରିଛନ୍ତି, ନିଖୋଜ ଘଟଣା ପରେ ସେମାନେ ବହୁତ ଖୋଜାଖୋଜି କରିଥିଲେ। ସହପାଠୀଙ୍କୁ ପଚରାଉଚରା କରିଥିଲେ। ଏକ ହାପ୍ ପ୍ୟାଣ୍ଟ୍ ପିନ୍ଦି ହାତରେ ଗାମୁଛା ଧରି ଶଙ୍କର ଗାଧୋଇବାକୁ ବାହାରିଥିବା ଜଣେ ଦଶମ ଶ୍ରେଣୀର ସହପାଠୀ ପରିବାର ଲୋକଙ୍କୁ ଏହି ସମୟରେ ସୂଚନା ଦେଇଥିଲେ। ତେବେ ଫୁଲ୍ ପ୍ୟାଣ୍ଟ୍ ଓ ସୁଇଟର ପିନ୍ଧିଥିବା ଅବସ୍ଥାରେ ଶଙ୍କରର ଝୁଲନ୍ତା ମୃତଦେହ ମିଳିଛି। ସେପଟେ ପଚରାଉଚରା ନିମନ୍ତେ ପରିବାର ଲୋକଙ୍କୁ ସ୍କୁଲ୍ ମଧ୍ୟରେ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା। ତେଣୁ ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସଂପୃକ୍ତି ରହିଥିବା ସନ୍ଦେହ ହେଉଛି। ଏହାର ନିରପେକ୍ଷ ତଦନ୍ତ କରି ଦଣ୍ଡବିଧାନ କରାଯାଉ ବୋଲି ଏତଲା ଦିଆଯାଇଛି।

ସେପଟେ ଏହି ଘଟଣା ପରେ ଉତ୍ତ୍ୟକ୍ତ ପରିବାର ଲୋକ ମାନିଗାଁ ସ୍କୁଲ୍ ସମ୍ମୁଖରେ ଡାବୁଗାଁ-ମଇଦଲପୁର ମୁଖ୍ୟ ରାସ୍ତା ଅବରୋଧ କରି ତୁରନ୍ତ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି। ଖବର ପାଇ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଉମରକୋଟ ଏସଡିପିଓ ସୁଭେନ୍ଦୁ କୁମାର ଶବର ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ସନ୍ଧାନି କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ବୋଲି ଉପ-ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ କହିଛନ୍ତି। ଏଥିସହ ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କରାଯିବ ବୋଲି ସେ ମତ ଦେଇଛନ୍ତି।

Related story